ଓଡିଶା

odisha

ETV Bharat / entertainment

ଏହି ନିର୍ଦ୍ଦେଶକଙ୍କୁ ଡେଟ୍ କରୁଛନ୍ତି ସାମନ୍ଥା ! ଲାଟେଷ୍ଟ ପୋଷ୍ଟ ଖୋଲିଦେଲା ରାଜ୍ - SAMANTHA RUTH PRABHU DATING RUMOURS

ସାମନ୍ଥା ରୁଥ ପ୍ରଭୁ ଆଜିକାଲି ତାଙ୍କ ଡେଟିଂ ଜୀବନକୁ ନେଇ ଶିରୋନାମାରେ ରହିଛନ୍ତି । ଅଭିନେତ୍ରୀ ଛାଡପତ୍ରର ଚାରି ବର୍ଷ ପରେ ନିର୍ଦ୍ଦେଶକଙ୍କୁ ଡେଟ୍ କରୁଛନ୍ତି । ଲାଟେଷ୍ଟ ପୋଷ୍ଟ ଖୋଲିଦେଲା ରାଜ୍ ।

SAMANTHA RUTH PRABHU DATING RUMOURS
SAMANTHA RUTH PRABHU DATING RUMOURS (IANS)

By ETV Bharat Entertainment Team

Published : Feb 3, 2025, 10:58 AM IST

ହାଇଦ୍ରାବାଦ:ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ବୃତ୍ତିଗତ ଅପେକ୍ଷା ବର୍ତ୍ତମାନ ବ୍ୟକ୍ତିଗତ ଜୀବନୀ ସହ ଶିରୋନାମାରେ ରହିଛନ୍ତି ସାମନ୍ଥା । ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ର ପରେ ବେଶ ଚର୍ଚ୍ଚାରେ ରହିଥିଲେ ସାମନ୍ଥା । ବର୍ତ୍ତମାନ ଛାଡପତ୍ରର 4 ବର୍ଷ ପରେ ସାମନ୍ଥା ଜଣେ ନିର୍ଦ୍ଦେଶକଙ୍କୁ ଡେଟିଂ କରୁଛନ୍ତି । ଅଭିନେତ୍ରୀ ଦ୍ୱାରା ସେୟାର କରାଯାଇଥିବା ଲାଟେଷ୍ଟ ଫଟୋ ଏହି ହିଣ୍ଟ ଦେଇଥିବା ବେଳେ ବର୍ତ୍ତମାନ ତାଙ୍କ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ନିର୍ଦ୍ଦେଶକଙକୁ ଡେଟ୍ କରୁଛନ୍ତି ସାମନ୍ଥା !

ରିପୋର୍ଟ ଅନୁସାରେ, ସାମନ୍ଥା 'ଦ ଫ୍ୟାମିଲି ମ୍ୟାନ୍' ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ଡେଟ୍ କରୁଛନ୍ତି । ସାମନ୍ଥା ନିକଟରେ ସୋସିଆଲ ମିଡିଆରେ ଏକ କାର୍ଯ୍ୟକ୍ରମର ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ରାଜଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ସାମନ୍ଥା ରୁଥ୍ ପ୍ରଭୁ ନିଜ ଇନଷ୍ଟାଗ୍ରାମରେ ପିକଲବଲ ଟୁର୍ଣ୍ଣାମେଣ୍ଟର ଅନେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ରାଜ ନିଦିମୋରୁଙ୍କ ସହ ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ ରାଜଙ୍କ ହାତ ଧରିଥିବାର ଦେଖାଯାଇଛି, ଯାହା ପରେ ଅନେକ ଫ୍ୟାନ୍ସ ଡେଟିଂ କନଫର୍ମ କରିଥିବା କହିଛନ୍ତି ।

ରାଜ ନିଦିମୋରୁ କିଏ ?

ରାଜ ନିଦିମୋରୁ ଜଣେ ଜଣାଶୁଣା ବଲିଉଡ ନିର୍ଦ୍ଦେଶକ । ରାଜ ଏବଂ ଡିକେଙ୍କ ପ୍ରସିଦ୍ଧ ଯୋଡ଼ି ସେମାନଙ୍କର ଉତ୍କୃଷ୍ଟ ଧାରାବାହିକ ପାଇଁ ଜଣାଶୁଣା । ସେ 'ଦ ଫ୍ୟାମିଲି ମ୍ୟାନ୍', 'ସିଟାଡେଲ୍: ହନି ବନି', 'ଗନ୍ସ ଆଣ୍ଡ ରୋଜେସ୍' ଭଳି ସିରିଜ ନିର୍ଦ୍ଦେଶନା ଦେଇଛନ୍ତି । ସେହି ସମୟରେ, ସାମନ୍ଥା ତାଙ୍କ ସହ 'ଦ ଫ୍ୟାମିଲି ମ୍ୟାନ୍', 'ସିଟାଡେଲ୍: ହନି ବନି', ରେ କାମ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ:ନାଗା ଚୈତନ୍ୟଙ୍କୁ ଛାଡପତ୍ର ପରେ ବିବାହର ସ୍ମୃତି ହଟାଇଲେ ସାମନ୍ଥା

ସୂଚନା ଥାଉ କି, ସାମନ୍ଥା ଏବଂ ନାଗା ଚୈତନ୍ୟ 2021ରେ ଅଲଗା ହୋଇଥିଲେ । ଏହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଥିଲା । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ 2010ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହା ପରେ ଦୁହେଁ ପ୍ରେମରେ ପଡ଼ି ଅକ୍ଟୋବର 2017ରେ ବିବାହ କରିଥିଲେ । କିନ୍ତୁ 4 ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ 2024, 4 ଡିସେମ୍ବରରେ ନାଗା ଚାତନ୍ୟ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details