ଓଡିଶା

odisha

ମାଲାୟାଲମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ଅଭିଯୋଗ: କଳାକାର ସଂଘ ଓ ଚଳଚିତ୍ର ଏକାଡେମୀରୁ ଇସ୍ତଫା ଦେଲେ ଅଭିନେତା ସିଦ୍ଦିକି ଓ ନିର୍ଦ୍ଦେଶକ ରଞ୍ଜିତ - RANJITH SIDDIQUE RESIGNS

By ETV Bharat Odisha Team

Published : Aug 25, 2024, 12:48 PM IST

Updated : Aug 25, 2024, 1:07 PM IST

Sidhique-Ranjith Resignation: ଯୌନ ନିର୍ଯାତନା ଅଭିଯୋଗ ପରେ ମାଲାୟାଲମ ଅଭିନେତା ସିଦ୍ଦିକି AMMAର ଜେନେରାଲ ସେକ୍ରେଟାରୀ ପଦରୁ ଇସ୍ତଫା ଦେଇଛନ୍ତି । ସେହିପରି ମାଲାୟାଲମ ନିର୍ଦ୍ଦେଶକ ରଞ୍ଜିତ ମଧ୍ୟ କେରଳ ଚଳଚ୍ଚିତ୍ର ଏକାଡେମୀର ସଭାପତି ପଦ ଛାଡିଛନ୍ତି । ପୁରା ମାମଲା କ'ଣ ? ଜାଣନ୍ତୁ,

AMMA, KCAରୁ ପଦ ଛାଡିଲେ ମାଲାୟାଲାମ ଅଭିନେତା ସିଦ୍ଦିକି ଓ ନିର୍ଦ୍ଦେଶକ ରଞ୍ଜିତ, ଯୌନ ନିର୍ଯାତନା ଅଭିଯୋଗ ପରେ ଦେଲେ ଇସ୍ତଫା
AMMA, KCAରୁ ପଦ ଛାଡିଲେ ମାଲାୟାଲାମ ଅଭିନେତା ସିଦ୍ଦିକି ଓ ନିର୍ଦ୍ଦେଶକ ରଞ୍ଜିତ, ଯୌନ ନିର୍ଯାତନା ଅଭିଯୋଗ ପରେ ଦେଲେ ଇସ୍ତଫା (ETV Bharat Odisha)

ହାଇଦ୍ରାବାଦ:ଅଗଷ୍ଟ 24 ରେ ମାଲାୟାଲାମ ଅଭିନେତା ସିଦ୍ଦିକିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଜଣେ ଅଭିନେତ୍ରୀ ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିବା ପରେ ବର୍ତ୍ତମାନ ସିଦ୍ଦିକି ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ (AMMAର ଜେନେରାଲ ସେକ୍ରେଟାରୀ) ପଦରୁ ଇସ୍ତଫା ଦେଇଛନ୍ତି । ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ର ମଧ୍ୟ ମାଲାୟାଲମ୍ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ, ଏହା ପରେ ରଞ୍ଜିତ ମଧ୍ୟ କେରଳ ଚଳଚ୍ଚିତ୍ର ଏକାଡେମୀର ସଭାପତି ପଦ ଛାଡିଛନ୍ତି ।

  • ଇସ୍ତଫା ଦେଲେ ସିଦ୍ଦିକି

ଅଗଷ୍ଟ 25 ରେ ଇସ୍ତଫା ଦେବା ପରେ ଅଭିନେତା ସିଦ୍ଦିକି ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଛନ୍ତି । ଏହି ସମୟରେ ସେ କହିଛନ୍ତି, ''ମୁଁ ସଂଗଠନର ସଭାପତି ମୋହନଲାଲଙ୍କୁ ମୋର ସରକାରୀ ଇସ୍ତଫା ଦେଇଛି । ମୋ ବିରୋଧରେ ଅଭିଯୋଗ ଥିବାରୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ।

