ଓଡିଶା

odisha

ପ୍ୟାରିସ ଅଲିମ୍ପିକ୍ସରେ ମନୁଙ୍କୁ ମେଡାଲ; ଖୁସିରେ ଝୁମିଲା ବଲିଉଡ, ପ୍ରଶଂସାରେ ପୋତିଲେ ସେଲିବ୍ରିଟି - Celebs On Bronze Win At Olympics

By ETV Bharat Sports Team

Published : Jul 29, 2024, 11:11 AM IST

Celebs On Bronze Win At Olympics: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ଭାରତକୁ ଗର୍ବିତ କରିଛନ୍ତି । ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ଶୁଟିଂରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ତେବେ ଏହି ବିଜୟ ପରେ ତାଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

ପ୍ୟାରିସ ଅଲମ୍ପିକ୍ସରେ ମନୁଙ୍କ ବାଜିମାତ୍; ଖୁସିରେ ଝୁମିଲା ବଲିଉଡ, ପ୍ରଶଂସାରେ ପୋତି ପକାଇଲେ ସେଲିବ୍ରିଟି
ପ୍ୟାରିସ ଅଲମ୍ପିକ୍ସରେ ମନୁଙ୍କ ବାଜିମାତ୍; ଖୁସିରେ ଝୁମିଲା ବଲିଉଡ, ପ୍ରଶଂସାରେ ପୋତି ପକାଇଲେ ସେଲିବ୍ରିଟି (ETV Bharat Odisha)

ହାଇଦ୍ରାବାଦ:ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଶୁଟିଂରେ ଭାରତୀୟ ମହିଳା ସୁଟର ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ନିଜ ଦେଶ ପାଇଁ ୨୦୨୪ ଅଲିମ୍ପିକ୍ସର ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ଶୁଟିଂରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି ବିଜୟ ପାଇଁ ତାଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ସେଲିବ୍ରିଟିମାନେ ମଧ୍ୟ ମନୁଙ୍କୁ ତାଙ୍କ ବିଜୟ ପାଇଁ ଶୁଭକାମନା ଜଣାଇଛନ୍ତି । ତାଙ୍କର ଏହି ବିଜୟରେ ଦୀପିକା ପାଦୁକୋନ, ରଣଭୀର ସିଂ, କରୀନା କପୁର, ଆଲିଆ ଭଟ୍ଟ, ଅନୀଲ କପୁର, ମଲାଇକା ଆରୋରା, ଅର୍ଜୁନ କପୁର, ସୁନୀଲ ଶେଟ୍ଟୀ, କିଆରା ଆଡଭାନୀଙ୍କ ସମେତ ଅନେକ ଚଳଚ୍ଚିତ୍ର ତାରକା ମନୁଙ୍କୁ ଏହି ବିଶେଷ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ମନୁଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା

ଇନଷ୍ଟାଗ୍ରାମ ଷ୍ଟୋରୀରେ କରୀନା କପୁର ମନୁଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ଅଭିନନ୍ଦନ ମନୁ । ଆପଣ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି । ସେହିପରି ଆଲିଆ ମନୁଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଆମର ପ୍ରଥମ ପଦକ ଆସିଛି । ଏହି ଆଶ୍ଚର୍ଯ୍ୟଜନକ ସଫଳତା ପାଇଁ ଅଭିନନ୍ଦନ । ଅନୁଷ୍କା ଶର୍ମା ଲେଖିଛନ୍ତି, ସୁଟ କରି ଇତିହାସ ରଚିଛ। ଅଭିନନ୍ଦନ, ଆପଣ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି ।

ମନୁଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା (instagram)

''ମନୁ ତୁମେ ଆମକୁ ଗର୍ବିତ କରିଛ''

