ଓଡିଶା

odisha

ETV Bharat / entertainment

'5 କୋଟି ଦିଅ କିମ୍ୱା ମନ୍ଦିରରେ କ୍ଷମା ମାଗ ନହେଲେ...' ସଲମାନ ଖାନଙ୍କୁ ପୁଣି ମିଳିଲା ହତ୍ୟା ଧମକ

ବିପଦରେ ସଲମାନ ଖାନଙ୍କ ଜୀବନ । ସୁରକ୍ଷା ବଢିବା ସତ୍ତ୍ୱେ ବାରମ୍ୱାର ମିଳୁଛି ହତ୍ୟା ଧମକ । ପୁଣିଥରେ ତାଙ୍କୁ ହତ୍ୟା ଧମକ ମିଳିଛି। ଏଥିସହ 5 କୋଟି ଟଙ୍କାର ଦାବି କରାଯାଇଛି।

SALMAN KHAN DEATH THREAT
SALMAN KHAN DEATH THREAT (Photo:ANI)

By ETV Bharat Entertainment Team

Published : Nov 5, 2024, 10:07 AM IST

ହାଇଦ୍ରାବାଦ:ଅଡୁଆରେବଲିଉଡ ସୁପରଷ୍ଟାର ସଲମାନ ଖାନ । ଅଭିନେତାଙ୍କ ସୁରକ୍ଷା ବଢାଯାଇଥିଲେ ହେଁ କିନ୍ତୁ ବାରମ୍ବାର ହତ୍ୟା ଧମକ ମିଳୁଛି । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ତୃତୀୟ ଥର ପାଇଁ ଏପରି ଧମକ ମିଳିଛି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ୍ ସେଲ୍ ଲରେନ୍ସ ବିଷ୍ଣୌଇ ନାଁରେ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି । ଏଥିରେ କୁହାଯାଇଛି ଯେ ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି, ତେବେ ସେ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା 5 କୋଟି ଟଙ୍କା ଦିଅନ୍ତୁ । ତେବେ ଏଭଳି ମେସେଜ ପାଇବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ସଲମାନ ପୁଣି ହତ୍ୟା ଧମକ

ସଲମାନ ଖାନଙ୍କ ନାଁରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ମଧ୍ୟରାତ୍ରିରେ ସୂଚନା ମିଳିଥିଲା । ପୋଲିସ ସୂଚନା ଅନୁସାରେ, ''ଏହି ଧମକପୂର୍ଣ୍ଣ ମେସେଜ ଲରେନ୍ସ ବିଷ୍ଣୌଇଙ୍କ ଭାଇ ପଠାଇଥିବା କହିଛନ୍ତି । ଏଥିରେ କୁହାଯାଇଛି ଯେ ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି, ତେବେ ସେ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା 5 କୋଟି ଟଙ୍କା ଦିଅନ୍ତୁ । ଯଦି ଏହା କରା ନ ଯାଏ ତେବେ ସେମାନେ ସଲମାନ ଖାନଙ୍କୁ ହତ୍ୟା କରାଯିବ । ଏହି ବାର୍ତ୍ତାରେ ଏହା ମଧ୍ୟ ଲେଖା ହୋଇଛି ଯେ ଆମର ଗ୍ୟାଙ୍ଗ ଏପର୍ଯ୍ୟନ୍ତ ସକ୍ରିୟ ଅଛି ।''

ଏହା ମଧ୍ୟ ପଢନ୍ତୁ:'ସୁରକ୍ଷିତ ରହିବାକୁ ଚାହୁଁଥିଲେ ଦିଅ 2 କୋଟି ନହେଲେ...' ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ପୂର୍ବରୁ ମଧ୍ୟ ଦୁଇ ଥର ମିଳିସାରିଛି ଏପରି ଧମକ

ବାବା ସିଦ୍ଦିକିଙ୍କ ହତ୍ୟା ପରଠାରୁ ସଲମାନ ଖାନ କ୍ରମାଗତ ଭାବରେ ଏଭଳି ଧମକ ପାଉଛନ୍ତି । ଏହାପୂର୍ବରୁ ଝାଡଖଣ୍ଡର ଜଣେ ବ୍ୟକ୍ତି ହ୍ୱାର୍ଟସପ୍ ମେସେଜ୍ ପଠାଇ 5 କୋଟି ଟଙ୍କା ମାଗିଥିଲେ । ପରେ ବ୍ୟକ୍ତି ଜଣକ କହିଥିଲେ ଯେ ମୁଁ ଏକ ଭୁଲ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ପରେ ସଲମାନଙ୍କୁ ପୁଣି ଧମକ ମିଳିଥିଲା । ସଲମାନ ଖାନ ସୁରକ୍ଷିତ ରହିବାକୁ ଚାହୁଁଥିଲେ 2 କୋଟି ଟଙ୍କା ଦିଅ । ଏପରି ମେସେଜ ପଠାଇଥିବାରୁ ୱର୍ଲି ପୋଲିସ ଏକ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପୋଲିସ ନୋଏଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ଏହା ମଧ୍ୟ ପଢନ୍ତୁ:ସଲମାନଙ୍କୁ ହତ୍ୟା ଧମକ ଦେବା ଘଟଣା; ପରିବା ବିକାଳି ଗିରଫ, ମାଗିଥିଲା 5 କୋଟି

ବାବା ସିଦ୍ଦିକଙ୍କ ହତ୍ୟା ପରେ ମାମଲା ବଢିଯାଇଛି

କହିରଖୁଛୁ କି, କିଛି ଦିନ ପୂର୍ବରୁ ସଲମାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକି ମୁମ୍ବାଇର ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟରେ ଗୁଳିକରି ହତ୍ୟା କରାଯାଇଥିଲା । ତାଙ୍କୁ 12 ଅକ୍ଟୋବରରେ ଅଜଣା ବ୍ୟକ୍ତି ହତ୍ୟା କରିଥିଲେ । ଏହି ହତ୍ୟା ପାଇଁ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗ ଦାୟିତ୍ୱ ଗ୍ରହଣ କରିଥିଲେ । କୁହାଯାଇଥିଲା ଯେ ସଲମାନଙ୍କ ସହ ତାଙ୍କର ଘନିଷ୍ଠତା ହେତୁ ସେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ଟାର୍ଗେଟରେ ସେ ଆସିଥିଲେ । ତେବେ ହତ୍ୟା ମାମଲାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details