ଭୁବନେଶ୍ୱର:ସମ୍ୱଲପୁର ପ୍ରଶଂସାରେ ବଲିଉଡ ଗାୟକ ଶାନ । ଗତ 7 ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶାନ ସମ୍ୱଲପୁର ଆସିଥିଲେ । ଏହି ସମୟରେ ସେ ସମ୍ୱଲପୁର ସହର ବୁଲିବା ସହ ହୀରାକୁଦ ଡ୍ୟାମ ମଧ୍ୟ ବୁଲି ଦେଖିଥିଲେ । ସେ ଏହି ଡ୍ୟାମର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ହୀରାକୁଦ ଡ୍ୟାମର ଖୁବ ପ୍ରଶଂସା କରିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାନଙ୍କ ଭିଡିଓକୁ ରିପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ହୀରାକୁଦ ଡ୍ୟାମ୍ ପ୍ରଶଂସାରେ ଗାୟକ ଶାନ
ବଲିଉଡ କଣ୍ଠଶିଳ୍ପୀ ଶାନ ଇନଷ୍ଟାଗ୍ରାମ ଷ୍ଟୋରୀରେ ହୀରାକୁଦ ଡ୍ୟାମର ଏକ ଭିଡିଓର ସେୟାର କରିଛନ୍ତି । ଭିଡିଓରେ ସେ କହୁଛନ୍ତି, ''ଦୁନିଆର ସବୁଠାରୁ ବଡ଼ ଡ୍ୟାମ ହୀରାକୁଦ ଡ୍ୟାମ । ଯାହା ସମ୍ୱଲପୁରରେ ଅବସ୍ଥିତ । ଏହାର ପରିବେଶ ବହୁତ ସୁନ୍ଦର । ସ୍ୱଚ୍ଛ ପାଣି ଦେଖିଲେ ସମୁଦ୍ର ପରି ମନେ ହେଉଛି । ଇଲେକଟ୍ରିକସିଟି, ପାୱାର ଏଠାରୁ ହିଁ ହେଉଛି । ସମସ୍ତଙ୍କୁ ଏଠାକୁ ଆସି ବୁଲି ଦେଖିବା ଦରକାର । ମୁଁ ମାଆ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ପରିଦର୍ଶନ କଲି । ବହୁତ ସୁନ୍ଦର ଜାଗା ସମ୍ୱଲପୁରରେ ରହିଛି । ସମସ୍ତେ ସମ୍ବଲପୁର ଆସି ଏହାକୁ ଉପେଭାଗ କରନ୍ତୁ ।'' ତେବେ ଭିଡିଓରେ ଶାନଙ୍କୁ ସମ୍ବଲପୁରୀ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି ।
ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