ETV Bharat / entertainment

ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ - ANUSHKA SHOWRES LOVE ON VIRAT

author img

By ETV Bharat Odisha Team

Published : Jun 30, 2024, 4:16 PM IST

Anushka Sharma On Virat: ଭାରତ ଜିତିଲା ଟି-୨୦ ବିଶ୍ୱକପ ଟ୍ରଫି । ​ ବିରାଟ କୋହଲି ହେଲେ ମ୍ୟାନ ଅଫ ଦ ମ୍ୟାଚ । ଏହା ପରେ ପତ୍ନୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କୁ ପ୍ରଶଂସା କରିବା ସହ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।

ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ
ଭାରତର ବିଜୟ ପରେ ଭାମିକାଙ୍କୁ ଘାରିଲା ଏହି ଚିନ୍ତା, ଅନୁଷ୍କା ଲେଖିଲେ ପ୍ରେମଭରା ପୋଷ୍ଟ (ETV Bharat Odisha)

ହାଇଦ୍ରାବାଦ: ଜୁନ ୨୯, ଭାରତ ପାଇଁ ଐତିହାସିକ ଦିନ । ପ୍ରାୟ ୧୭ ବର୍ଷ ପରେ ଏହି ଦିନ ଭାରତ ଟି-୨୦ ବିଶ୍ୱକପ ଟ୍ରଫି ନିଜ ନାଁରେ କରି ଦମଦାର ବିଜୟ ହାସଲ କରିଛି । ଏହି ସମୟରେ ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ ସେ ଖେଳରୁ ଅବସର ମଧ୍ୟ ଘୋଷଣା କରିଛନ୍ତି । ତେବେ ଭାରତର ଦମଦାର ବିଜୟ ନେଇ ସାରା ଦେଶରେ ସେଲିବ୍ରେସନର ମାହୋଲ ରହିଥିବା ବେଳେ ସମସ୍ତେ ଟିମକୁ ପ୍ରଶଂସା କରିଛନ୍ତି । ଏପରି ସମୟରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ସ୍ୱାମୀ ବିରାଟଙ୍କ ଦମଦାର ସଫଳତା ପାଇଁ ଏକ ଭାବପ୍ରବଣ ନୋଟ ଲେଖି ଶୁଭେଚ୍ଛା ଜଣାଇଛନ୍ତି ।

ଅନୁଷ୍କା ବିରାଟ କୋହଲିଙ୍କ ବିଷୟରେ ଏହା କହିଛନ୍ତି

ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲ କରିଛି । ଯାହାକୁ ନେଇ ଅନୁଷ୍କା ଶର୍ମା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ବିରାଟଙ୍କ ସମେତ ଟିମ୍ ଇଣ୍ଡିଆର ବିଜୟର ଫଟୋ ରହିଛି । ଏହା ସେୟାର କରି ସେ ଲେଖିଛନ୍ତି, ''ମୁଁ ଏହି ଲୋକକୁ ଭଲପାଉଛି । ବିରାଟ ତୁମକୁ ମୋ ଘର କହିବା ବେଳେ ମୋତେ ଅଧିକ ଖୁସି ଲାଗିଥାଏ । ବହୁତ ବହୁତ ଧନ୍ୟବାଦ ଏବଂ ଶୁଭେଚ୍ଛା ।''

ଝିଅ ଭାମିକା କଲେ ଚିନ୍ତା

ଅନ୍ୟ ଏକ ପୋଷ୍ଟରେ ଅନୁଷ୍କା ଟିମ୍ ଇଣ୍ଡିଆର ଫଟୋ ସହ ଏକ ଭାବପ୍ରବଣ ନୋଟ୍ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ଯେତେବେଳେ ଆମ ଝିଅ ଭାମିକା ସମସ୍ତ ଖେଳାଳିଙ୍କୁ କାନ୍ଦୁଥିବାର ଦେଖିଲେ, ସେତେବେଳେ ତାଙ୍କର ସବୁଠାରୁ ବଡ ଚିନ୍ତା ଥିଲା କାହିଁକି ସେମାନଙ୍କୁ କେହି ହଗ୍ କରିବାକୁ ଆସୁନାହାନ୍ତି । ସେତେବେଳେ ମୁଁ କହିଲି ମୋର ପ୍ରିୟ ଝିଅ, ସେମାନଙ୍କୁ ୧୫୦ କୋଟି ଲୋକ ହଗ୍ କରିଛନ୍ତି । କି ଚମତ୍କାର ବିଜୟ ଏବଂ କି ଆଶ୍ଚର୍ଯ୍ୟଜନକ ସଫଳତା ? ଚମ୍ପିଆନ୍ସ-ଅଭିନନ୍ଦନ ।”

ଏହା ମଧ୍ୟ ପଢନ୍ତୁ: ବିଶ୍ୱ ଚାମ୍ପିଅନ ହେଲା ଭାରତ; ଝୁମିଲା ଫିଲ୍ମ ଇଣ୍ଡଷ୍ଟ୍ରି, ଓଲିଉଡରୁ ବଲିଉଡ ସବୁଠୁ ଛୁଟିଲା ଶୁଭେଚ୍ଛା ସୁଅ

ସୂଚନା ଥାଉ କି, ୧୭ ବର୍ଷ ପରେ ଭାରତ ହୋଇଛି ବିଶ୍ୱ ଚମ୍ପିଆନ । ପୂର୍ବରୁ 2007ରେ ପ୍ରଥମ ଥର ଆରମ୍ଭ ହୋଇଥିଲା ଟି 20 ବିଶ୍ବକପରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତ ଫାଇନାଲରେ ପ୍ରବେଶ କରି ଟ୍ରଫି ହାତେଇଥିଲା । ଏହାପରେ 2014ରେ ଧୋନିଙ୍କ ନେତୃତ୍ବରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ଟ୍ରଫି ହାତେଇବାରେ ଗୋଟିଏ ପାଦ ପଛରେ ରହିଯାଇଥିଲା ଭାରତ । ଏହାପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପଛରେ ପକାଇ ବାଜି ମାରିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.