ଓଡିଶା

odisha

ETV Bharat / entertainment

ରସଗୋଲା ଦିବସରେ ସ୍ୱତନ୍ତ୍ର ସଂଗୀତ ରିଲିଜ, ନୂଆପିଢ଼ିଙ୍କୁ ପୁରୁଣା ପରମ୍ପରା ସହ ଯୋଡ଼ିବ କହିଲେ ମନ୍ତ୍ରୀ - ODIA SONG RASAGOLA RELEASE - ODIA SONG RASAGOLA RELEASE

Odia song Rasagola Release: ଆଜି ରାଜ୍ୟ ପାଳୁଛି ରସଗୋଲା ଦିବସ । ନୀଳାଦ୍ରି ବିଜେ ସମୟରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନାଇବେ ଜଗନ୍ନାଥ । କେଉଁ ଯୁଗରୁ ଏହି ପରମ୍ପରା ଚାଲିଆସୁଛି । ଏଣୁ ଓଡ଼ିଶାରେ ଏହାର ବେଶ ମାହାତ୍ମ୍ୟ ରହିଛି । ତେବେ ଏହି ବିଶେଷ ଦିନରେ ରିଲିଜ ହୋଇଛି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ରଙ୍କ ରସଗୋଲା ସଙ୍ଗୀତ । ଅଧିକ ପଢନ୍ତୁ

ରସଗୋଲା ଦିବସରେ ସ୍ୱତନ୍ତ୍ର ସଂଗୀତ ରିଲିଜ, ନୂଆପିଢ଼ିଙ୍କୁ ପୁରୁଣା ପରମ୍ପରା ସହ ଯୋଡ଼ିବ କହିଲେ ମନ୍ତ୍ରୀ
ରସଗୋଲା ଦିବସରେ ସ୍ୱତନ୍ତ୍ର ସଂଗୀତ ରିଲିଜ, ନୂଆପିଢ଼ିଙ୍କୁ ପୁରୁଣା ପରମ୍ପରା ସହ ଯୋଡ଼ିବ କହିଲେ ମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Jul 19, 2024, 4:33 PM IST

Updated : Jul 19, 2024, 5:14 PM IST

ଭୁବନେଶ୍ୱର: ରସଗୋଲା ଦିବସ ଅବସରରେ ରିଲିଜ ହୋଇଛି ରସଗୋଲା ସଙ୍ଗୀତ । ସୂଚନା ଭବନ ବା ଜୟଦେବ ଭବନ ଠାରେ ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ ଗୁରୁବାର ସ୍ୱତନ୍ତ୍ର ଭାବେ ରସଗୋଲା ସଙ୍ଗୀତ ଶ୍ରୋତାର୍ପଣ ସମାରୋହ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ରିଲିଜ କରିଛନ୍ତି । ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ରସଗୋଲା ଦିବସର ସଙ୍ଗୀତ ଲୋକାର୍ପିତ ହୋଇଛି । ଏହି ସଙ୍ଗୀତର ପରିକଳ୍ପନା ଓ ରଚନା ଯୁବ ଲେଖକ ଶୁଭ୍ରାଂଶୁ ପଣ୍ଡା କରିଥିବା ବେଳେ ସଙ୍ଗୀତଓ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ।

ରସଗୋଲା ଦିବସରେ ସ୍ୱତନ୍ତ୍ର ସଂଗୀତ ରିଲିଜ, ନୂଆପିଢ଼ିଙ୍କୁ ପୁରୁଣା ପରମ୍ପରା ସହ ଯୋଡ଼ିବ କହିଲେ ମନ୍ତ୍ରୀ (ETV Bharat Odisha)

