ହାଇଦ୍ରାବାଦ:ଆଜି ଅର୍ଥାତ୍୨୯ ଜୁଲାଇରେ ବଲିଉଡର 'ଖଳନାୟକ' ସଞ୍ଜୟ ଦତ୍ତଙ୍କୁ ୬୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପରିବାର ସମେତ ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ସମୟରେ ସଞ୍ଜୟ ଦତ୍ତ ଜନ୍ମଦିନରେ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି । ସଞ୍ଜୟ ଦତ୍ତ ବର୍ତ୍ତମାନ ବଲିଉଡ ଅପେକ୍ଷା ସାଉଥ ଚଳଚ୍ଚିତ୍ରରେ ଅଧିକ ସକ୍ରିୟ ଅଛନ୍ତି । ସଞ୍ଜୟ ଦତ୍ତ ଆଜି ତାଙ୍କର ଆଗାମୀ ଦକ୍ଷିଣ କନ୍ନଡ ଚଳଚ୍ଚିତ୍ର 'କେଡି-ଦ ଡେଭିଲ୍' ଘୋଷଣା କରିଛନ୍ତି । ସେ ଫିଲ୍ମରୁ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ କରିଛନ୍ତି ।
ଫ୍ୟାନ୍ସଙ୍କୁ ଜନ୍ମଦିନ ଭେଟି
ସଞ୍ଜୟ ଦତ୍ତ ଫିଲ୍ମ 'KD'ର ପ୍ରଥମ ଲୁକ୍ ପୋଷ୍ଟରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ତାଙ୍କ ଚରିତ୍ରର ନାମ ମଧ୍ୟ ପ୍ରକାଶ କରିଛନ୍ତି । ସଞ୍ଜୟ ଦତ୍ତଙ୍କ ଭୂମିକାର ନାମ ହେଉଛି 'ଧକ୍ ଦେବ'। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି । ସେ ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି, 'ସୈତାନର ଗଣତନ୍ତ୍ରର ଦେବତା ଧକ ଦେବ କେ.ଡି.ର ଯୁଦ୍ଧ କ୍ଷେତ୍ରରେ ପାଦ ଦେଇଛି ଏବଂ ବର୍ତ୍ତମାନ ଏକ ଝଡ଼ ଆସିବାକୁ ଯାଉଛି ।' ଏହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ଦେଖିବାକୁ ଉତ୍ସାହିତ ହେବା ସହ ତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।
'KD'ରେ ଏହି ତାରକା ବି ଆସିବେ ନଜର