ଓଡିଶା

odisha

ETV Bharat / entertainment

'ପୁଷ୍ପା 2' ଆଡଭାନ୍ସ ବୁକିଂ; 48ଘଣ୍ଟାରେ ବିକ୍ରି ହେଲାଣି ଏତିକି ଟିକେଟ୍, ଛାପିଲାଣି କୋଟି କୋଟି ନୋଟ୍ - PUSHPA 2 ADVANCE BOOKING

'ପୁଷ୍ପା 2' ରିଲିଜ ପୂର୍ବରୁ ରେକର୍ଡ କଲାଣି । ଆଡଭାନ୍ସ ବୁକିଂରେ ଫିଲ୍ମ ଲକ୍ଷ ଲକ୍ଷ ଟିକେଟ ବିକ୍ରି କରି ମୋଟା ଅଙ୍କର ଆୟ କରିସାରିଲାଣି ।

Pushpa 2 Advance Booking
Pushpa 2 Advance Booking (film poster)

By ETV Bharat Entertainment Team

Published : Dec 2, 2024, 2:34 PM IST

ହାଇଦ୍ରାବାଦ:ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' । ଫିଲ୍ମ ରିଲିଜକୁ ଆଉ ମାତ୍ର 3 ଦିନ ଅପେକ୍ଷା । ଆସନ୍ତା 5ରେ ସାରା ବିଶ୍ୱରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଗତ 48 ଘଣ୍ଟା ମଧ୍ୟରେ 'ପୁଷ୍ପା ୨ ଦ ରୁଲ୍' ଆଡଭାନ୍ସ ବୁକିଂରେ ରେକର୍ଡ କରିସାରିଲାଣି । ଲକ୍ଷ ଲକ୍ଷ ଟିକେଟ ବିକ୍ରି କରି କୋଟି କୋଟି ଟଙ୍କା ଆୟ କରିସାରିଲାଣି ଫିଲ୍ମ। ଯାହାକୁ ନେଇ ଅନୁମାନ କରାଯାଉଛି ଯେ, ଫିଲ୍ମ ପ୍ରଥମ ଦିନ ବମ୍ପର ଆୟ କରି ଇତିହାସ ରଚିବ ।

'ପୁଷ୍ପା 2: ଦ ରୁଲ' ଆଡଭାନ୍ସ ବୁକିଂ

'ପୁଷ୍ପା 2' ର ଆଡଭାନ୍ସ ବୁକିଂରୁ ବାହାରୁଥିବା ରୋଜଗାରର ଆକଳନ ଦର୍ଶାଏ ଯେ ଫିଲ୍ମଟି ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାକୁ ଯାଉଛି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଟ୍ରାକର ସାକନିକଙ୍କ ଅନୁଯାୟୀ, ଆଡଭାନ୍ସ ବୁକିଂରେ ଫିଲ୍ମର ଆୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପୁଷ୍ପା 2 ଭାରତର ସମସ୍ତ ଭାଷାରେ ପ୍ରାୟ 7 ଲକ୍ଷ (6.82 ଲକ୍ଷ) ଟିକେଟ୍ ବିକ୍ରି କରିଛି । ଏଥିରେ 2D, 3D, IMAX ଏବଂ 4D X ସଂସ୍କରଣ ଅନ୍ତର୍ଭୁକ୍ତ । 'ପୁଷ୍ପା 2' ପ୍ରଥମ ଦିନରେ 31.91 କୋଟି ଟଙ୍କା ରୋଜଗାର କରିଛି ।

'ପୁଷ୍ପା ୨' ପରଦାରେ କରିବ ଧମାକା

'ପୁଷ୍ପା ୨' ତେଲୁଗୁ ସଂସ୍କରଣରେ 2,77,542 ଟିକେଟ୍ ବିକ୍ରି କରି ଫିଲ୍ମଟି ଆଡଭାନ୍ସ ବୁକିଂରେ 10.87 କୋଟି ଟଙ୍କା ଆୟ କରିଛି। ଏଥି ସହିତ 'ପୁଷ୍ପା ୨' ହିନ୍ଦୀ ବେଲ୍ଟରେ ଏକ ଆଲୋଡ଼ନ ସୃଷ୍ଟି କରିଛି। 'ପୁଷ୍ପା 2' ହିନ୍ଦୀରେ 2,66,083 ଟିକେଟ୍ ବିକ୍ରି କରି ଆଡଭାନ୍ସ ବୁକିଂରୁ 7.6 କୋଟି ଟଙ୍କା ରୋଜଗାର କରିଛି । ଏହା ପ୍ରମାଣ କରେ ଯେ ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ଧମାକା ହେବାକୁ ଯାଉଛି। ସେହିପରି ତାମିଲ ଏବଂ କନ୍ନଡ଼ରେ ମଧ୍ୟ ଫିଲ୍ମର କ୍ରେଜ ବଢିବାରେ ଲାଗିଛି। 'ପେଟିଏମ' ଫିଲ୍ମର ବୁକିଂ ଜୋରଦାର ହେଉଛି । ଏହି ପ୍ଲାଟଫର୍ମରେ 'ପୁଷ୍ପା 2' ପାଇଁ 2.6 ବିଲିୟନ ଲୋକ ଟିକେଟ ବୁକ୍ କରିଛି । 'ପୁଷ୍ପା 2' ଚଳଚ୍ଚିତ୍ର 12 ଘଣ୍ଟା ମଧ୍ୟରେ କେରଳରେ ପୂର୍ବ ବିକ୍ରିରେ 1 କୋଟି ଟଙ୍କା ଆୟ କରିଛି।

ହାଇଦ୍ରାବାଦରେ କ୍ରେଜ

'ପୁଷ୍ପା 2' ପ୍ରି-ରିଲିଜ୍ ଇଭେଣ୍ଟ, ପୁଷ୍ପା 2 ୱାଇଲ୍ଡଫାୟାର ଆଜି ଡିସେମ୍ବର ୨ ତାରିଖ ଦିନ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପରେ ଚେନ୍ନାଇ ଏବଂ କୋଚିରେ ପୁଷ୍ପା ୨ ପ୍ରମୋସନ କରିବେ ଷ୍ଟାରକାଷ୍ଟ ।

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା 2' କୁ ମିଳିଲା U/A ସାର୍ଟିଫିକେଟ, ଖୁସିବ୍ୟକ୍ତ କଲେ ଅଲ୍ଲୁ ଅର୍ଜୁନ

'ପୁଷ୍ପା 2' ବଜେଟ୍ ଏବଂ ସ୍କ୍ରିନିଂ

କହିରଖୁଛୁ କି, 'ପୁଷ୍ପା 2' ଡିସେମ୍ବର 5 ରେ ବିଶ୍ୱର 12 ହଜାର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହା ତେଲୁଗୁ ଭାଷାରେ ହିନ୍ଦୀ, ମାଲାୟାଲମ୍, ତାମିଲ, କନ୍ନଡ ଏବଂ ବଙ୍ଗଳା ଭାଷାରେ ମଧ୍ୟ ଉପଲବ୍ଧ ହେବ। ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଆକାରରେ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି। 'ପୁଷ୍ପା 2' ର ନିର୍ମାତା ହେଉଛନ୍ତି ଚଳଚ୍ଚିତ୍ର ମwତ୍ରୀ ମେକର୍ସ, ଯେଉଁମାନେ ଏହି ଫିଲ୍ମରେ 400 ରୁ 500 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥି ସହିତ ନିର୍ମାତାମାନେ କହିଛନ୍ତି ଯେ ଏହି ଫିଲ୍ମ ବଜେଟର ଦୁଇଗୁଣ ଟଙ୍କା ରୋଜଗାର କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:'ପୁଷ୍ପା 2' ଆଇଟମ୍ ଗୀତ 'କିସିକ' ରିିଲିଜ

'ପୁଷ୍ପା 2' ପ୍ରଥମ ଦିନରେ 1000 କୋଟି ଛାପିପାରେ

'ପୁଷ୍ପା ୨' ର ପ୍ୟାଡ ପ୍ରିମିୟର 4 ଡିସେମ୍ବରରେ ଅନୁଷ୍ଠିତ ହେବ ଏବଂ ତେଲେଙ୍ଗାନା ସରକାର ମଧ୍ୟ ଏହାର ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ଏଥିସହିତ କୁହାଯାଉଛି ଯେ ଏହିପରି ଭାବରେ 'ପୁଷ୍ପା ୨' ପ୍ରଥମ ଦିନରେ 100 କୋଟି ଟଙ୍କା ରୋଜଗାର କରି ରେକର୍ଡ ଭାଙ୍ଗିବାକୁ ଯାଉଛି। କହିରଖୁଛୁ କି, 2024 ମସିହାରେ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ୍କି 2898 AD' ହେଉଛି ଏକମାତ୍ର ଚଳଚ୍ଚିତ୍ର ଯାହା ବକ୍ସ ଅଫିସରେ 1000 କୋଟି ଟଙ୍କା ରୋଜଗାର କରିଥିଲା ।​ ବର୍ତ୍ତମାନ କୁହାଯାଉଛି ଯେ 'ପୁଷ୍ପା 2' 'କଲ୍କି' ରେକର୍ଡ ଭାଙ୍ଗିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details