ETV Bharat / entertainment

ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ, ଖୁସିରେ ଝୁମିଲା ବଲିଉଡ - Celebs Wish To India Team

author img

By ETV Bharat Odisha Team

Published : Jun 28, 2024, 5:11 PM IST

T20 World Cup 2024: ଟି-20 ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଯାହାକୁ ନେଇ ଏବେ ଟିମ ଇଣ୍ଡିଆକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ବର୍ତ୍ତମାନ ବଲିଉଡ ସେଲିବ୍ରିଟି ଖୁସିରେ ଝୁମିଛନ୍ତି ଏବଂ ଟିମର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ, ଖୁସିରେ ଝୁମିଲା ବଲିଉଡ
ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଭାରତ, ଖୁସିରେ ଝୁମିଲା ବଲିଉଡ (IANS)

ହାଇଦ୍ରାବାଦ: ଆଇସିସି ପୁରୁଷ ଟି-20 ବିଶ୍ୱକପ 2024ର ସେମିଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ ଇଂଲଣ୍ଡ ଟିମକୁ ପରାସ୍ତ କରିଛି । ଏହା ସହ ଭାରତ ଫାଇନାଲରେ ପହଞ୍ଚିଛି । ସେମିଫାଇନାଲରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ପରେ ସମଗ୍ର ଦେଶ ଖୁସିରେ ଝୁମିଥିବା ବେଳେ ବଲିଉଡରେ ମଧ୍ୟ ବିଜୟ ସେଲିବ୍ରେସନ ଦେଖିବାକୁ ମିଳିଛି । ଏହି ଅବସରରେ ବଲିଉଡ ଅଭିନେତା ଅଜୟ ଦେବଗନ, ଆୟୁଷ୍ମାନ ଖୁରାନା, ଅଭିଷେକ ବଚ୍ଚନ ଏବଂ ବରୁଣ ଧୱନଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଅଜୟ ଦେବଗନ-ଅର୍ଜୁନ ରାମପାଲ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି

ଅଜୟ ଦେବଗନ ଭାରତୀୟ କ୍ରିକେଟ ଟିମକୁ ସେମିଫାଇନାଲ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଫାଇନାଲ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ''ଏହା ଦେଖାଇବାର ସମୟ ଆସିଯାଇଛି । ଇତିହାସ ରଚିବାର ମାତ୍ର ଗୋଟିଏ ପାଦ ଦୂରରେ । ଭଲ ଖେଳ ପୁଅମାନେ । ଘରକୁ କପ୍ ଆଣିବାର ସମୟ ଆସିଗଲା ।'' ବଲିଉଡ ତାରକା ଟିମ୍ ଇଣ୍ଡିଆର ସେମିଫାଇନାଲ ବିଜୟ ନେଇ ଅର୍ଜୁନ ରାମପାଲ ଲେଖିଛନ୍ତି, ଏଥର ଫାଇନାଲ୍ ଜବରଦସ୍ତ ହେବ, ସେମାନେ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇନାହାଁନ୍ତି, କିନ୍ତୁ ଆମେ ନିଶ୍ଚିତ ଭାବେ କରିବୁ ଜିତନ୍ତୁ ।

ଆୟୁଷ୍ମାନ ଖୁରାନା ଓ ଅଭିଷେକ ବଚ୍ଚନଙ୍କ ଶୁଭେଚ୍ଛା

ସେହିପରି ଆୟୁଷ୍ମାନ ଖୁରାନା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ''ଭାରତ ବହୁତ ଭଲ ଖେଳିଲା । ବିଶେଷ ଭାବରେ ରୋହିତ, ସ୍କାଏ, କୁଲଦୀପ, ଆକ୍ସର, ବୁମରା ଦ୍ୱାରା ଏକ କ୍ଲିନିକାଲ୍ ଏବଂ ଦମଦାର ପ୍ରଦର୍ଶନ । ଫାଇନାଲିଷ୍ଟକୁ ଯିବା ଯୋଗ୍ୟ ଏବଂ ଏହା ହାସଲ କରିଛ ।'' ଅଭିଷେକ ବଚ୍ଚନ ମଧ୍ୟ ଭାରତୀୟ କ୍ରିକେଟ୍ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, ''ଗୌରବ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ । ଆସ ଟିମ୍ ଇଣ୍ଡିଆ । T20 ୱାର୍ଲ୍ଡକପ୍ ଫାଇନାଲ୍ ପାଇଁ ଶୁଭକାମନା ।''

କାଲି ଫାଇନାଲ

ଆସନ୍ତା ୨୯ ଅର୍ଥାତ୍ ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇାନଲକୁ ପ୍ରବେଶ କରିଥିବା ବେଳେ ବର୍ତ୍ତମାନ ଫାଇନାଲରେ ଭାରତ ପହଞ୍ଚିଛି । ତେବେ କାଲି ୱେଷ୍ଟଇଣ୍ଡିଜର ମୈଦାନରେ ଦକ୍ଷିଣ ଆଫ୍ରିକା ସହ ଭାରତର କଡା ଟକ୍କର ହେବ । ତେବେ ଏହି କ୍ରମରେ ଟି 20 ବିଶ୍ବକପରେ ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । 2007ରେ ପ୍ରଥମ ଥର ଆରମ୍ଭ ହୋଇଥିଲା ଟି 20 ବିଶ୍ବକପରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତ ଫାଇନାଲରେ ପ୍ରବେଶ କରି ଟ୍ରଫି ହାତେଇଥିଲା । ଏହାପରେ 2014ରେ ଧୋନିଙ୍କ ନେତୃତ୍ବରେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ଟ୍ରଫି ହାତେଇବାରେ ଗୋଟିଏ ପାଦ ପଛରେ ରହିଯାଇଥିଲା ଭାରତ । ଏହାପରେ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି ଓ ପୁଣି ଥରେ ଟ୍ରଫି ନେବାର ସ୍ବପ୍ନକୁ ପୂରଣ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: T20 ବିଶ୍ବକପ: ଭାରତୀୟ ସ୍ପିନ୍‌ ବୋଲିଂରେ ମାଟି କାମୁଡିଲା ଇଂଲଣ୍ଡ, 10 ବର୍ଷ ପରେ ଫାଇନାଲରେ ଭାରତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.