ହାଇଦ୍ରାବାଦ:ସାମନ୍ଥା ରୁଥ ପ୍ରଭୁ ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କୁ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ମଧ୍ୟରେ ନିଜ ଜନ୍ମଦିନରେ ସେ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ଏକ ପୋଷ୍ଟର ରିଲିଜ କରି ତାଙ୍କ ନୂଆ ଫିଲ୍ମ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ମୋଶନ ଭିଡିଓ ଏବଂ ପୋଷ୍ଟର ରିଲିଜ କରି ଚଳଚ୍ଚିତ୍ରର ନାମ 'ବଙ୍ଗାରାମ' ଘୋଷଣା କରିଛନ୍ତି । ଅଭିନେତ୍ରୀ ସେୟାର କରିଥିବା ଏହି ପୋଷ୍ଟରରେ ଦମଦାର ଲୁକରେ ନଜର ଆସିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି ।
ସାମନ୍ଥା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଏବଂ ମୋଶନ ଭିଡିଓ ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରର ପୋଷ୍ଟରରେ ସାମନ୍ଥା ଏକ ନୂଆ ଅବତାରରେ ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ହାତରେ ବନ୍ଧୁକ ଧରିଥିବାର ନଜର ଆସିଛନ୍ତି । ଫିଲ୍ମର ପୋଷ୍ଟର ଏବଂ ମୋସନ୍ ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ସୁନା ହେବା ପାଇଁ ସବୁକିଛି ଚମକିବା ଉଚିତ୍ ନୁହେଁ', ବଙ୍ଗରାମ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏବେ 'ବଙ୍ଗରାମ' ଘୋଷଣା ପରେ ଅଭିନେତ୍ରୀଙ୍କ ଜନ୍ମଦିନ ଉତ୍ସବ ଦ୍ୱିଗୁଣିତ ହୋଇଛି । ପ୍ରଶଂସକମାନେ ଅଭିନେତ୍ରୀଙ୍କ ଏହି ଲୁକକୁ ଖୁବ ପସନ୍ଦ କରିଛନ୍ତି । ଲୋକମାନେ ବର୍ତ୍ତମାନ ଅଭିନେତ୍ରୀଙ୍କ ଫିଲ୍ମ ବିଷୟରେ ଅଧିକ ଜାଣିବାକୁ ଉତ୍ସାହିତ ମଧ୍ୟ ରହିଛନ୍ତି ।
ଏହି ପୋଷ୍ଟରକୁ ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ କମେଣ୍ଟ ବର୍ଷା କରୁଛନ୍ତି । ଜଣେ ଲେଖିଛନ୍ତି, ଫାୟାର ସାମ । ଅନ୍ୟ ଜଣେ ଲେଖିଛନ୍ତି, ଏହି ଘୋଷଣା କରିବା ପାଇଁ ଏହା ହେଉଛି ଶ୍ରେଷ୍ଠ ଦିନ । ଆଉ ଜଣେ ଲେଖିଛନ୍ତି, କି କମବ୍ୟାକ! ଏଥିସହ ଅନେକ ଫ୍ୟାନ ଅଭିନେତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବଲିଉଡ ଠାରୁ ସାଉଥ ସେଲିବ୍ରିଟି ଯାଏଁ ସମସ୍ତେ ସାମନ୍ଥାଙ୍କୁ ଶୁଭକାମନା ଜଣାଇଛନ୍ତି । ସାଉଥ ତାରକା ବିଜୟ ଦେବରକୋଣ୍ଡା, ରାମଚରଣଙ୍କ ପତ୍ନୀ ଉପାସନା ଏବଂ ବଲିଉଡ ଅଭିନେତା ବରୁଣ ଧୱନ ସମେତ ଅନେକ ସେଲିବ୍ରିଟି ସାମନ୍ଥାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।