ଓଡିଶା

odisha

ଓଡ଼ିଆ ଫିଲ୍ମ 'କର୍ମ'ର ଶୁଭମହୁରତ, ମୁଖ୍ୟ ଚରିତ୍ରରେ ନଜର ଆସିବେ ଅନୁଭବ - Odia Film Karma Subha Muhurat

By ETV Bharat Odisha Team

Published : Jun 27, 2024, 1:18 PM IST

Updated : Jun 27, 2024, 2:41 PM IST

Odia Film Karma Coming Soon: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ 'କର୍ମ' । ବର୍ତ୍ତମାନ ଫିଲ୍ମର ଶୁଭମୁହରତ ହୋଇଯାଇଛି । ଏହି ସମୟରେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ମଧ୍ୟ ପରଦା ଉଠିଛି । ଅଧିକ ପଢନ୍ତୁ,

ଓଡ଼ିଆ ଫିଲ୍ମ 'କର୍ମ'ର ଶୁଭମହୁରତ
ଓଡ଼ିଆ ଫିଲ୍ମ 'କର୍ମ'ର ଶୁଭମହୁରତ (ETV Bharat Odisha)

ଭୁବନେଶ୍ୱର:ଓଡ଼ିଆ ମୌଳିକ କାହାଣୀ ସହ ବଡ ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଚଳଚିତ୍ର 'କର୍ମ' । ବୁଧବାର ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି । ସିଆରପି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ସହ ଶୁଭ ମହୁରତ ହୋଇଛି । ଏହି ସମୟରେ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ମଧ୍ୟ ପରଦା ଉଠିଛି । ଶୁଭ ମହୁରତ ସମୟରେ ଫିଲ୍ମର କାଷ୍ଟ ଏବଂ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ତେବେ ଆସନ୍ତାକାଲି ୨୮ ତାରିଖରୁ ସିନେମାର ସୁଟିଂ ଆରମ୍ଭ ହେବ ।

ଓଡ଼ିଆ ଫିଲ୍ମ 'କର୍ମ'ର ଶୁଭମହୁରତ (ETV Bharat Odisha)

'କର୍ମ' ଷ୍ଟାରକାଷ୍ଟ

ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିବେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅନୁଭବ ଓ ସୂର୍ଯ୍ୟମୟୀଙ୍କ ଯୋଡିକୁ ଏକାଠି ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଓ ପ୍ରଯୋଜନା ଉଭୟ ଦାୟିତ୍ୱ ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ସଂଗୀତ ନିର୍ଦ୍ଦେଶନା ସହ କଣ୍ଠଶିଳ୍ପୀ ରହିଛନ୍ତି ଆଶିଷ ପ୍ରଧାନ । ତେବେ ଓଡ଼ିଆ ସିନେମା ଶିଳ୍ପକୁ ଭିନ୍ନ ଭିନ୍ନ ଜୋନରର ସିନେମା ଭେଟି ଦେଇ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଅନୁପମ ପଟ୍ଟନାୟକ ଅଭିନେତା ଅନୁଭବଙ୍କୁ ନେଇ ପ୍ରଥମ ଥର ସିନେମା କରିବାକୁ ଯାଉଥିବା ବେଳେ ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସେ ବେଶ ଆଶାବାଦୀ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆସୁଛି ଓଡ଼ିଆ ଫିଲ୍ମ 'କାନତରାଟି', ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

'କର୍ମ' ଫିଲ୍ମର କାହାଣୀ

ଏହା ଏକ ଥ୍ରୀଲର ଚଳଚ୍ଚିତ୍ର ହୋଇଥିବା ବେଳେ ଲେଖାକୁ ନେଇ ବେଶ ଭଲ କାମ ହୋଇଛି ବୋଲି କହିଛନ୍ତି ଲେଖକ ମାନସ ପଢ଼ିଆରୀ । 'କର୍ମ' ଅର୍ଥାତ କର୍ମର ଫଳ, ଯାହା ଆମେ କରିଥାଉ ସେହି ମୁତାବିକ ଆମକୁ ଫଳ ମିଳିଥାଏ । ଏହି ସୁନ୍ଦର ବାର୍ତ୍ତାକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ନୂଆ ପୁରୁଣା କଳାକାରଙ୍କ ସମିଶ୍ରଣର କାହାଣୀଟି ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 27, 2024, 2:41 PM IST

ABOUT THE AUTHOR

...view details