ଓଡିଶା

odisha

ETV Bharat / entertainment

ଆସିଲା 'ବେବି ଜନ' ଟ୍ରେଲର; ବରୁଣଙ୍କ ଆକ୍ସନ-ଜ୍ୟାକି ଶ୍ରଫଙ୍କ ଖତରନାକ୍ ଅବତାର ଉଡାଇବ ହୋସ୍ - BABY JOHN TRAILER

ଚଳିତ ମାସରେ ରିଲିଜ ହେବ 'ବେବି ଜନ' । ଫିଲ୍ମ ପରଦାକୁ ଆସିବା ପୂର୍ବରୁ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । ଦେଖନ୍ତୁ ଟ୍ରେଲର...

baby john trailer release
baby john trailer release (Etv Bharat)

By ETV Bharat Entertainment Team

Published : Dec 9, 2024, 6:27 PM IST

ହାଇଦ୍ରାବାଦ:ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ବରୁଣ ଧୱନଙ୍କ 'ବେବି ଜନ୍' ଅନ୍ୟତମ । କିଛି ଦିନ ପୂର୍ବରୁ ଏହାର ଟିଜର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​ଏବଂ ସେବେଠାରୁ ସମସ୍ତେ ଟ୍ରେଲରକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଅପେକ୍ଷାର ଅନ୍ତ ହୋଇଛି । ରିଲିଜ ହୋଇଛି 'ବେବି ଜନ' ଟ୍ରେଲର । ଆଜି(ଡିସେମ୍ୱର 9)ରେ ମୁକ୍ତିଲାଭ କରିଛି 'ବେବି ଜନ' ଟ୍ରେଲର । ଯାହା ପାୱାର ପ୍ୟାକ୍ ଆକ୍ସନରେ ପରିପୂର୍ଣ୍ଣ ।

ଟ୍ରେଲରରେ କ'ଣ ରହିଛି ?

ଫିଲ୍ମଟି ବାପା ଏବଂ ଝିଅ ର କାହାଣୀ । 3 ମିନିଟର 6 ସେକେଣ୍ଡର ଟ୍ରେଲରରେ ଦର୍ଶାଯାଇଛି ଯେ ବରୁଣ ଧୱନ ଜଣେ ସାହସୀ ପୋଲିସ ଅଧିକାରୀ ଭୂମିକାରେ ଦୁଷ୍କର୍ମ ପୀଡିତାଙ୍କ ପାଇଁ ଲଢନ୍ତି ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତି। ତାଙ୍କର ଏକ ଝିଅ ମଧ୍ୟ ଅଛି ଯାହା ଉପରେ ଯଦି କୌଣସି ବିପଦ ଆସିଲେ ସେ ଯେକୌଣସି ସ୍ତରକୁ ଯାଇପାରିବେ । ଟ୍ରେଲର ଆରମ୍ଭରେ ବରୁଣ ଧୱନ ନିଜ ଝିଅ ସହ ନଜର ଆସିଛନ୍ତି । ଏହା ପରେ ତାଙ୍କୁ ଦମଦାର ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ସେହିପରି ଜ୍ୟାକି ଶ୍ରଫ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବାକୁ ଥିବା ବେଳେ ତାଙ୍କ ଖତରନାକ୍ ଅବତାର ବେଶ ଦୃଷ୍ଟି ଆକର୍ଷଣ କରିଛି ।

ସଲମାନ ଖାନଙ୍କ କ୍ୟାମିଓ ରହିଛି ଖାସ୍

'ବେବି ଜନ' ଟ୍ରେଲର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ସଲମାନ ଖାନଙ୍କ କ୍ୟାମିଓ । ଟ୍ରେଲର ଶେଷରେ ସଲମାନ ଖାନ ଏକ ଦମଦାର ଏଣ୍ଟ୍ରି କରିଛନ୍ତି ଯେଉଁଥିରେ ସେ ମୁହଁ ଦେଖାନ୍ତି ନାହିଁ କିନ୍ତୁ ମାସ୍କ ଭିତରୁ ତାଙ୍କ ଆଖି ଦେଖିବାକୁ ମିଳେ । ଶେଷରେ ସଲମାନ କୁହନ୍ତି, 'ମେରୀ ଖ୍ରୀଷ୍ଟମାସ' । ଯାହା କାହାଣୀରେ ଟ୍ୱିଷ୍ଟ ଭଳି ମନେ ହୁଏ । ତେବେ ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଲୋକେ ଏହାକୁ ଖୁବ ପସନ୍ଦ କରିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ବେବି ଜନ' ପ୍ରଥମ ଗୀତ 'ନେନ ମଟକ୍କା' ରିଲିଜ; ବରୁଣ-କୀର୍ତ୍ତିଙ୍କ କେମେଷ୍ଟ୍ରି ଦେଖି ଫିଦା ଫ୍ୟାନ୍ସ

ଏହି ଦିନ ରିଲିଜ ହେବ ଫିଲ୍ମ

ଖ୍ରୀଷ୍ଟମାସ ଅବସରରେ ଏହି ଫିଲ୍ମ 25 ଡିସେମ୍ବରରେ ମୁକ୍ତିଲାଭ କରିବ । କହିରଖୁଛୁ କି, 'ବେବି ଜନ' ଆଟଲେଙ୍କ ଫିଲ୍ମ 'ଥେରିର' ରିମେକ୍, ଯାହା 2016 ରେ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ଥାଲାପତି ବିଜୟ ଏବଂ ସାମନ୍ଥା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । 'ବେବି ଜନ' ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି କାଲିଶ । ଏହି ଚଳଚ୍ଚିତ୍ରରେ ବରୁଣଙ୍କ ସହ କିର୍ତ୍ତୀ ସୁରେଶ, ଭାମିକା ଗାବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । କିର୍ତ୍ତୀ ସୁରେଶ ଏହି ଚଳଚ୍ଚିତ୍ର ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଏବଂ ସେ ପ୍ରଥମ ଥର ପାଇଁ ବରୁଣଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସେ ବରୁଣଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details