  • ଯୌନ ନିର୍ଯାତନା ଅଭିଯୋଗ

ରିପୋର୍ଟ ଅନୁସାରେ, ଜଣେ ଅଭିନେତ୍ରୀ ସିଦ୍ଦିକିଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ କହିବା ଅନୁସାରେ, 'ସିଦ୍ଦିକି ମୋତେ ତାଙ୍କ ପୁଅଙ୍କ ସହ କାମ କରିବା ନେଇ ତାଙ୍କ ହୋଟେଲକୁ ଡାକିଥିଲେ। ସେ ମୋତେ ଝିଅ ବୋଲି ସମ୍ୱୋଧନ କରିଥିଲେ, ତେଣୁ ମୋତେ ତାଙ୍କର ଉପରେ ସନ୍ଦେହ ହୋଇନଥିଲା । କିନ୍ତୁ ପରେ ଜାଣିବାକୁ ପାଇଲି ଯେ ସେପରି କୌଣସି ଫିଲ୍ମ ନଥିଲା । ଏହା ଏକ ଜାଲ ଥିଲା । ସେ ମୋତେ ଯୌନ ଶୋଷଣ କରିଥିଲେ ।

  • ଶ୍ରୀଲେଖା ମିତ୍ର ରଞ୍ଜିତଙ୍କ ନାଁରେ ଆଣିଥିଲେ ଅଭିଯୋଗ

ଶ୍ରୀଲେଖା ମିତ୍ର କହିଥିଲେ, ''2009-10 ମସିହାରେ ଫିଲ୍ମ 'ପାଲେରୀ ମାଣିକ୍ୟାମ୍: ଓରୁ ପାଥିରକୋଲାପାଥାକାଥିନଥ କଥାର' ଅଡିସନ ସମୟରେ ରଞ୍ଜିତ ତାଙ୍କ ସହ ଅସଦାଚରଣ କରିଥିଲେ। ଏହି କାରଣରୁ ସେ ହୋଟେଲରେ ରାତି ବିତାଇବା ପାଇଁ ନିଜକୁ ଅସୁରକ୍ଷିତ ମନେ କରିଥିଲେ ।'' ତେବେ ଶ୍ରୀଲେଖାଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ରଞ୍ଜିତ ତାଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ମିଥ୍ୟା ବୋଲି କହିଛନ୍ତି। ଆଜି ରବିବାର (ଅଗଷ୍ଟ 25) ରେ ନିର୍ଦ୍ଦେଶକ ରଣଜିତ୍ କେରଳ ସରକାରଙ୍କ ଦ୍ୱାରା ପରିଚାଳିତ 'କେରଳ ଚଳଚ୍ଚିତ୍ର ଏକାଡେମୀ' (KCA) ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ:ମାଲାୟାଲମ ଇଣ୍ଡଷ୍ଟ୍ରିରେ ସୁରକ୍ଷିତ ନାହାନ୍ତି ଅଭିନେତ୍ରୀ; କାଷ୍ଟିଂ କାଉଚ ଓ ଶୋଷଣର ହେଉଛନ୍ତି ଶିକାର, ଜଷ୍ଟିସ ହେମା କମିଟିଙ୍କ ରିପୋର୍ଟରେ ଖୁଲାସା

  • ଜଷ୍ଟିସ ହେମା କମିଟି ରିପୋର୍ଟ

ସୂଚନାଯୋଗ୍ୟ ଯେ ନିଟକରେ ଜଷ୍ଟିସ ହେମା କମିଟି ରିପୋର୍ଟ ଦ୍ୱାରା ମାଲାୟାଲମ ଇଣ୍ଡଷ୍ଟ୍ରିର ପରଦା ପଛର ରହସ୍ୟର ଖୁଲାସା କରିଥିବାବେଳେ ଏହି ସବୁ ମାମଲା ସାମ୍ନାକୁ ଆସୁଛି। ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ ଅତ୍ୟାଚାର ଏବଂ ଶୋଷଣର ଅନୁସନ୍ଧାନ ପାଇଁ ଜଷ୍ଟିସ୍ ହେମା କମିଟି ଗଠନ କରାଯାଇଥିଲା । ଏହି ରିପୋର୍ଟରେ ଅଭିନେତ୍ରୀମାନଙ୍କ ପାଇଁ ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡିଛି। ଅଭିନେତ୍ରୀ କେବଳ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍ ଯନ୍ତ୍ରଣା ଭୋଗୁନାହାଁନ୍ତି, ବରଂ ସେ ଯୌନ ନିର୍ଯାତନାର ମଧ୍ୟ ଶିକାର ହେଉଥିବା ଖୁଲାସା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2024, 1:07 PM IST

ABOUT THE AUTHOR

...view details