ହାଇଦ୍ରାବାଦ:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଦୀର୍ଘ ଦିନର ଡେଟିଂ ପରେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ ହାତ ଧରିଲେ ସୋନାକ୍ଷୀ । ଗତକାଲି (ଜୁନ ୨୩)ରେ ମୁମ୍ୱାଇରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଛନ୍ତି । ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଥିବା ବେଳେ ସନ୍ଧ୍ୟାରେ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଗ୍ରାଣ୍ଡ ରିସ୍ପେସନ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ଏହି ଅବସରରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଠାରୁ ଆରମ୍ଭ କରି ଅନୀଲ କପୁର, ସଲମାନ ଖାନ, ହୀରାମଣ୍ଡିର ଷ୍ଟାରକାଷ୍ଟ ସାମିଲ ହୋଇଥିଲେ । ବର୍ତ୍ତମାନ ଉଭୟଙ୍କ ବିବାହ ସମାରୋହର ଅନେକ ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।
ବିବାହ ପରେ ପ୍ରଥମ ଫଟୋ ସେୟାର କଲେ ସୋନାକ୍ଷୀ-ଜାହିର
ସୋନାକ୍ଷୀ ସିହ୍ନା ଜୁନ ୨୩ ସନ୍ଧ୍ୟାରେ ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଜାହିର ଇକବାଲ ତାଙ୍କ ପତ୍ନୀ ସୋନାକ୍ଷୀଙ୍କ ହାତକୁ ରକିସ କରୁଥିବା ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ, ସେ ତାଙ୍କ ପରିବାର ସହ ନଜର ଆସିଛନ୍ତି ଏବଂ ଜାହିର ଏକ କାଗଜରେ ଦସ୍ତଖତ କରୁଛନ୍ତି । ଶେଷ ଫଟୋରେ, ସୋନାକ୍ଷୀ ତାଙ୍କୁ ହଗ୍ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଉଭୟ ହ୍ୱାଇଟ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଉଭୟ କ୍ୟାପସନରେ ଲେଖିଛନ୍ତି, ''ଆଜିର ଦିନ, 7 ବର୍ଷ ପୂର୍ବେ (23.06.2017) ଆମେ ପରସ୍ପରକୁ ଭେଟିଥିଲୁ ଏବଂ ଆଜି ଏହି ସମ୍ପର୍କକୁ ଆମେ ଏକ ନାମ ଦେଉଛୁ । ଆମେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରି ବିବାହ କଲୁ । ଉଭୟ ପରିବାର ଏବଂ ଆମର ଉଭୟ ଭଗବାନଙ୍କ ଆଶୀର୍ବାଦ ସହ ଆମେ ବର୍ତ୍ତମାନ ସ୍ୱାମୀ ଏବଂ ସ୍ତ୍ରୀ ଅଟୁ ।''
କୋର୍ଟ ମ୍ୟାରେଜ କଲେ ସୋନାକ୍ଷୀ-ଜାହିର
ସୋନାକ୍ଷୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର । ଧର୍ମ ପରିବର୍ତ୍ତନ କରିବେ ନାହିଁ ସୋନାକ୍ଷୀ । ଏଣୁ ଉଭୟ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ କରିଛନ୍ତି । ଏହି ଆକ୍ଟ ଅନୁଯାୟୀ, ଯାହାର ଉଭୟ ଧର୍ମ ସହ କୌଣସି ସମ୍ପର୍କ ନାହିଁ । ଏଭଳି ପରିସ୍ଥିତିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର କୌଣସି ରୀତିନୀତି ପାଳନ କରାଯାଏ ନାହିଁ ।
ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା