ଓଡିଶା

odisha

ETV Bharat / health

ଡାଇବେଟିସ ରୋଗୀ ଖାଆନ୍ତୁ କଦଳୀ ଭଣ୍ଡା, ଶରୀରକୁ ମିଳେ ଏମିତି ଲାଭ - BANANA FLOWER FOR DIABETES

ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ କଦଳୀ ଭଣ୍ଡା । ଏହା ବ୍ଲଡସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରିପାରେ । ଜାଣନ୍ତୁ କେମିତି

ଡାଇବେଟିସ ରୋଗୀ ଖାଆନ୍ତୁ କଦଳୀ ଭଣ୍ଡା, ଶରୀରକୁ ମିଳେ ଏମିତି ଲାଭ
ଡାଇବେଟିସ ରୋଗୀ ଖାଆନ୍ତୁ କଦଳୀ ଭଣ୍ଡା, ଶରୀରକୁ ମିଳେ ଏମିତି ଲାଭ (ETV Bharat)

By ETV Bharat Health Team

Published : 24 hours ago

ଡାଇବେଟିସ ଏପରି ଏକ ରୋଗ ଯାହା ମୂଳରୁ ଆରୋଗ୍ୟ ହୋଇପାରିବ ନାହିଁ । କେବଳ ଏହାର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ । ଆଜିକାଲିର ଅସ୍ବାସ୍ଥ୍ୟକର ଖାଦ୍ୟପେୟ ଓ ଜୀବନଶୈଳୀ ଯୋଗୁଁ ଏହି ମାରାତ୍ମକ ରୋଗ ଏବେ ସାଧାରଣ ହୋଇଗଲାଣି । ତେବେ ଉପଯୁକ୍ତ ଡାଏଟ ଓ ଜୀବନଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ବ୍ଲଡସୁଗାର ନିୟନ୍ତ୍ରିତ କରାଯାଇପାରିବେ । ଏଥିପାଇଁ ସନ୍ତୁଳିତ ଆହାର ସହ ନିୟମିତ ବ୍ୟାୟାମ କରିବା ଜରୁରୀ । ସେହିପରି କିଛି ପ୍ରଭାବୀ ଚିକିତ୍ସା ଓ ଆୟୁର୍ବେଦିକ ଉପାୟ ଅଛି ଯେଉଁଥିରେ ସୁଗାର ସ୍ତର ନିୟନ୍ତ୍ରଣ କରିଯାଇପାରେ ।

କଦଳୀ ଏମିତି ଏକ ଗଛ ଯାହାର ଫଳ ଅତ୍ୟନ୍ତ ସ୍ବାସ୍ଥ୍ୟ ଉପଯୋଗୀ ହେବା ସଙ୍ଗେ ସଙ୍ଗେ ଏହାର ପତ୍ର, ଫୁଲ ମଧ୍ୟ ବେଶ୍ ଲାଭକାରୀ । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ଅନୁସାରେ, କଦଳୀ ଫୁଲ ବା ଯାହାକୁ କଦଳୀ ଭଣ୍ଡା କୁହାଯାଏ ଏଥିରେ ଏମିତି କିଛି ତତ୍ତ୍ବ ରହିଛି ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହି ଫୁଲକୁ ଆପଣ କଞ୍ଚାରେ ଖାଇପାରିବେ ନହେଲେ ଏଥିରୁ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ ।

ରିସର୍ଚ୍ଚ ବଡ ଖୁଲାସା:

2011ରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ କଦଳୀ ଭଣ୍ଡା ଡାଇବେଟିସ ରୋଗୀଙ୍କ ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ । ଏହି ଅଧ୍ୟୟନ ଡାଇବେଟିସ ପୀଡିତ ମୂଷାଙ୍କ ଉପରେ କରାଯାଇଥିଲା । ଏହି ମୂଷା ଅଧିକ ମୋଟା ଥିଲେ ଏବଂ ସେମାନଙ୍କ ରକ୍ତ ଓ ମୂତ୍ରରେ ସୁଗାର ମାତ୍ରା ଅଧିକ ରହିଥିଲା । ଅଧ୍ୟୟନରୁ ଜଣାପଡିଥିଲା କଦଳୀ ଫୁଲ ସେବନ ଦ୍ବାରା ଏହି ମୂଷାଙ୍କ ଶରୀରରେ ବ୍ଲଡସୁଗାର ସ୍ତର ବେଶ୍ ହ୍ରାସ ପାଇଥିଲା । ଏହିପରି 2013ରେ କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରେ ସମାନ ନିଷ୍କର୍ଷ ମିଳିଥିଲା । ନ୍ୟାସନାଲ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଇନଫର୍ମେସନ ଏହି ଅଧ୍ୟୟନ କରିଥିଲା ।

