ଓଡିଶା

odisha

ETV Bharat / entertainment

ବିବାଦୀୟ ପ୍ରଶ୍ନ ପଚାରି ଅଡୁଆରେ ରଣବୀର ଆହ୍ଲାବାଦିଆ, ମାଗିଲେ କ୍ଷମା - RAVEER ALLAHBADIA APOLOGISES

ଅଶାଳୀନ ପ୍ରଶ୍ନ ପାଇଁ ରଣବୀର ଆହ୍ଲାବାଦିଆଙ୍କ ନାଁରେ ଏତଲା । କ୍ଷମା ମାଗି କହିଲେ,"ମୁଁ କମେଡିଆନ ନୁହେଁ ।"

Raveer Allahbadia Apologises
Raveer Allahbadia Apologises (ANI)

By ETV Bharat Odisha Team

Published : Feb 10, 2025, 10:58 PM IST

ହାଇଦ୍ରାବାଦ:ରଣବୀର ଆହ୍ଲାବାଦିଆଙ୍କ ପ୍ରଶ୍ନକୁ ନେଇ ତେଜିଲା ବିବାଦ । କମେଡିଆନ ସମୟ ରାଇନାଙ୍କ ଷ୍ଟାଣ୍ଡ ଅପ୍ କମେଡି ଶୋ 'ଇଣ୍ଡିଆଜ ଗଟ୍ ଲ୍ୟାଟେଣ୍ଟ'ରେ ଜଜ୍ ଅଛନ୍ତି ରଣବୀର । ସେ ଜଣେ ଜଣାଶୁଣା ୟୁଟ୍ୟୁବର ମଧ୍ୟ । ଶୋ'ରେ କିଛି ଅଶାଳୀନ ଭାଷା ପ୍ରୟୋଗ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ଥାନାରେ ପହଞ୍ଚିଛି । ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଟ୍ରୋଲ କରିଛନ୍ତି ୟୁଜର୍ସ । ସେପଟେ ଘଟଣାକୁ ନେଇ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ।

କାହିଁକି ତେଜିଲା ବିବାଦ?

ଷ୍ଟାଣ୍ଡ ଅପ୍ କମେଡି ଶୋ'ରେ ପିତାମାତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ ଯୋଗୁଁ ରଣବୀର ଆହ୍ଲାବାଦିଆ ଅଡୁଆରେ ପଡିଛନ୍ତି । ଯେଉଁଥିପାଇଁ ରଣବୀରଙ୍କ ସମେତ ସମୟ ରାଇନାଙ୍କ ନାଁରେ ଏତଲା ଦାୟର କରାଯାଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ:

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଫଡନାଭିସ କହିଛନ୍ତି, "ଏହି ଦେଶରେ ସମସ୍ତ ନାଗରିକଙ୍କ ବାକ୍ ସ୍ବାଧୀନତା ବା ମତ ପ୍ରକାଶ କରିବାର ଅଧିକାର ଅଛି । କିନ୍ତୁ ଯଦି କେହି ସୀମା ଅତିକ୍ରମ କରନ୍ତି କିମ୍ବା ଅଶ୍ଳୀଳ କଥା କୁହନ୍ତି ଯାହା ଜଣେ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରେ । ତେବେ ସେମିତି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହା ବି ପଢନ୍ତୁ...ଲାଇଭ୍ କନସର୍ଟରେ ମହିଳା ଫ୍ୟାନ୍ସଙ୍କୁ କିସ୍ କଲେ ଉଦିତ ନାରାୟଣ, ଟ୍ରୋଲ କଲେ ନେଟିଜେନ୍ସ

କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ:

ମାମଲା ଅଧିକ ଗମ୍ଭୀର ହେଉଥିବାବେଳେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ । ଏକ ଭିଡିଓ ଜାରି କରି ସେ କହିଛନ୍ତି, "ମୁଁ କମେଡିଆନ ନୁହେଁ । ଯାହା ହେଲା ସେଥିପାଇଁ ମୁଁ କୌଣସି ଏକ୍ସକ୍ୟୁଜ ଦେଉନି କି ସ୍ପଷ୍ଟୀକରଣ ରଖୁନାହିଁ । ବରଂ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ଓ ମୋ ଭୁଲ ସ୍ବୀକାର କରୁଛି । ଆଶା କରୁଛି ଆପଣମାନେ ମୋତେ କ୍ଷମା କରିଦେବେ । ଆଗକୁ ମୁଁ ଏପରି ଭୁଲ ଦୋହରାଇବି ନାହିଁ ।" ଏହାସହ ଭାଇରାଲ ହେଉଥିବା ଏହି କ୍ଲିପ୍ ଡିଲିଟ କରିବାକୁ ରଣବୀର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ...'ଛାବା'ରୁ ହଟିବ ଏହି ବିବାଦୀୟ ସିନ୍, ରାଜ ଠାକରେଙ୍କୁ ଭେଟିଲେ ନିର୍ଦ୍ଦେଶକ

ଏହା ବି ପଢନ୍ତୁ...ସୈଫ ଅଲି ଖାନଙ୍କୁ କ୍ଷମା ମାଗିଲେ ଉର୍ବଶୀ, କାହିଁକି ? ଜାଣନ୍ତୁ

ABOUT THE AUTHOR

...view details