ଓଡିଶା

odisha

ସୈତାନର ଟିଜର ରିଲିଜ, ନୂଆ ଅନ୍ଦାଜରେ ନଜର ଆସିଲେ ଆର ମାଧବନ

By ETV Bharat Odisha Team

Published : Jan 25, 2024, 1:02 PM IST

Shaitaan Teaser Release: ଅଜୟ ଦେବଗନ୍, ସାଉଥ୍ ଷ୍ଟାର ଆର୍. ମାଧବନ ଏବଂ ଜ୍ୟୋତିକାଙ୍କ ଷ୍ଟାରର୍ ଥ୍ରୀଲର-ସସପେନ୍ସ ଫିଲ୍ମ 'ସୈତାନ'ର ଟିଜର ରିଲିଜ ହୋଇଛି । ଅଧିକ ପଢନ୍ତୁ

Shaitaan Teaser Release
Shaitaan Teaser Release

ମୁମ୍ବାଇ:ବଲିଉଡ ସିଘଂମ୍ ଅଜୟ ଦେବଗନଙ୍କ ଷ୍ଟାରର୍ ଥ୍ରୀଲର-ସସପେନ୍ସ ଫିଲ୍ମ 'ସୈତାନ' ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ମାସରେ ରିଲିଜ ହେବ । ଏହା ପୂର୍ବରୁ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏହି ଫିଲ୍ମରେ ଅଭିନେତା ଅଜୟ ଦେବଗନ୍, ସାଉଥ୍ ଷ୍ଟାର ଆର୍. ମାଧବନ ଏବଂ ଜ୍ୟୋତିକା ନଜର ଆସିବେ । ତେବେ ଗତକାଲି ଏହି ତାରକାଙ୍କ ପ୍ରଥମ ଲୁକ ମଧ୍ୟ ସାମ୍ନାକୁ ଆସିଥିବା ବେଳେ ଆଜି ଟିଜର ରିଲିଜ ହୋଇଛି ।

୧.୩୧ ମିନିଟର ରହିଛି ଫିଲ୍ମ 'ସୈତାନ'ର ଟିଜର । ଟିଜରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର,ମାଧବନ ତାଙ୍କ କଳା ଯାଦୁ ବିଷୟରେ କହୁଛନ୍ତି । ଟିଜରରେ ଅଭିନେତା କହୁଛନ୍ତି ଯେ,"କୁହାଯାଏ ଯେ ସମଗ୍ର ବିଶ୍ୱ ବଧିର, କିନ୍ତୁ ସମସ୍ତଙ୍କର ସବୁକିଛି ମୋର, କଳାଠାରୁ ମଧ୍ୟ କଳା ମୁଁ, ମୁଁ ନଅ ଜଗତର ମାଲିକ, ବିଷ ବି ମୁଁ ଏବଂ ଔଷଧ ମଧ୍ୟ ମୁଁ, ଶତାବ୍ଦୀ ଧରି ଚୁପଚାପ୍ ସବୁକିଛି ଦେଖୁଛି, ଲୋକ କୁହନ୍ତି ମୁଁ କାହାକୁ ଛାଡେନି,ଏକ ଖେଳ ଅଛି ଖେଳିବ..ଏହି ଖେଳର କେବଳ ଗୋଟିଏ ନିୟମ ଅଛି, ମୁଁ ଯାହାବି କୁହେ ମୋ କଥାରେ ଜମା ଆସିବନି"

ଜିଓ ଷ୍ଟୁଡିଓ, ଅଜୟ ଦେବଗନ୍ ଫିଲ୍ମସ୍ ଏବଂ ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ ବ୍ୟାନରରେ ନିର୍ମିତ 'ସୈତାନ' ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । 'ସୈତାନ' ଚଳଚ୍ଚିତ୍ରକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମର କାହାଣୀ ପ୍ରକାଶ ପାଇନାହିଁ । ନିକଟରେ ଫିଲ୍ମ ଘୋଷଣା କରିବା ପରେ ଏକ ପୋଷ୍ଟର ରିଲିଜ ହୋଇଥିଲା, ଯେଉଁଥିରୁ ଜଣାପଡ଼ିଲା ଯେ ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳା ଯାଦୁ ଉପରେ ଆଧାରିତ । ମାର୍ଚ୍ଚ ୮, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ । ହିନ୍ଦୀ ସିନେମାରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ସୈତାନ: ଅଜୟ-ମାଧବନ-ଜ୍ୟୋତିକାଙ୍କ ପ୍ରଥମ ଲୁକ୍, ଏହି ଦିନ ଆସିବ ଟିଜର

ପ୍ରକାଶ ଥାଉକି, ସୈତାନ' ଫିଲ୍ମ ଗୁଜୁରୀଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ହିନ୍ଦୀ ଭର୍ସନ 'ସୈତାନ' ମାର୍ଚ୍ଚ ୮, ୨୦୨୪ ମହାଶିବରାତ୍ରୀ ଅବସରରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details