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇଥିଲେ । ଆମ ପରମ୍ପରା ସହ ଜଡିତ ଏହି ଗୀତକୁ ପ୍ରଶଂସା କରିଥିବା ବେଳେ ସଙ୍ଗୀତର, ପୁରାତନ ପରମ୍ପରାକୁ ନୂଆ ପୀଢ଼ିଙ୍କ ପାଖେ ପହ‌ଞ୍ଚାଇବାର ସମୟ ଆସିଛି ବୋଲି କହିଥିଲେ । ସେ କହିଛନ୍ତି ନୂଆପିଢ଼ି ପସନ୍ଦ କରୁନାହାନ୍ତି ବୋଲି କହି ଏଡ଼ାଇ ଗଲେ ହେବନାହିଁ । ଆମେ ତାଙ୍କୁ ଏଭଳି ଦେବା ଯେମିତି ସେମାନେ ଏହାକୁ ଗ୍ରହଣ କରିବେ । ଏହି ସମୟରେ ସଙ୍ଗୀତର ମର୍ଦ୍ଦଳ ବାଦକ ପ୍ରସନ୍ନ ମିଶ୍ର ଓ ବଂଶୀବାଦକ ଜବାହାର ମିଶ୍ରଙ୍କ ସମେତ ଅନ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେପଟେ ରସଗୋଲା ସଙ୍ଗୀତକୁ ନେଇ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ ତାଙ୍କ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଯାହା ବେଶ ମନୋରମ ଥିଲା ।


ଏହି ଅବସରରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଆମ ସଂସ୍କୃତି, ପରମ୍ପରା ଓ ଆରାଧ୍ୟ ଦେବତା ଜଜଗନାଥଙ୍କୁ ନେଇ ଏହି ସୁନ୍ଦର ଗୀତଟି ହୋଇଥିବା ବେଳେ ମହାପ୍ରଭୁଙ୍କ ସହ ରସଗୋଲାକୁ ଜଡିତ ଅନେକ ଭାବାବେଗକୁ ଗୀତ ଓ ତାର ଦୃଶ୍ୟ ମାଧ୍ୟମରେ ଦେଖାଯାଇଛି । ଯାହା ବେଶ ହୃଦୟସ୍ପର୍ଶୀ ହୋଇଛି ଏହା ନିଶ୍ଚୟ ସବୁ ଓଡ଼ିଆଙ୍କ ମନକୁ ଛୁଇଁବ ଓ ରସଗୋଲା ଖାଇବା ପାଇଁ ଆପଣକୁ ଆକର୍ଷିତ କରିବା ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଆଜି ରସଗୋଲା ଦିବସ, ଜଗନ୍ନାଥ ସଂସ୍କୃତି ସହ କଣ ସମ୍ପର୍କ ? ‘ଓଡିଶା ରସଗୋଲା’କୁ ମିଳିଛି GI ମାନ୍ୟତା, ସୋସିଆଲ ମିଡିଆରେ ଉତ୍ସାହ

ସେ ଆହୁରି କହିଛନ୍ତି ଆଗରୁ ଆମ ଭାଷା, ସଂସ୍କୃତି, ପରମ୍ପରା ପୋଥିରେ ରହୁଥିଲା । ପରେ ଏହା କାଗଜକୁ ଆସିଲା । ଆଉ ଏବେ କ୍ଲାଉଡ୍‌କୁ ନେବାର ସମୟ ଆସିଛି । ଏହି ଯେଉଁ ରସଗୋଲା ସଙ୍ଗୀତ ପ୍ରସ୍ତୁତ ହୋଇଛି, ତାହା ନୂଆପିଢ଼ିଙ୍କୁ ପୁରୁଣା ପରମ୍ପରା ସହ ଯୋଡ଼ିବ। ରସଗୋଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣାପଡ଼ିବା ପରେ ଏହାକୁ ନେଇ ବିବାଦ ଆଉ ଦେଖାଦେଲାନାହିଁ । ତେଣୁ ଆମ ପରମ୍ପରା ଆମର ପରିଚୟ ହୋଇଥିବା ବେଳେ ଏହାକୁ ସାଇତି ରଖିବାର ଅବଶ୍ୟକ ରହିଛି । ତେଣୁ ଏହାର ସଂରକ୍ଷଣ କରିବା ନିହାନ୍ତି ଦରକାର ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 19, 2024, 5:14 PM IST

ABOUT THE AUTHOR

...view details