ହାଇଦ୍ରାବାଦ:ରାମ ନାଗରୀ ଅଯୋଧ୍ୟାରେ ଭଗବାନ ରାମଙ୍କୁ ସ୍ବାଗତ କରିବାକୁ ସାରା ଦେଶ ପ୍ରସ୍ତୁତ। ରାତି ପାହିଲେ ଭାରତ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ । ଦୀର୍ଘ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ ଏଥିରେ ଅନେକ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେବେ । ଏହି ସମୟରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ଏଥିରେ ଯୋଗ ଦେଇପାରିବେ ନାହିଁ । ଏହି ସମାରୋହରେ ସାମିଲ ନହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି ବିବେକ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହାର କାରଣ ଜଣାଇଛନ୍ତି ।
ବିବେକ ଅଗ୍ନିହୋତ୍ରୀ ଆମନ୍ତ୍ରଣର ଫଟୋ ଏକ୍ସରେ ସେୟାର କରି ଲେଖିଛନ୍ତି, 'ସିଏମ୍ ଯୋଗୀ ଆଦିତ୍ୟନାଥ ଜୀଙ୍କ କାର୍ଯ୍ୟାଳୟରୁ ଅନେକ ଫଲୋଅପ୍ କଲ ଆସିଥିଲା, ଯାହା ମୋତେ ବହୁତ ଖୁସି କରିଥିଲା । ହେଲେ ବର୍ତ୍ତମାନ ସାମିଲ ହୋଇପାରିବିନାହିଁ । ସେ ଲେଖିଛନ୍ତି, 'ମୋ ପାଇଁ ଦୁର୍ଭାଗ୍ୟଜନକ କଥା ଯେ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇପାରିବି ନାହିଁ । ମୁଁ କିଛି ଜରୁରୀ କାରଣରୁ ୨୨ ଜାନୁଆରୀରେ ଭାରତରେ ନ ଥିବାରୁ ଏହି ସମାରୋହରେ ଯୋଗ ଦେଇପାରିବି ନାହିଁ । କେବଳ ରାମ ଜୀ ଜାଣନ୍ତି ଯେ ମୁଁ କେତେ ଦୁଃଖିତ ।'