ETV Bharat / entertainment

ବିଶ୍ୱ ଚାମ୍ପିଅନ ହେଲା ଭାରତ; ଝୁମିଲା ଫିଲ୍ମ ଇଣ୍ଡଷ୍ଟ୍ରି, ଓଲିଉଡରୁ ବଲିଉଡ ସବୁଠୁ ଛୁଟିଲା ଶୁଭେଚ୍ଛା ସୁଅ - Celebs Congratulate To Team India

author img

By ETV Bharat Odisha Team

Published : Jun 30, 2024, 11:50 AM IST

Celebs Congratulate To Team India: ଟି20 ବିଶ୍ବକପ୍ 2024 ଟ୍ରଫି ହାତେଇଲା ଭାରତ । ତେବେ ଭାରତ ବିଶ୍ୱ ଚାମ୍ପିଅନ ହେବା ପରେ ସାରା ଦେଶରେ ସେଲିବ୍ରେସନର ମାହୋଲ ରହିଥିବାବେଳେ ଖୁସିରେ ଝୁମି ଉଠିଛି ଫିଲ୍ମ ଇଣ୍ଡଷ୍ଟ୍ରି । ଓଲିଉଡରୁ ଆରମ୍ଭ କରି ବଲିଉଡ ଏବଂ ଟଲିଉଡ ସେଲିବ୍ରିଟିମାନେ ଭାରତର ଦମଦାର ବିଜୟକୁ ସେଲିବ୍ରେଟ କରିବା ସହ ଟିମକୁ ଶୁଭକାମନା ଜଣାଇଛନ୍ତି । ଦେଖନ୍ତୁ ଝଲକ,

ବିଶ୍ୱ ଚାମ୍ପିଅନ ହେଲା ଭାରତ; ଝୁମିଲା ଫିଲ୍ମ ଇଣ୍ଡଷ୍ଟି, ଓଲିଉଡରୁ ବଲିଉଡ ସବୁଠୁ ଛୁଟିଲା ଶୁଭେଚ୍ଛାର ସୁଅ
ବିଶ୍ୱ ଚାମ୍ପିଅନ ହେଲା ଭାରତ; ଝୁମିଲା ଫିଲ୍ମ ଇଣ୍ଡଷ୍ଟି, ଓଲିଉଡରୁ ବଲିଉଡ ସବୁଠୁ ଛୁଟିଲା ଶୁଭେଚ୍ଛାର ସୁଅ (ETV Bharat Odisha)

ହାଇଦ୍ରାବାଦ: ବିଶ୍ୱ ଚାମ୍ପିଅନ ହୋଇଛି ଭାରତ । ଚଳିତ ଟି20 ବିଶ୍ବକପ୍ 2024ରେ ଦକ୍ଷିଣ ଆଫ୍ରିକାକୁ 7 ରନରେ ମାତ୍ ଦେଇ ଭାରତ ହାତେଇଛି ବିଶ୍ୱକପ୍ ଟ୍ରଫି । ତେବେ ଭାରତର ଏହି ଐତିହାସିକ ବିଜୟ ନେଇ ସାରା ଦେଶରେ ଏବେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳୁଛି । ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁସିରେ ଝୁମି ଉଠିଛି । ଓଲିଉଡରୁ ଆରମ୍ଭ କରି ବଲିଉଡ ଏବଂ ଟଲିଉଡ ସେଲିବ୍ରିଟିମାନେ ଭାରତର ଦମଦାର ବିଜୟ ନେଇ ସେଲିବ୍ରେଟ କରିବା ସହ ଟିମକୁ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ତାରକାମାନେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ପ୍ରଶଂସା କରିଛନ୍ତି ।

ଓଲିଉଡ ସେଲିବ୍ରିଟିଙ୍କ ଶୁଭେଚ୍ଛା
ଓଲିଉଡ ସେଲିବ୍ରିଟିଙ୍କ ଶୁଭେଚ୍ଛା (Instagram)

ଓଲିଉଡରୁ ଶୁଭେଚ୍ଛାର ସୁଅ

ଭାରତର ଚତ୍ମକାର ବିଜୟ ନେଇ ଓଲିଉଡରେ ସେଲିବ୍ରେସନର ମାହୋଲ । ଏହି ଅବସରରେ ଓଲିଉଡ ତାରକା ଅନୁଭବ ମହାନ୍ତି ନିଜ ଇନଷ୍ଟା ଷ୍ଟୋରୀରେ ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମାଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ ଏହାକୁ ନିଜ ଆଗାମୀ ଫିଲ୍ମ କର୍ମ ସହ ତୁଳନା କରି ତାଙ୍କର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଆମେ କର୍ମ ଉପରେ ବିଶ୍ୱାସ କରୁଛୁ । ସେହିଭଳି ଆମେ ଶର୍ମାଙ୍କ ଉପରେ ମଧ୍ୟ ବିଶ୍ୱାସ କରିଛୁ । ତାଙ୍କ ବ୍ୟତୀତ ବାବୁସାନ ମହାନ୍ତି, ଅଭିନେତ୍ରୀ ରିୟା ଦେ, ଶୀତଲ ପାତ୍ର ଏବଂ ଭୂମିକା ଦାଶ ସମେତ ଅନେକ ସେଲିବ୍ରିଟି ଟିମ ଇଣ୍ଡିଆର ପ୍ରଶଂସା କରିବା ସହ ଶୁଭକାମନା ଜଣାଇଛନ୍ତି ।

