ETV Bharat / entertainment

ସ୍କୁଲ ଜୀବନୀ ସ୍ମୃତି ନେଇ ନିର୍ମିତ ଓଡ଼ିଆ ଫିଲ୍ମ 'ସ୍କୁଲ ଡ଼ାଏରୀ'ର ଶୁଭ ମହୁରତ - SUBHA MUHURAT OF ODIA FILM

ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ସ୍କୁଲ ଡ଼ାଏରୀ' । ଏହାର ଶୁଭ ମହୁରତ ହୋଇଯାଇଥିବା ବେଳେ ଆଗାମୀ ସପ୍ତାହରୁ ଏହାର ସୁଟିଂ ଆରମ୍ଭ ହେବ ।

subha muhurat of odia film school diary
subha muhurat of odia film school diary (ETV Bharat Odisha)
author img

By ETV Bharat Entertainment Team

Published : Nov 17, 2024, 3:17 PM IST

ଭୁବନେଶ୍ୱର: ନୂଆ ଓଡ଼ିଆ ଫିଲ୍ମ 'ସ୍କୁଲ ଡ଼ାଏରୀ'ର ଶୁଭ ମହୁରତ ହୋଇଯାଇଛି । ସିଆରପି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ସହ ଫିଲ୍ମର ମହୁରତ ହୋଇଯାଇଛି । ଶ୍ରୀ ଗଣେଶ ପ୍ରଡକ୍ସନ ବ୍ୟାନରରେ ଚଳଚିତ୍ର ନିର୍ମାଣ ହେବାକୁ ଯାଉଥିବା ବେଳେ ଆଗାମୀ ସପ୍ତାହରୁ ଏହାର ସୁଟିଂ ଆରମ୍ଭ ହେବ । ତେବେ ସ୍କୁଲ ଜୀବନର ଖଠା ମିଠା ସ୍ମୃତିକୁ ନେଇ ଫିଲ୍ମଟି ନିର୍ମିତ ହେଉଥିବା ବେଳେ ସ୍କୁଲ ସମୟର ପ୍ରେମ ଓ ତାର ପ୍ରତିଫଳ ଏଥିରେ ଦେଖିବାକୁ ମିଳିବ ।

subha muhurat of odia film school diary (ETV Bharat Odisha)

'ସ୍କୁଲ ଡ଼ାଏରୀ' ଷ୍ଟାରକାଷ୍ଟ

ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ପ୍ରେମ ଓ ଦୁଇ ନବାଗତା ନାୟିକା ଅକ୍ଷିତା ଓ ଦିବ୍ୟା ରହିଛନ୍ତି। ଅନ୍ୟାନ୍ୟ ଭୂମିକାରେ ରହିଛନ୍ତି ସସ୍ମିତା ଅପା ଚୌଧୁରୀ ଜୟ ପ୍ରକାଶ ଓ ରବିମିଶ୍ର । ତ୍ରୀକୋଣୀୟ ପ୍ରେମ କାହାଣୀ ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ ଦର୍ଶକ । ଚଳଚିତ୍ରର ପ୍ରଯୋଜନା ଭାବେ ଲଗନ ସ୍ୱାଇଁ ଓ ସମ୍ବିତ ବାରିକ ରହିଥିବା ବେଳେ ନିର୍ଦ୍ଦେଶନା, କାହାଣୀ ଲେଖିଛନ୍ତି ସମ୍ବିତ ବାରିକ । ସଂଳାପ ଡାକ୍ତର ରାଜନୀରଂଜନ ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ । ସଂଗୀତକୁ ଗୀତାରେ ସଜେଇଛନ୍ତି ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ।

'ସ୍କୁଲ ଡ଼ାଏରୀ' ଫିଲ୍ମର କାହାଣୀ

ସ୍କୁଲର ସମୟର ସ୍ମୃତି ସବୁଠାରୁ ମିଠା ସ୍ମୃତି ହୋଇଥିବା ବେଳେ ଏହି ସମୟର ବିଚକ୍ଷଣତା ଅପରିପକ୍ଵତା ଛାତ୍ରଛାତ୍ରୀଙ୍କୁ ଭୁଲ ବାଟକୁ ଟାଣିନେଇଥାଏ । ଏହା ପାଠପଢା ସହ ପିଲାର ଜୀବନ ଚଳଣି ଉପରେ ବେଶ ପ୍ରଭାବ ପକାଇଥାଏ । ସେହି ପ୍ରଭାବ ସହ ବର୍ତ୍ତମାନର ମୋବାଇଲ ବ୍ୟବହାର ଓ ସୋସିଆଲ ମିଡ଼ିଆ ଆଜିର ସମୟର ପିଲାଙ୍କୁ କିଭଳି ଅବାଟକୁ ନେଉଛି ତାକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ପ୍ରେମୀ ଆୱାରା' ଅଡିଓ-ଟ୍ରେଲର ରିଲିଜ,ଏହି ଦିନ କରିବ ମୁକ୍ତିଲାଭ

ଯୁବପିଢିଙ୍କୁ ଆକୃଷ୍ଟ କରିବ ଫିଲ୍ମ

ସ୍କୁଲର ଖଟା ମିଠା ସ୍ମୃତି ସହ ସୋସିଆଲ ମିଡ଼ିଆ ଓ ଫୋନର ବହୁଳ ବହୁଳ ଦ୍ୱାରା କଣ କଣ ସବୁ ପ୍ରଭାବ ଛାତ୍ର ବା ସ୍କୁଲ ଜୀବନରେ କିଭଳି ପଡୁଛି ସେନେଇ ସୁନ୍ଦର ଏକ ସଚେତନତାର ବାର୍ତ୍ତା ନେଇ ଚଳଚିତ୍ର ପ୍ରସ୍ତୁତ ହୋଇଥିବା ବେଳେ ଯୁବପିଢିଙ୍କୁ ନିଶ୍ଚୟ ଚଳଚ୍ଚିତ୍ରଟି ଭଲ ଲାଗିବ ଓ ସ୍କୁଲର ସ୍ମୃତିକୁ ଆଉଥରେ ଉଜ୍ଜୀବିତ କରିବା ବୋଲି କହିଛନ୍ତି ଅଭିନେତା ପ୍ରେମ । ଲଭ ରୋମାନ୍ସ ଓ ପରିବାରବାଦର ସୁନ୍ଦର କେମେଷ୍ଟ୍ରିକୁ ନେଇ ସିନେମାଟି ପ୍ରସ୍ତୁତ ହେଉଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ବୋଲି କହିଛି ପ୍ରଯୋଜନା ସଂସ୍ଥା । ଫିଲ୍ମ ଟି ଆସ୍କା ଓ ଭଂଜନଗରରେ ସୁଟିଂ ହେବାକୁ ଥିବା ବେଳେ ଖୁବଶୀଘ୍ର ସ୍କୁଲ ସମୟର ଅନେକ ସ୍ମୁତିକୁ ନେଇ ମୁକ୍ତିଲାଭ କରିବ ବୋଲ କହିଛନ୍ତି ଅଭିନେତା ରବୀ ମିଶ୍ର । ଏଥିରେ ତାଙ୍କୁ ଏକ କଡା ଓ ରୁକ୍ଷ ଶିକ୍ଷକ ଭାବରେ ଦେଖିବାକୁ ପାଇବେ ଦର୍ଶକ । ଯାହାକୁ ଲୋକେ ପସନ୍ଦ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.