ହାଇଦ୍ରାବାଦ:ଚଳିତ ଦିୱାଲୀ ବକ୍ସ ଅଫିସରେ ଏକ ବଡ ହିଟ୍ ହେବାକୁ ଯାଉଛି କାରଣ 'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ଗୋଟିଏ ଦିନରେ ଅର୍ଥାତ୍ ନଭେମ୍ବର 1, 2024 ରେ ମୁକ୍ତିଲାଭ କରୁଛି । ହିନ୍ଦୀ ସିନେମାର ପ୍ରସିଦ୍ଧ ଫ୍ରାଞ୍ଚାଇଜ୍ ଉଭୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପରସ୍ପର ସହ କଡା ଟକ୍କର ଦେବାକୁ ଯାଉଛି । ଏହାରି ମଧ୍ୟରେ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ହୋଇଥିବା ବେଳେ ଜୋରସୋରରେ ଚାଲିଛି ଟିକେଟ ବିକ୍ରି । ପ୍ରଥମ ଦିନର ଟିକେଟ ବିକ୍ରି ସହ ଉଭୟ ଫିଲ୍ମ ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲେଣି । ତେବେ କିଏ କେତେ କଲେକ୍ସନ କରିଛି ? ଜାଣନ୍ତୁ,
ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିଲ୍କଙ୍କ ରିପୋର୍ଟ ଅନୁୁସାରେ, 'ଭୁଲ ଭୁଲେୟା 3' ରିଲିଜ ପୂର୍ବରୁ ହିଁ ବେଶ ଲୋକପ୍ରିୟତା ହାସଲ କରିପାରିଛି । ଫଳରେ ପ୍ରଥମ ଦିନର ଶୋ' ପାଇଁ 4,207 ଟିକେଟ୍ ବିକ୍ରି ହୋଇଥିବା ବେଳେ 61.13 ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି । ଏହି ସମୟରେ 'ସିଙ୍ଘମ ଏଗେନ' ଆଡଭାନ୍ସ ବୁକିଂରେ 'ଭୁଲ ଭୁଲେୟା 3' କୁ ପଛରେ ପକାଇଛି । VOX ସିନେମାରେ 64 ଟି ଶୋ’ରୁ ଏପର୍ଯ୍ୟନ୍ତ ପ୍ରାୟ 66 ଲକ୍ଷ ଟଙ୍କା ଆୟ କରିଥିବାବେଳେ କେବଳ 505 ଟିକେଟ୍ ବିକ୍ରି କରିଛି । ଏହାକୁ ଦେଖି ଉଭୟ ଫିଲ୍ମ ମଧ୍ୟରେ କ଼ଡା ଟକ୍କର ହେବ ବୋଲି ମନେ ହେଉଛି । ତେବେ କେଉଁ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି ଏବଂ କିଏ କେତେ କଲେକ୍ସନ କରୁଛି ? ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।
'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ନଜର ଆସିବେ । କହିରଖୁଛୁ କି, ବିଦ୍ୟା ବାଲାନ ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ଲୋକଙ୍କୁ ଡରାଇବାକୁ ପ୍ରସ୍ତୁତ ରହିଛନ୍ତି । 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି ।