ଓଡିଶା

odisha

ETV Bharat / entertainment

ପରଲୋକରେ ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବ - RAJPAL YADAV FATHER DEATH

ରାଜପାଲ ଯାଦବଙ୍କ ଉପରେ ଦୁଃଖର ବାଦଲ । ଦୁନିଆକୁ ଅଲବିଦା କହିଲେ ଅଭିନେତାଙ୍କ ବାପା । ପରିବାରରେ ଶୋକ ।

ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବଙ୍କ ଦେହାନ୍ତ
ରାଜପାଲ ଯାଦବଙ୍କ ବାପା ନୌରଙ୍ଗ ଯାଦବଙ୍କ ଦେହାନ୍ତ (ETV Bharat)

By ETV Bharat Entertainment Team

Published : Jan 24, 2025, 12:15 PM IST

ହାଇଦ୍ରାବାଦ:ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ଉପରେ ଦୁଃଖର ବାଦଲ । ନିକଟରେ ଅଭିନେତାଙ୍କୁ ହତ୍ୟା ଧମକ ମିଳିଥିଲା । ଆଉ ଏବେ ଖବର ଆସିଛି ଯେ ତାଙ୍କ ବାପା ନୌରଙ୍ଗ ଯାଦବ ଦେହାନ୍ତ ହୋଇଛି । ସୂଚନା ଅନୁସାରେ, ରାଜପାଲ ଯାଦବଙ୍କ ବାପା ଅସୁସ୍ଥତା କାରଣରୁ ଗତ ଦୁଇ ଦିନ ଧରି ଦିଲ୍ଲୀ ଏମ୍ସରେ ଭର୍ତ୍ତି ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହି ସମୟରେ ରାଜପାଲ ଯାଦବ ଥାଇଲ୍ୟାଣ୍ଡରେ ଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସିଧା ଦିଲ୍ଲୀରେ ପହଞ୍ଚିଛନ୍ତି ।

ରାଜପାଲ ଯାଦବଙ୍କ ବାପାଙ୍କ ଦେହାନ୍ତ

53 ବର୍ଷୀୟ ଅଭିନେତା ରାଜପାଲ ଯାଦବ ଉତ୍ତର ପ୍ରଦେଶର ଶାହଜାହାନପୁରର । ପରିବାର ଆଶା କରିଥିଲେ ଯେ ନୌରଙ୍ଗ ଯାଦବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ, କିନ୍ତୁ ତାଙ୍କ ମୃତ୍ୟୁ ସମଗ୍ର ପରିବାର ଏବଂ ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ପିତାଙ୍କ ଶେଷକୃତ୍ୟ ତାଙ୍କ ଗୃହ ଜିଲ୍ଲାରେ କରାଯିବ ।

ରାଜପାଲଙ୍କୁ ମିଳିଥିଲା ହତ୍ୟା ଧମକ

କହିରଖୁଛୁୁ କି, ନିକଟରେ ରାଜପାଲ ଯାଦବଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି । ରାଜପାଲଙ୍କ ସହିତ କପିଲ ଶର୍ମା, କୋରିଓଗ୍ରାଫର ରେମୋ ଡିସୁଜା ଏବଂ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ବିଷ୍ଣୁ ନାମକ ଜଣେ ବ୍ୟକ୍ତି ରାଜପାଲ ଯାଦବଙ୍କ ଇମେଲ୍ ଆକାଉଣ୍ଟକୁ ଏକ ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି, ଯେଉଁଥିରେ ତାଙ୍କୁ, ତାଙ୍କ ପରିବାର, ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:କପିଲ ଶର୍ମା-ରାଜପାଲ ଯାଦବଙ୍କୁ ହତ୍ୟା ଧମକ, ଇମେଲରେ ଚେତାବନୀ

ରାଜପାଲ ଯାଦବଙ୍କୁ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ,

ରାଜପାଲ ଯାଦବ ବହୁତ ଦିନ ଧରି ବଲିଉଡରେ କାମ କରୁଛନ୍ତି । ସେ ଚଳଚ୍ଚିତ୍ରରେ କମେଡି ଭୂମିକା ପାଇଁ ଜଣାଶୁଣା ଏବଂ ତାଙ୍କ ଅଭିନୟର ନିଜସ୍ୱ ପ୍ରଶଂସକ ସଂଖ୍ୟା ଅଛି । ରାଜପାଲ ଯାଦବ ବହୁତ ସଂଘର୍ଷ ପରେ ମୁମ୍ବାଇ ପହଞ୍ଚିଲେ ଏବଂ ତା’ପରେ ସଂଯୋଗବଶତଃ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ମିଳିବା ଆରମ୍ଭ ହେଲା । ରାଜପାଲ ଯାଦବ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ସହ ମଧ୍ୟ ଭଲ ଫିଲ୍ମ କରିଛନ୍ତି । ଅକ୍ଷୟ କୁମାରଙ୍କ ବିଷୟରେ କହିବାକୁ ଗଲେ, ରାଜପାଲ ଏବଂ ଅକ୍ଷୟଙ୍କ ଯୋଡ଼ି ନିଜର କମେଡି ଦ୍ୱାରା ଦର୍ଶକଙ୍କୁ ବହୁତ ହସାଇଛି। ରାଜପାଲ ଯାଦବ ଏବେ ବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି ଏବଂ ଶେଷ ଥର ପାଇଁ ତାଙ୍କୁ ବରୁଣ ଧାୱନଙ୍କ ଚଳଚ୍ଚିତ୍ର ବେବି ଜନ୍ (୨୦୨୪)ରେ ଦେଖିବାକୁ ମିଳିଥିଲା । ଏବେ ରାଜପାଲ ଯାଦବ କମେଡି ଫିଲ୍ମ ୱେଲକମ୍ 3 ଏବଂ ଆଁଖ ମିଚୋଲି 2 ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details