ETV Bharat / entertainment

ରିଲିଜ ହେଲା 'ହାଫ୍ ଲଭ୍ ଷ୍ଟୋରୀ', ପରଦାରେ ନିଆରା ପ୍ରେମ କାହାଣୀ - ODIA FILM HALF LOVE STORY RELEASE

ରିଲିଜ ହୋଇଛି ଓଡ଼ିଆ ଫିଲ୍ମ "ହାଫ୍ ଲଭ୍ ଷ୍ଟୋରୀ" । ୨୮ଟି ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ଜମିଥିଲା ଭିଡ଼ ।

odia film half love story release
odia film half love story release (ETV Bharat Odisha)
author img

By ETV Bharat Entertainment Team

Published : Nov 17, 2024, 4:02 PM IST

ଭୁବନେଶ୍ୱର: ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ "ହାଫ୍ ଲଭ୍ ଷ୍ଟୋରୀ" । ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ୍ ଲିମିଟେଡ଼ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଚଳଚ୍ଚିତ୍ର ଓଡ଼ିଶାର ୨୮ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଶନିବାର ଭୁବନେଶ୍ୱର ସ୍ଥିତ ସ୍ବାତୀ ସିନେମା ହଲରେ ଏହାର ପ୍ରିମିଅର ଶୋ' ରେ ହୋଇଯାଇଛି। ପ୍ରିମିଅରରେ ଭରପୁର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଆତ୍ମାର ସହ ସୁନ୍ଦର ଏକ ପ୍ରେମ କାହାଣୀ ସହ ତ୍ରିକୋଣୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଗାଁ ପରିବେଶର ସୁନ୍ଦର ଦୃଶ୍ୟ ସହ ଓଡ଼ିଶାର ମାଟି ପାଣି ପବନର କାହାଣୀ ନେଇ ନିର୍ମିତ ଏହି ଫିଲ୍ମ ସବୁ ବର୍ଗର ଲୋକଙ୍କୁ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ । ଚିତ୍ରତ୍ତୋଳନ ଏବଂ ସମ୍ପାଦନା କରିଛନ୍ତି ଈଶ୍ୱର ବାରିକ ଏବଂ ରାଜେଶ ଦାଶ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ ।

odia film half love story release (ETV Bharat Odisha)

'ହାଫ ଲଭ୍ ଷ୍ଟୋରୀ' କାହାଣୀ

ତେବେ ଚଳଚ୍ଚିତ୍ରଟି ଏକ ନିପଟ ଗାଁ ପରିବେଶର କାହାଣୀକୁ ନେନେଇ ଗତିଶୀଳ ହୋଇଛି । ଏକ ମଫସଲ ଗାଁର ବାପା ମାଆ ଛେଉଣ୍ଡ ଯୁବକ ଶିବୁ। ପିଲାଟି ଦିନୁ ସେ ମାମୁଁଙ୍କ ଘରେ ରହେ। ପଡୋଶୀ ଗାଁ ର ଝିଅକୁ ଦେଖି ଶିବୁ ପସନ୍ଦ କରିଛି ଏବଂ ମନେ ମନେ ଭଲ ପାଇବସିଛି । ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଛି । ଝିଅ ମଧ୍ୟ ରାଜି ହୋଇଯାଇଛି l ମାମୁଁ, ମାଇଁ ଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି l ତଥାପି ମାମୁଁ ମାଇଁ ଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି l ଶିବୁ ଝିଅ ସହିତ ପୁଣି ଥରେ ଦେଖା ହେବା ପରେ ସବୁ କଥା କହିଛି ହେଲେ ଝିଅ କହେ ଆଉ ପ୍ରସ୍ତାବ ନୁହଁ ଚାଲ ସିଧା ମନ୍ଦିରରେ ଆମେ ବାହା ହେଇଯିବା l ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂକୁ ନେଇ ମାମୁଁ ଘରକୁ ଆସିଛି l ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ l ଶେଷରେ ଫ୍ଲାସବ୍ୟାକ୍ ରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା l କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି l ଯାହା ଦର୍ଶକ ପ୍ରେକ୍ଷାଳୟରେ ଜାଣିବାକୁ ପାଇବେ l

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଆସୁଛି ଓଡିଆ ଫିଲ୍ମ 'ଆଞ୍ଜେଲ', ରିଲିଜ ହେଲା ମୋସନ ପୋଷ୍ଟର

'ହାଫ ଲଭ୍ ଷ୍ଟୋରୀ' ଷ୍ଟାରକାଷ୍ଟ

ମାମୁଁ ଚରିତ୍ରରେ ସ୍ବର୍ଗତ ପିଣ୍ଟୁ ନନ୍ଦ ଏବଂ ମାଇଁ ଚରିତ୍ରରେ ଜ୍ୟୋତି ମିଶ୍ର, ଘନିଷ୍ଠ ବନ୍ଧୁ ହରିଆ ଚରିତ୍ରରେ ହରିହର ମହାପାତ୍ର ଅଭିନୟ କରିଛନ୍ତି l ଶିବୁ ଭୂମିକାରେ ନବାଗତ ସୁନୀଲ କୁମାର ଏବଂ ନାୟିକା ଭୂମିକାରେ କୁକିଜ୍ ସ୍ୱାଇଁ ଏବଂ ମନସ୍ବିନୀ ଅଛନ୍ତି l ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ, ବବି ମିଶ୍ର, ସୂର୍ଯ୍ୟ ନାରାୟଣ ଦୋରା ଅଛନ୍ତି l କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୌରଭ ଆନନ୍ଦ, କୁଲଦୀପ ପଟ୍ଟନାୟକ, ତାରିକ ଅଜିଜ୍, ବୈଦ୍ୟନାଥ ଦାଶ ଏବଂ ଅସୀମା ପଣ୍ଡା । ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଛୋଟ ପରଦା ହେଉ ଅବା ବଡ଼ ପରଦା, ସବୁ ଚଳଚ୍ଚିତ୍ରକୁ ଦର୍ଶକ ଢେର ଭଲ ପାଇବା ଦେଇଆସିଛନ୍ତି l ହାଫ୍ ଲଭ୍ ଷ୍ଟୋରୀ କୁ ମଧ୍ୟ ବଡ଼ ପରଦାରେ ଢେର ଭଲ ପାଇବା ଏବଂ ପ୍ରଶଂସା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି l ପ୍ରଡକ୍ସନ ସଂସ୍ଥା ପୂର୍ବରୁ ଦେବଦାସ, ବ୍ୟାଡଗାର୍ଲ, ଧର୍ମ, ଭୈରବ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଦେଇସାରିଛନ୍ତି ପ୍ରଯୋଜକ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.