ସେପଟେ ଅଭିନେତା ଅର୍ଜୁନ କପୁର ତାଙ୍କ ସଫଳତାକୁ ନେଇ ଲେଖିଛନ୍ତି । ଆଶ୍ଚର୍ଯ୍ୟଜନକ ମନୁ, ଅଭିନନ୍ଦନ । ଏଭଳି ଆହୁରି ଆଗକୁ ବଡ଼ ଏବଂ ଇତିହାସ ସୃଷ୍ଟି କରୁଥାଉ । ସେହିପରି ସୁନୀଲ ଶେଟ୍ଟୀ ମହିଳା ସୁଟରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ମନୁଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, 'ଅଲିମ୍ପିକ୍ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ସୁଟର ଏବଂ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଛି। ମନୁ, ତୁମେ ଭାରତକୁ ଗର୍ବିତ କରିଛ । ଭାରତର ପ୍ରଥମ ପଦକ । ଅଭିନନ୍ଦନ । ଏମାନଙ୍କ ବ୍ୟତୀତ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ପ୍ରୀତି ଜିଣ୍ଟା, କ୍ରିତି ଖରବନ୍ଧା, ରାଜକୁମାର ରାଓ, ଜ୍ୟାକି ଶ୍ରଫ ସମେତ ଅନେକ ସେଲିବ୍ରିଟି ମନୁଙ୍କୁ ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ ଶୁଭକାମନା ଜଣାଇଛନ୍ତି ।

ମନୁଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା (instagram)

ମନୁ ଭାକର କିଏ ?

ହରିୟାଣା ଜିଲ୍ଲାର ଝାଡର ଜିଲ୍ଲାର ଗୋରିଆ ଗ୍ରାମର ବାସିନ୍ଦା ୨୨ ବର୍ଷୀୟ ମନୁ ଭାକର । 2002 ଫେବୃଆରୀ 18 ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ରାମ କିଶନ ଭାକର ଓ ମାତା ସୁମେଧା ଭାକର । କିଶନ ଭାକର ମର୍ଚାଣ୍ଟ ନାବିରେ ଚିଫ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଶୁଟିଂରେ କ୍ୟାରିୟର ଆରମ୍ଭ କରିବାର ମନୁଙ୍କ କାହାଣୀ ଟିକିଏ ଭିନ୍ନ । ଦିନେ ତାଙ୍କ ପିତାଙ୍କ ସହ ସୁଟିଂ ରେଞ୍ଜ ପରିଦର୍ଶନ କରିବା ସମୟରେ ମନୁ ହଠାତ୍ ଶୁଟିଂ ଆରମ୍ଭ କରିଥିଲେ। ସେ ଟାର୍ଗେଟ କରି ଗୁଳିକୁ ସିଧା ନିଶାନା କରିଥିଲେ, ଏହା ପରେ ତାଙ୍କ ପିତା ତାଙ୍କୁ ସୁଟିଂ କରିବାକୁ ଉତ୍ସାହିତ କରିଥିଲେ । ଝିଅକୁ ଏକ ବନ୍ଧୁକ କିଣି ବାପା ଦେଇଥିଲେ। ଏହା ପରେ କୋଚ ଯଶପାଲ ରଣା ମନୁଙ୍କୁ ଶୁଟିଂର କୌଶଳ ଶିଖାଇଥିଲେ ।

ମନୁଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା (instagram)

ଏହା ମଧ୍ୟ ପଢନ୍ତୁ:ପ୍ୟାରିସରେ ହେଲା ଚମତ୍କାର ! ଅଲିମ୍ପିକ୍ସ ପଦକ ସହ ଶ୍ରୀମଦଭାଗବତ ଗୀତା ଲିଙ୍କ୍, ଜାଣନ୍ତୁ କିଏ ମନୁ ଭାକର ?

ମନୁଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା (instagram)

ପ୍ୟାରିସ ଅଲମ୍ପିକ୍ସରେ ଏପରି ମାରିଥିଲେ ବାଜି

10 ମିଟର ଏୟାର ରାଇଫଲ ଫାଇନାଲ ଇଭେଣ୍ଟରେ 221.7 ପଏଣ୍ଟ ଶୁଟ କରିଥିଲେ ମନୁ ଭାକର । ଫାଇନାଲ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ଭକର ସଂଘର୍ଷ କରଥିଲେ । ଟପ୍ -3ରେ ଆସି ନଥିଲେ । କିନ୍ତୁ ପରେ ହୋଇଥିଲା ଚମତ୍କାର । ପରବର୍ତ୍ତୀ ଇଭେଣ୍ଟରେ ଅବିଶ୍ବସନୀୟ ଶୁଟ୍ କରିଥିଲେ ଭାକର । ଆଉ ଏଣ୍ଟ୍ରି କରିଥିଲେ ଟପ୍ -3ରେ । କୋରିଆନ୍ ସୁଟରଙ୍କ ପଛରେ ରହି ବ୍ରୋଞ୍ଜ ଜିତିଥିଲେ ।

ମନୁଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା (instagram)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details