ହାଇଦ୍ରାବାଦ: ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସୁଟ୍ ଆରମ୍ଭ ହୋଇସାରିଛି । ଜାମନଗରରେ ବଡ ବଡ ସେଲିବ୍ରିଟିଙ୍କର ଭିଡ ଜମିଛି । ଏହା 3 ଦିନ ଧରି ଚାଲିବାକୁ ଥିବା ବେଳେ ଆଜି ଦ୍ବିତୀୟ ଦିନ । ତେବେ ପ୍ରଥମ ସଂଧ୍ୟାମରେ ଧମାଲ ମଚାଇଥିଲେ ହଲିଉଡର କଣ୍ଠଶିଳ୍ପୀ ରିହାନା । ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଗାଇ ମୁଖ୍ୟ ଆକର୍ଷଣ ସାଜିଥିଲେ ରିହାନା । ତାଙ୍କ ନିଆରା ଅନ୍ଦାଜରେ ଗୀତ ପରିବେଷଣ ସହିତ ମୁଣ୍ଡରେ ଓଢଣା ଦିଆ ଗେଟଅପ୍ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଜାହ୍ନିକପୁରଙ୍କ ସଙ୍ଗେ ଜିଙ୍ଗତ ଗୀତରେ ଠୁମକା ଲଗାଇଥିଲେ ସେ ।
ଅନ୍ୟପଟେ ଜାହ୍ନବି ମଧ୍ୟ ରିହାନାଙ୍କ ସହିତ ଠୁମକା ଭିଡିଓକୁ ନିଜ ଇନଷ୍ଟାଗ୍ରାମ ସାଇଟରେ ସେୟାର କରିଛନ୍ତି । ତେବେ କ୍ୟାପସନରେ ରିହାନାଙ୍କୁ ଗଡେସ ବୋଲି କହିଛନ୍ତି ଜାହ୍ନବି । ସେ ଲେଖିଛନ୍ତି, "ମହିଳା ଜଣକ ଦେବୀ ଅଟନ୍ତି ।" ତେବେ ରିହାନାଙ୍କ ଡିମାଣ୍ଡ ମଧ୍ୟ ଅଧିକ ରହିଛି । 50 କୋଟି ଟଙ୍କା ପାଉଣା ନେବେ ବୋଲି ଚର୍ଚ୍ଚା ଧୋର ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କୁ 8ରୁ 9 ମିଲିୟନ ଡଲାର ପାଉଣା ନେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ତେବେ କାର୍ଯ୍ୟକ୍ରମ ଶେଷ କରିବା ପରେ ଭାରତ ଛାଡିଛନ୍ତି ରିହାନା । ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜର ଅଭିଜ୍ଞତା ସେୟାର କରିଥିଲେ । ତାଙ୍କର ଅଭିଜ୍ଞତା ବହୁତ ଭଲ ଥିଲା ଏବଂ ମୁଁ ପୁଣି ଭାରତ ଆସିବାକୁ ଚାହିଁବି ବୋଲି ସେ କହିଛନ୍ତି ।