ହାଇଦ୍ରାବାଦ:ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ଘଟଣାରେ ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦର ବଢିଲା ରିମାଣ୍ଡ । ଆଉ 5ଦିନ ରିମାଣ୍ଡ ଅବଧି ବଢାଇ ଜାନୁଆରୀ 29 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସୂଚନା ଅନୁସାରେ, ଆଜି (ଜାନୁଆରୀ 24) ଅଭିଯୁକ୍ତର ରିମାଣ୍ଡ ଅବଧି ସରୁଥିଲା । ବର୍ତ୍ତମାନ ପୋଲିସର ଦାବି କ୍ରମେ ମୁମ୍ୱାଇ କୋର୍ଟ ଶରିଫୁଲ ଇସଲାମ ଶାହଜାଦର ପୋଲିସ ହେପାଜତକୁ ବୃଦ୍ଧି କରିଛନ୍ତି ।
ବଢିଲା ଅଭିଯୁକ୍ତର ରିମାଣ୍ଡ
କୋର୍ଟ କହିଛନ୍ତି ଯେ ମାମଲାରେ ପର୍ଯ୍ୟାପ୍ତ ଅଗ୍ରଗତି ହୋଇଛି ଏବଂ ଅନ୍ୟାନ୍ୟ ପରିଣାମସ୍ୱରୂପ ଦିଗଗୁଡ଼ିକୁ ଯାଞ୍ଚ କରିବା ଆବଶ୍ୟକ । ଏହି ଅପରାଧଟି ଗମ୍ଭୀର ଏବଂ ସେସନ୍ସ କୋର୍ଟ ଦ୍ୱାରା ବିଚାରଯୋଗ୍ୟ । ଅଭିଯୁକ୍ତଙ୍କ ନିର୍ଦ୍ଦୋଷତା ନିର୍ଣ୍ଣୟ କରିବା ପାଇଁ ମଧ୍ୟ ଏପରି ତଦନ୍ତ ଆବଶ୍ୟକ, ତେଣୁ ସମସ୍ତ ତଥ୍ୟକୁ ବିଚାରକୁ ନେଇ BNSS ଧାରା 35 ଅନୁଯାୟୀ ନୋଟିସ୍ ସମ୍ବନ୍ଧୀୟ ଦାଖଲ କରିବା ପ୍ରଯୁଜ୍ୟ ନୁହେଁ । ରେକର୍ଡରୁ ଏପରି କିଛି ଅନୁମାନ କରାଯାଇ ନାହିଁ ଯେ ଗିରଫଦାରୀ ଅବୈଧ । ଏଣୁ ଅଧିକ ତଦନ୍ତ ପାଇଁ ପୋଲିସ ଅଭିଯୁକ୍ତକୁ ଆଉ 5ଦିନ ପାଇଁ ହେପାଜତକୁ ନେଇଛି ।
ସୈଫଙ୍କୁ କରିଥିଲା ଛୁରାମାଡ଼
ଗତ ସପ୍ତାହ ଜାନୁଆରୀ ୧୬ ତାରିଖରେ ବାନ୍ଦ୍ରା ସ୍ଥିତ ବାସଭବନରେ ସୈପଙ୍କ ଘରେ ପଶି ଛୁରାମାଡ଼ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁୁ 3 ଦିନ ପରେ ପୋଲିସ ଗିରଫ କରିଥିଲା । ଯାହା ନାଁ ମହମ୍ମଦ ସରିଫୁଲ ଇସଲାମ ଶାହଜାଦ ଥିବା ବେଳେ ସେ ଜଣେ ବାଂଲାଦେଶୀ ବୋଲି ଚିହ୍ନଟ କରିଥିଲା ପୋଲିସ । ମୁମ୍ବାଇ ପୋଲିସର ଅତି କମରେ 20 ଟି ଟିମ୍ ତାଙ୍କୁ ତିନି ଦିନ ପରେ ଜାନୁଆରୀ 19 ତାରିଖରେ ମୁମ୍ବାଇ ନିକଟସ୍ଥ ଥାନେରୁ ଗିରଫ କରିଥିଲେ । ପୋଲିସ ସୂଚନା ଅନୁସାରେ, ସେ ଗତ ବର୍ଷ ବାଂଲାଦେଶରୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ଛୁରାମାଡ଼ ମାମଲାରେ ସାମ୍ନାକୁ ଆସିଲା ସତ ! ସୈଫଙ୍କ ବୟାନ ରେକର୍ଡ କଲା ପୋଲିସ
କହିରଖୁଛୁ କି, ଘରେ ଚୋରି କରିବା ଉଦ୍ୟମରେ ପଶି ସୈଫଙ୍କୁ 6ଥର ଛୁରାମାଡ଼ କରିଥିଲା ଅଭିଯୁକ୍ତ । ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ସାହାଯ୍ୟରେ ଲୀଲାବତୀ ହସ୍ପଟାଲ ନିଆଯାଇଥିଲା । 5 ଦିନ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ସୈଫ ।ପୋଲିସ ସୈଫଙ୍କ ଘରୋଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି କରୀନା କପୁର ସମେତ ଡିସଚାର୍ଜ ପରେ ଅଭିନେତାଙ୍କ ମଧ୍ୟ ବୟାନ ରେକର୍ଡ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