ଓଡିଶା

odisha

ETV Bharat / entertainment

କ୍ରିକେଟର ଯୁବରାଜ ସିଂଙ୍କ ହେବ ବାୟୋପିକ, ଏହି ନିର୍ମାତା କରିବେ ଫିଲ୍ମ - Yuvraj Singh BIOPIC - YUVRAJ SINGH BIOPIC

Film On Yuvraj Singh: ଏମଏସ ଧୋନି, ସଚିନ ତେନ୍ଦୁଲକରଙ୍କ ଭଳି ମହାନ କ୍ରିକେଟରଙ୍କ ପରେ ବର୍ତ୍ତମାନ ପୂର୍ବତନ ଭାରତୀୟ ଦଳର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ବାୟୋପିକ ପ୍ରସ୍ତୁତ ହେବାକୁ ଯାଉଛି । ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଏହି ଫିଲ୍ମକୁ ବଲିଉଡର ଜଣାଶୁଣା ନିର୍ମାତା ପ୍ରସ୍ତୁତ କରିବେ । ତେବେ ନିର୍ମାତା କିଏ ଜାଣନ୍ତୁ,

କ୍ରିକେଟର ଯୁବରାଜ ସିଂଙ୍କ ହେବ ବାୟୋପିକ, ଏହି ନିର୍ମାତା କରିବେ ଫିଲ୍ମ
କ୍ରିକେଟର ଯୁବରାଜ ସିଂଙ୍କ ହେବ ବାୟୋପିକ, ଏହି ନିର୍ମାତା କରିବେ ଫିଲ୍ମ (ANI/ Instagram)

By ETV Bharat Sports Team

Published : Aug 20, 2024, 4:38 PM IST

ହାଇଦ୍ରାବାଦ:2011 ରେ ଭାରତୀୟ କ୍ରିକେଟ୍ ଦଳକୁ ଏକ ଦିନିକିଆ ବିଶ୍ୱକପ ଟାଇଟଲ ଜିତିବାରେ ଅଲରାଉଣ୍ଡର ଯୁବରାଜ ସିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଯୁବରାଜ ସିଂ ବିଶ୍ୱକପ୍‌ରେ 'ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ' ପୁରସ୍କାର ବି ଗ୍ରହଣ କରିଥିଲେ । ଗୋଟିଏ ପଟେ ଦଳକୁ ମ୍ୟାଚ ଜିତିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରୁଥିବାବେଳେ ଅନ୍ୟ ପଟେ ତାଙ୍କ ଶରୀର ଏକ ଭିନ୍ନ ଯୁଦ୍ଧରେ ଲଢୁଥିଲେ । ଯୁବରାଜ ସିଂ କର୍କଟ ରୋଗରେ ପୀଡିତ ଥିଲେ, କିନ୍ତୁ ସେ କର୍କଟ ଭଳି ଏକ ଗୁରୁତର ରୋଗକୁ ପରାସ୍ତ କରି ଜୀବନର ପ୍ରକୃତ ଯୁଦ୍ଧରେ ଜିତିଛନ୍ତି । ତେବେ ଯୁବରାଜ ସିଂଙ୍କ ଜୀବନ କାହାଣୀ ଏବେ ସାରା ବିଶ୍ୱ ଦେଖିବ । ବଡ଼ ପରଦାରେ ପ୍ରସ୍ତୁତ ହେବାକୁ ଯାଉଛି ଯୁବରାଜ ସିଂଙ୍କ ହେବ ବାୟୋପିକ । ବଲିଉଡର ଜଣାଶୁଣା ନିର୍ମାତା ଏହି ଫିଲ୍ମକୁ ପ୍ରସ୍ତୁତ କରିବେ ।

ଏହି ନିର୍ମାତା କରିବେ ଯୁବରାଜ ସିଂଙ୍କ ଉପରେ ବାୟୋପିକ

ଏହି ବାୟୋପିକ ଟି-ସିରିଜ୍ ବ୍ୟାନରରେ ନିର୍ମିତ ହେବାକୁ ଥିବା ବେଳେ ଭୂଷଣ କୁମାର ଏବଂ ରବି ଭାଗଚନ୍ଦକା ଏହି ବାୟୋପିକ ପ୍ରସ୍ତୁତ କରିବେ । ଭୂଷଣ କୁମାର ନିର୍ମାତା ଥିବା ବେଳେ ସହଯୋଗରେ ଯୁବରାଜ ସିଂଙ୍କ ବାୟୋପିକ ଫିଲ୍ମର ନିର୍ଦ୍ଦେଶନା ଦେବେ ରବି ଭାଗଚନ୍ଦକା । ଯୁବରାଜ ସିଂଙ୍କ ଜୀବନୀର ପୁରା ଯାତ୍ରା ତାଙ୍କ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯିବ । ଯୁବରାଜ ସିଂଙ୍କ ନିର୍ମାତା ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ''କିମ୍ବଦନ୍ତୀ ଯାତ୍ରାକୁ ପିଚ୍ ରୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଥିବା ଯୁବରାଜ ସିଂଙ୍କ ଜୀବନୀ କାହାଣୀ ଖୁବ ଶୀଘ୍ର ବଡ ପରଦାରେ ଆସିବ। ନିର୍ମାତା ରବି କହିଛନ୍ତି ଯେ ଦୀର୍ଘ ଦିନ ଧରି ଯୁବରାଜ ମୋର ଭଲ ବନ୍ଧୁ ଥିଲେ । ମୁଁ ଖୁସି ଯେ ସେ ତାଙ୍କ କ୍ରିକେଟ୍ ଯାତ୍ରାକୁ ଏକ ଚଳଚ୍ଚିତ୍ରରେ ପରିଣତ କରୁଛୁ । ୟୁବି କେବଳ ବିଶ୍ୱ ଚାମ୍ପିୟନ ନୁହଁନ୍ତି ବରଂ ସେ ପ୍ରକୃତରେ କିମ୍ବଦନ୍ତୀ ।

