ଓଡିଶା

odisha

ETV Bharat / entertainment

ଖୁବଶୀଘ୍ର 150 କୋଟି କ୍ଲବରେ ସାମିଲ ହେବ 'ସିଙ୍ଘମ ଏଗେନ', 4ର୍ଥ ଦିନରେ ଏତିକି କୋଟି ଆୟ କଲା 'ଭୁଲ ଭୁଲେୟା 3' - SINGHAM AGAIN VS BHOOL BHULAIYAA 3

ଭୁଲ ଭୁଲେୟା 3 ଓ ସିଙ୍ଘମ ଏଗେନ ରିଲିଜର 4ର୍ଥ ଦିନରେ ପହଞ୍ଚିଛି । ତେବେ ଉଭୟ ଫିଲ୍ମ କେତେ ଆୟ କଲେଣି ? ଜାଣନ୍ତୁ,

singham again vs bhool bhulaiyaa 3 box office collection day 4
singham again vs bhool bhulaiyaa 3 box office collection day 4 (Film Poster)

By ETV Bharat Entertainment Team

Published : Nov 5, 2024, 2:07 PM IST

ହାଇଦ୍ରାବାଦ:'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3' ଏକାସାଙ୍ଗେ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ମନ ଜିତିବାରେ ମଧ୍ୟ ସଫଳ ହୋଇଛନ୍ତି । ଉଭୟ ଫିଲ୍ମ ପ୍ରଥମ ସପ୍ତାହରେ ବମ୍ପର କଲେକ୍ସନ କରିଛି । 'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3' 'ପ୍ରଥମ ସପ୍ତାହରେ 200 କୋଟିରୁ ଅଧିକ ବ୍ୟବସାୟ କରିଛି । ଆଜି, 5 ନଭେମ୍ବରରେ, ଏହି ଦୁଇ ଫିଲ୍ମ ରିଲିଜର 5ମ ଦିନରେ ପହଞ୍ଚିଥିବା ବେଳେ 4ର୍ଥ ଦିନରେ କେତେ କଲେକ୍ସନ କରିଛି ? ଜାଣନ୍ତୁ,

'ସିଙ୍ଘମ ଏଗେନ' ବକ୍ସ ଅଫିସ କଲେକ୍ସନ

ରିଲିଜର ପ୍ରଥମ ଦିନରେ 'ସିଙ୍ଘମ ଏଗେନ' 43.50 କୋଟି ଟଙ୍କା ସହ ଓପନିଂ କିରଥିବା ବେଳେ ଏହି ଫିଲ୍ମ ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ ଓପନର ଚଳଚ୍ଚିତ୍ର ହୋଇପାରିଛି । ସାକନିକଙ୍କ ଅନୁଯାୟୀ, ସିଙ୍ଘମ୍ ଫିଲ୍ମ ଚତୁର୍ଥ ଦିନରେ ଅର୍ଥାତ୍ ପ୍ରଥମ ସୋମବାରରେ 17.5 କୋଟି ଟଙ୍କା ଆୟ କରିଛି । କହିରଖୁଛୁ କି, ରବିବାର ଦିନ 35.75 କୋଟି ଟଙ୍କା ଆୟ କରିଥିଲା । ସେହି ଅନୁଯାୟୀ, ରବିବାର ତୁଳନାରେ ସୋମବାର ଅଧା ଆୟ କରିଛି । ତେବେ ଫିଲ୍ମର ମୋଟ ଚାରି ଦିନର ମୋଟ କଲେକ୍ସନ 137.99 କୋଟିକୁ ବୃଦ୍ଧି ହୋଇଛି ।

ଏହା ମଧ୍ୟ ପଢନ୍ତୁ:'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' ଆସିଲା ରିଭ୍ୟୁ; ବ୍ଲକବ୍ଲଷ୍ଟର ନା ଫ୍ଲପ୍...ଅଜୟ ଦେବଗନ ନା କାର୍ତ୍ତିକ ଆର୍ଯ୍ୟନ, କିଏ କାହା ଉପରେ ପଡିଲା ଭାରୀ ?

'ଭୁଲ୍ ଭୁଲେୟା 3' ବକ୍ସ ଅଫିସ କଲେକ୍ସନ

ସେହିପରି ସିଙ୍ଘମ ଏଗେନ ସହ କଡା ଟକ୍କର ଦେଉଛି କାର୍ତ୍ତିକ ଆର୍ଯ୍ୟନଙ୍କ ହରର କମେଡି ଫିଲ୍ମ 'ଭୁଲ ଭୁଲେୟା 3' । ଏହି ଫିଲ୍ମ ମଧ୍ୟ ଭଲ ପ୍ରଦର୍ଶନ କରୁଛି । 'ଭୁଲ ଭୁଲେୟା 3' ପ୍ରଥମ ଦିନ ବକ୍ସ ଅଫିସରେ 36.70 କୋଟି ଟଙ୍କା ଆୟ କରିିଥିଲା । 'ଭୁଲ ଭୁଲେୟା 3' ପ୍ରଥମ ସପ୍ତାହ ଶେଷରେ 110 କୋଟି ଟଙ୍କା ବ୍ୟବସାୟ କରିଛି । ଯଦି ଆମେ ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଦିନ ଏହାର ରୋଜଗାର ବିଷୟରେ କହିବା, ତେବେ ସାକନିକଙ୍କ ଅନୁଯାୟୀ ଏହି ଫିଲ୍ମ 17.5 କୋଟି ଟଙ୍କା ବ୍ୟବସାୟ କରିଛି । ଏହାର ଅର୍ଥ ହେଉଛି'ସିଙ୍ଘମ ଏଗେନ' ଏବଂ 'ଭୁଲ୍ ଭୁଲେୟା 3' ଚତୁର୍ଥ ଦିନରେ ସମାନ ଆୟ କରିଛି । ତେବେ 'ଭୁଲ୍ ଭୁଲେୟା 3' ମୋଟ 4 ଦିନର କଲେକ୍ସନ 127 କୋଟି ଅଟେ ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ABOUT THE AUTHOR

...view details