ହାଇଦ୍ରାବାଦ: ସହି ପାରିଲେନି ସହ କଳାକାରଙ୍କ ମୃତ୍ୟୁ । ଜୀବନ ହାରିଲେ ତେଲୁଗୁ ଅଭିନେତା । ଆଉ ନାହାନ୍ତି ଚେନ୍ଦ୍ରକାନ୍ତ । ଶୁକ୍ରବାର ଦିନ ଅଭିନେତା ଜଣକ ତେଲେଙ୍ଗାନାର ଅଳକାପୁର ସ୍ଥିତ ନିଜ ବାସଭବନରେ ପ୍ରାଣ ହାରିଥିବା ଜଣାପଡିଛି । ତେବେ ସାଥି କଳାକାର ତଥା ବନ୍ଧୁ ପବିତ୍ରା ଜୟରାମଙ୍କ ମୃତ୍ୟୁର କିଛି ଦିନ ପରେ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସହ କଳାକାରଙ୍କ ମୃତ୍ୟୁକୁ ସହିପାରିଲେନି ବୋଲି ଚର୍ଚ୍ଚା ହେଉଛି । ପ୍ରକାଶଥାଉକି, ଏକ କାର୍ ଦୁର୍ଘଟଣାରେ ପବିତ୍ରାଙ୍କର ମୃତ୍ୟୁ ହୋଇଥିଲା । ପୋଲିସର ସୂଚନା ଅନୁସାରେ, ଚନ୍ଦ୍ରକାନ୍ତ କିଛି ଦିନ ହେବ ଅବସାଦରେ ରହିଥିବା ନେଇ ତାଙ୍କ ବାପା ସ୍ପଷ୍ଟ କରିଛନ୍ତି ।
ପବିତ୍ରା ଜୟରାମଙ୍କ ମୃତ୍ୟୁକୁ ସହିପାରି ନଥିଲେ ଚନ୍ଦ୍ରକାନ୍ତ । ସେ ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଥିଲେ । କୋ ଷ୍ଟାର ତ୍ରିନୟନୀଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ମଧ୍ୟ ପବିତ୍ରାଙ୍କ ପାଇଁ ରହିଥିଲା । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରହିଥିବା ମଧ୍ୟ ଜଣାପଡିଛି ।