ବାୟୋପିକ ନେଇ ଯୁବରାଜଙ୍କ ପ୍ରତିକ୍ରିୟା

ବାୟୋପିକ୍ ତିଆରି ବିଷୟରେ ଯୁବରାଜ ସିଂ କହିଛନ୍ତି, ''ମୁଁ ଅତ୍ୟନ୍ତ ସମ୍ମାନିତ ଅନୁଭବ କରୁଛି ଯେ ଭୂଷଣ ଜୀ ଏବଂ ରବି ଜୀ ମୋର କ୍ରିକେଟ୍ ଯାତ୍ରା ସାରା ବିଶ୍ୱରେ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି । କ୍ରିକେଟ୍ ମୋର ସର୍ବଶ୍ରେଷ୍ଠ ପ୍ରେମ ଏବଂ ସମସ୍ତ ଉତ୍ଥାନ-ପତନ ମଧ୍ୟରେ ମୋର ଶକ୍ତିର ଉତ୍ସ ହୋଇପାରିଛି । ମୁଁ ଆଶା କରୁଛି ଯେ ଏହି ଚଳଚ୍ଚିତ୍ର ଲୋକମାନଙ୍କୁ ସେମାନଙ୍କ ଜୀବନର ଆହ୍ୱାନକୁ ଦୂର କରିବାକୁ ଏବଂ ସେମାନଙ୍କର ଅବିସ୍ମରଣୀୟ ଉତ୍ସାହକୁ ବଞ୍ଚାଇବାକୁ ପ୍ରେରଣା ଯୋଗାଇବ ।''

ଏହା ମଧ୍ୟ ପଢନ୍ତୁ:ତୋବା ତୋବା ଗୀତରେ ଡ୍ୟାନ୍ସ କରି ବିବାଦରେ ପୂର୍ବତନ କ୍ରିକେଟର, ଥାନାରେ ପହଞ୍ଚିଲା ଅଭିଯୋଗ

ଯୁବରାଜ ସିଂ ହେବେ ଏହି ତାରକା

ଏହି ବାୟୋପିକରେ କେଉଁ ଅଭିନେତା କ୍ରିକେଟର ଭୂମିକାରେ ନଜର ଆସିବେ ସେ ବିଷୟରେ କୌଣସି ସରକାରୀ ସୂଚନା ସେୟାର କରାଯାଇ ନାହିଁ । କିନ୍ତୁ ବାୟୋପିକ ଖବର ଶୁଣି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମଧ୍ୟରେ ଏନେଇ ଆଲୋଚନା ଜୋର ଧରିଛି । ଅନେକ କହିଛନ୍ତି ଯେ ଯୁବରାଜ ସିଂଙ୍କ ବାୟୋପିକ୍ ପାଇଁ ଟାଇଗର ଶ୍ରଫ୍ ସର୍ବୋତ୍ତମ ପସନ୍ଦ। ଏଥିସହ ଯୁବରାଜ ସିଂ ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଯଦି ମୋର ବାୟୋପିକ୍ ତିଆରି ହୁଏ ତେବେ ସିଦ୍ଧନ୍ତ ଚତୁର୍ବେଦୀ ଏଥିରେ ତାଙ୍କ ଚରିତ୍ରରେ ଅଭିନୟ କରିବା ଉଚିତ । ବାସ୍ତବରେ, ସିଦ୍ଧାର୍ଥ ଚତୁର୍ବେଦୀଙ୍କ ପାଇଁ ପ୍ଲସ୍ ପଏଣ୍ଟ ହେଉଛି ଯେ ତାଙ୍କର ଚେହେରା ଏବଂ ଫିଜିକ୍ ଯୁବରାଜ ସିଂଙ୍କ ସହ ସମାନ । ତେବେ ଦେଖିବାକୁ ବାକି ରହିଲା ଯୁବରାଜ ସିଂଙ୍କ ଭୂମିକାରେ କିଏ ଆସିବେ ନଜର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details