ଅଧ୍ୟୟନ ଅନୁସାରେ, କଦଳୀ ଭଣ୍ଡା ସେବନ ଦ୍ବାରା ଡାଇବେଟିସ ରୋଗୀଙ୍କ ଶରୀରରେ ଏକ ଖାସ୍ ପ୍ରକାର ପ୍ରୋଟିନ ପ୍ରଡକ୍ସନ କମ୍ ହୋଇଯାଇଥାଏ, ଯାହା ସୁଗାର ସ୍ତର ବୃଦ୍ଧି କରିବାରେ କାମ କରିଥାଏ । ଏହି ଭଣ୍ଡାରେ ଆଣ୍ଟି-ଡାଇବେଟିସ ଓ ଆଣ୍ଟି-ଏଜ୍ ଗୁଣ ରହିଛି । କଦଳୀ ଭଣ୍ଡା ସହ ଏହାର ମଞ୍ଜା ମଧ୍ୟ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ । କାରଣ ଏହାର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଏବଂ ଏଥିରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଅଧିକ ଥାଏ ।

କଦଳୀ ଫୁଲର ଅନ୍ୟାନ୍ୟ ଲାଭ

  • କଦଳୀ ଭଣ୍ଡା ଖାଇଲେ ଶରୀରରେ ରକ୍ତ ବଢେ । କାରଣ ଏଥିରୁ ପ୍ରଚୁର ମାତ୍ରାରେ ଆଇରନ ମିଳିଥାଏ । ହିମୋଗ୍ଲୋବିନ ମଧ୍ୟ ବୃଦ୍ଧି କରିଥାଏ ।
  • କଦଳୀ ଭଣ୍ଡା ଇନସୁଲିନ ନିୟନ୍ତ୍ରିତ କରିଥାଏ । ତେଣୁ ଏହାକୁ ସେବନ କଲେ ବ୍ଲଡସୁଗାର ନିୟନ୍ତ୍ରଣରେ ରହିଥାଏ ।
  • କଦଳୀ ଭଣ୍ଡାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ମାନସିକ ଚାପ ହ୍ରାସ ପାଇଥାଏ । କାରଣ ଏଥିରେ ମ୍ୟାଗ୍ନେସିୟମ ରହିଛି ଯାହା ଶରୀରରେ ଆଣ୍ଟି-ଡିପ୍ରେସେଣ୍ଟ ଭାବେ କାମ କରେ ।
  • ଏହି ଭଣ୍ଡା ସେବନ ପେଟ ପାଇଁ ଭଲ । କାରଣ ଏହା ସହଜରେ ହଜମ ହୋଇଯାଏ ।
  • ଏହା କୋଲେଷ୍ଟ୍ରଲ କମାଇବା ସହ ଶରୀରରେ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ । ତେଣୁ ହୃଦୟ ପାଇଁ ମଧ୍ୟ ସ୍ବାସ୍ଥ୍ୟକର ।

ଏହା ମଧ୍ୟ ପଢନ୍ତୁ: ମାଇଗ୍ରେନ ସମସ୍ୟା ଅଛି କି ? ଏହି ଯୋଗ-ବ୍ୟାୟାମ କଲେ ମିଳେ ଆରାମ - YOGA FOR MIGRAINE

ଏହା ମଧ୍ୟ ପଢନ୍ତୁ: ତଳି ପେଟରେ ଯନ୍ତ୍ରଣା ରହୁଛି କି ? ହୋଇପାରେ ଏହି ମାରାତ୍ମକ ରୋଗର ଲକ୍ଷଣ - ABDOMINAL PAIN

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details