ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'RC 16' ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ରାମ ଚରଣଙ୍କ ସହ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ଲଞ୍ଚ ସମାରୋହ ଆୟୋଜନ ହୋଇଛି । ଆଜି ୨୦ ମାର୍ଚ୍ଚରେ ଫିଲ୍ମର ଲଞ୍ଚ ସମାରୋହ ଏକ ପୂଜାରୁ ଅନୁଷ୍ଠିତ ହୋଇଛି । 'ଆରସି 16' ପୂଜା ସମାରୋହରେ ରାମ ଚରଣ, ଜାହ୍ନବୀ କପୁର ଏବଂ ଫିଲ୍ମର ନିର୍ଦ୍ଦେଶକ ବୁଚି ବାବୁ ସମେତ ପୁରା ଷ୍ଟାର କାଷ୍ଟ ସାମିଲ ହୋଇଛନ୍ତି । ଏଥିସହ ସାଉଥର ଅନେକ ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।
ପୂଜା ସମାରୋହରୁ ଆରମ୍ଭ ହୋଇଛି ଜାହ୍ନବୀ କପୁର ଏବଂ ରାମ ଚରଣଙ୍କ ଫିଲ୍ମ 'RC 16' । ହାଇଦ୍ରାବାଦରେ ପୂଜା ଆୟୋଜିତ ହୋଇଥିବା ବେଳେ ଏହି ସମାରୋହର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ରାମଚରଣ, ଜାହ୍ନବୀ, ଏଆର ରେହମାନ, ପୁଷ୍ପା ନିର୍ଦ୍ଦେଶକ ସୁକୁମାର, ସାଉଥ ମେଗାଷ୍ଟାର ତଥା ରାମଙ୍କ ବାପା ଚିରଞ୍ଜୀବୀଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଛନ୍ତି । ଏହି ପୂଜାରେ ଜାହ୍ନବୀ ଗ୍ରୀନ ରଙ୍ଗର ଶାଢୀରେ ନଜର ଆସିଥିବା ବେଳେ ରାମ ହ୍ବାଇଟ କୁର୍ତ୍ତାରେ ନଜର ଆସିଛନ୍ତି ।