ହାଇଦ୍ରାବାଦ:ସାଉଥ ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା କ୍ରମାଗତ ଭାବରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ରହିଆସୁଛନ୍ତି । ନିକଟରେ ଅଭିନେତାଙ୍କ ଫିଲ୍ମ 'ଦ ଫ୍ୟାମିଲି ଷ୍ଟାର' ରିଲିଜ ହୋଇଛି । ସୂଚନା ଅନୁସାରେ, ରିଲିଜ୍ ହେବାର ମାତ୍ର କିଛି ଦିନ ମଧ୍ୟରେ ଫିଲ୍ମ ଏବଂ ବିଜୟ ଦେବରକୋଣ୍ଡାଙ୍କୁ ସମାଲୋଚନା କରାଯାଉଛି । ସୋସିଆଲ ମିଡିଆରେ ନକଲି ଆଇଡି ତିଆରି କରି ସେମାନଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଅଭିନେତା ଟିମ୍ କିଛି ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏନେଇ ଅଭିନେତାଙ୍କ ଟିମର ଜଣେ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ଟ୍ରୋଲର୍ସଙ୍କ ବିରୋଧରେ ମାମଲା ରୁଜୁ
ବିଜୟ ଦେବରକୋଣ୍ଡାଙ୍କ ଟିମର ଜଣେ ବ୍ୟକ୍ତି ଏକ୍ସରେ ଅଭିଯୋଗ ଦାଖଲ କରିଥିବା ସମୟର ଏକ ଫଟୋ ସେୟାର କରିଛନ୍ତି । ଏହା ସହ କ୍ୟାପସନରେ ଲେଖାଅଛି, "ଦ ଫ୍ୟାମିଲି ଷ୍ଟାର ଫିଲ୍ମ ତଥା ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଟାର୍ଗେଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସାଇବର କ୍ରାଇମରେ ମାମଲା ପଞ୍ଜିକୃତ ହୋଇଛି ଏବଂ ତାଙ୍କ ବିରୋଧରେ ନକାରାତ୍ମକ ପ୍ରଚାର ଅଭିଯାନ ଚାଲିଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି । ପୋଲିସ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛନ୍ତି । ନକଲି ପରିଚୟ ଏବଂ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱସନା ଦେଇଛନ୍ତି ।"
'ଦ ଫ୍ୟାମିଲି ଷ୍ଟାର'ର କଲେକ୍ସନ ଉପରେ ପ୍ରଭାବ