ବଲିଉଡରୁ ଶୁଭେଚ୍ଛାର ସୁଅ

ସୋସିଆଲ ମିଡିଆରେ ବଲିଉଡ ତାରକାମାନେ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ଅମିତାଭ ବଚ୍ଚନ ଏକ୍ସରେ ଚାମ୍ପିୟନସିପ ଜିତିବାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ମ୍ୟାଚ ଦେଖି ଆଖି ଲୁହରେ ଭିଜିଗଲା । ଭାରତର ଦମଦାର ବିଜୟ । ଭାରତ ମାତା କି ଜୟ । ଜୟ ହିନ୍ଦ । ସେହିପରି ସୁପରଷ୍ଟାର ସଲମାନ ଖାନ ମଧ୍ୟ ଭାରତୀୟ ଚାମ୍ପିୟନ ଦଳକୁ ଟି-20 ବିଶ୍ୱକପର ଆଇସିସି ଟ୍ରଫି ଜିତିବା ନେଇ ଅଭିନନ୍ଦନ ଜଣାଇଛନ୍ତି । ଅଜୟ ଦେବଗନ ଲେଖିଛନ୍ତି, ଏହି ଦମଦାର ବିଜୟର ଖୁସି କହିବାକୁ ମୋ ପାଖରେ ଶବ୍ଦ ନାହିଁ । ଶୁଭେଚ୍ଛା ଟିମ ଇଣ୍ଡିଆ । ଆପଣମାନେ ଇତିହାସ ରଚିଛ ।

ସେହିପରି ସିଦ୍ଧାର୍ଥ ମାଲହୋତ୍ରା ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି । ସେ ଟିମ ଇଣ୍ଡିଆର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ରୋହିତ ଶର୍ମାଙ୍କ ନେତୃତ୍ୱ, ବିରାଟ କୋହଲିଙ୍କ ଶକ୍ତିଶାଳୀ ଖେଳ ଏବଂ ଯଶପ୍ରୀତ ବୁମରାଙ୍କ ପ୍ରଭାବଶାଳୀ ବୋଲିଂ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଯାହାଫଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ବିଶ୍ୱକପ ଫାଇନାଲରେ ଭାରତର ଅବିସ୍ମରଣୀୟ ବିଜୟ ହାସଲ କରିଛି । ଭାରତୀୟ ଟିମର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା । ଆୟୁଷ୍ମାନ ଖୁରାନା, କାର୍ତ୍ତିକ ଆର୍ଯ୍ୟନ, ରଣଭୀର ସିଂ, ବରୁଣ ଧୱନ ସମେତ ଅନେକ ତାରକା ଭାରତୀୟ ଟିମକୁ ଶୁଭକାମନା ଜଣାଇଛନ୍ତି ।

ଟଲିଉଡରୁ ଶୁଭେଚ୍ଛାର ସୁଅ

ସେପଟେ ସାଉଥ ତାରକାମାନେ ମଧ୍ୟ ଭାରତର ଐତିହାସିକ ବିଜୟକୁ ନେଇ ପ୍ରଶଂସା କରିଛନ୍ତି । ଚିରଞ୍ଜୀବୀ ଏକେସରେ ପୋଷ୍ଟ କରି ଲେଖିଛନ୍ତି, ବିଶ୍ୱର ଶୀର୍ଷରେ ଥିବା ଇଣ୍ଡିଆ !!! ଦୀର୍ଘ ୧୭ ବର୍ଷ ପରେ ଆଇସିସି ଟି-20 ବିଶ୍ୱକପ ଜିତିବା ଏକ ଅବିଶ୍ୱାସନୀୟ । ବିରାଟ କୋହଲି, ବୁମରା, ହାର୍ଦ୍ଦିକ, ଆର୍ଶଦୀପ ଏବଂ ବିଜେତା ଅଧିନାୟକ ରୋହିତ ଶର୍ମା ଚମତ୍କାର ପ୍ରଦର୍ଶନ ପାଇଁ ଶୁଭେଚ୍ଛା । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କ ଉଲ୍ଲେଖନୀୟ କ୍ୟାଚକୁ ପ୍ରଶଂସା କରିବା ସହ ଏହା ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି ଟଲିଉଡ ସୁପରଷ୍ଟାର ମହେଶ ବାବୁ । ଟିମର ବିଜୟ ନେଇ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଜୁନିୟର ଏନଟିଆର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କଣ ଏ ମ୍ୟାଚ୍...ଟିମ୍ ଇଣ୍ଡିଆ ଅଭିନନ୍ଦନ !"

ଏହା ମଧ୍ୟ ପଢନ୍ତୁ: ଟି20 ବିଶ୍ବକପ୍ 2024: ଅପେକ୍ଷାର ଅନ୍ତ, ଭାରତ ବିଶ୍ୱ ଚମ୍ପିଆନ, 7 ରନରେ ହାରିଲା ଦକ୍ଷିଣ ଆଫ୍ରିକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.