ETV Bharat / entertainment

ଓଡ଼ିଶାରେ 'କଲ୍କି' କ୍ରେଜ; ଭୁବନେଶ୍ୱର-ବ୍ରହ୍ମପୁରରେ ଶୋ' ହାଉସଫୁଲ, ଶ୍ରେଷ୍ଠ ଫିଲ୍ମ ଟ୍ୟାଗ ଦେଲେ ଦର୍ଶକ - Kalki 2898AD Craze In Odisha

author img

By ETV Bharat Odisha Team

Published : Jun 28, 2024, 6:33 PM IST

Kalki2898AD Craze In Odisha: ପରଦାରେ ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮AD' । ଏହି ଫିଲ୍ମକୁ ନେଇ ସାରା ଦେଶରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ମଧ୍ୟ କମାଲ କରୁଛି । ଫିଲ୍ମଟି ଦର୍ଶକଙ୍କ ମନ ଜିତିଥିବା ବେଳେ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଶୋ' ହାଉସଫୁଲ ଥିବା ଦେଖିବାକୁ ମିଳିଛି ।

ଓଡ଼ିଶାରେ 'କଲ୍କି' କ୍ରେଜ; ଭୁବନେଶ୍ୱର-ବ୍ରହ୍ମପୁରରେ ଶୋ' ହାଉସଫୁଲ, ଶ୍ରେଷ୍ଠ ଫିଲ୍ମ ଟ୍ୟାଗ ଦେଲେ ଦର୍ଶକ
ଓଡ଼ିଶାରେ 'କଲ୍କି' କ୍ରେଜ; ଭୁବନେଶ୍ୱର-ବ୍ରହ୍ମପୁରରେ ଶୋ' ହାଉସଫୁଲ, ଶ୍ରେଷ୍ଠ ଫିଲ୍ମ ଟ୍ୟାଗ ଦେଲେ ଦର୍ଶକ (ETV Bharat Odisha)

ଭୁବନେଶ୍ୱର-ବ୍ରହ୍ମପୁର: ଗୁରୁବାର, ଜୁନ୍ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ୍ ଚଳଚ୍ଚିତ୍ର 'କଲ୍କି 2898 AD' । ଏହି ଫିଲ୍ମ ସାରା ଦେଶରେ ୫ଟି ଭାଷାରେ ମୁକ୍ତିଲାଭ କରିଥିବା ବେଳେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସପଳ ହୋଇଛି ଫିଲ୍ମ । ଭାରତ ସମେତ ଓଡ଼ିଶାରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଭୁବନେଶ୍ୱର ଏବଂ ବ୍ରହ୍ମପୁର ଥିଏଟରରେ ଶୋ' ହାଉସଫୁଲ ହୋଇଥିବା ବେଳେ ଫିଲ୍ମ ଦେଖି ଦିୱାନା ହୋଇଛନ୍ତି ଦର୍ଶକ ।

ଭୁବନେଶ୍ୱରରେ କଲ୍କି କ୍ରେଜ

ହାଇଦ୍ରାବାଦ, ବେଙ୍ଗାଳୁରୁରେ ସକାଳ ସାଢେ଼ ୪ଟାରୁ ଲୋକେ ଫାଷ୍ଟ ଡେ' ଫାଷ୍ଟ ଶୋ' ଦେଖିଥିବା ବେଳେ ଭୁବନେଶ୍ବରରେ ବି ଭିଡ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ସକାଳ ୫ଟାରୁ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଥିଏଟରରେ ଖଚା ଖଚ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ସମୟରେ ରାଜଧାନୀର ଶ୍ରୀୟା ହଲରେ ପ୍ରଭାସଙ୍କ କଟଆଉଟରେ ଫ୍ୟାନ୍ସ କ୍ଷୀର ଢାଳି ଫିଲ୍ମ ରିଲିଜ ସେଲିବ୍ରେଟ କରିଥିଲେ । ସେହିପରି ଆଜି ବି ବିଭିନ୍ନ ହଲରେ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ସାରା ପ୍ରାୟ ସବୁ ସିଙ୍ଗେଲ ସ୍କ୍ରିନ ଓ ମଲ୍ଟି ପ୍ଲେକ୍ସ ହାଉସ୍ ଫୁଲ ହୋଇଥିବା ବେଳେ ଦର୍ଶକଙ୍କ ଫିଲ୍ମ ଦେଖି ଫ୍ୟାନ ହୋଇଛନ୍ତି ଏବଂ ପ୍ରଶଂସା କରିଛନ୍ତି ।

ବ୍ରହ୍ମପୁରରେ କଲ୍କି କ୍ରେଜ

ସେହିପରି ବ୍ରହ୍ମପୁରର ବିଭିନ୍ନ ପ୍ରେକ୍ଷାଳୟରେ ଭିଡ଼ ଦେଖିବାକୁ ମିଳିଛି । ରିଲିଜର ପ୍ରଥମ ଏବଂ ଦ୍ୱିତୀୟ ଦିନରେ ସହରର ଗୌତମ ଏବଂ ରୁକ୍ମଣୀ ହଲରେ ଶୋ' ହାଉସଫୁଲ ରହିଥିବା ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଦେଖି ବେଶ ମଜ୍ଜା ନେଇଥିଲେ ଦର୍ଶକ । ଫିଲ୍ମ ଦେଖିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦର୍ଶକ ଫିଲ୍ମ ସୁପରହିଟ୍ ଏବଂ ଚଳିତ ବର୍ଷର ଶ୍ରେଷ୍ଠ ଫିଲ୍ମ ବୋଲି କହି ପ୍ରଶଂସା କରିଛନ୍ତି ।

'କଲ୍କି 2898AD' ଷ୍ଟାରକାଷ୍ଟ

କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ମନଜିତିଲା ପ୍ରଭାସଙ୍କ ଫିଲ୍ମ 'କଲ୍କି'; ପ୍ରଥମ ଦିନରେ ବମ୍ପର ଓପନିଂ ସହ କଲା ନୂଆ ରେକର୍ଡ

ଇଟିଭି ଭାରତ, ବ୍ରହ୍ମପୁର-ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.