ହାଇଦ୍ରାବାଦ: ତାମିଲ ସୁପରଷ୍ଟାର ସୂରିୟା ଏବଂ ବଲିଉଡ ତାରକା ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁୱା' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା । 2024 ମସିହାରେ, ଏହି ବଡ ବଜେଟ୍ ଚଳଚ୍ଚିତ୍ର 'କଙ୍ଗୁୱା' ମଧ୍ୟ ଏହାର ମୂଲ୍ୟ ପୁନରୁଦ୍ଧାର କରିବାରେ ବିଫଳ ହୋଇଥିଲା । 2024 ବର୍ଷର ସବୁଠାରୁ ବଡ ଫ୍ଲପ୍ ଫିଲ୍ମ ପ୍ରମାଣିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଏକ ବଡ଼ ସଫଳତା ହାସଲ କରିଛି । 'କଙ୍ଗୁୱା' ଓସ୍କାର 2025 ରେସରେ ଏଣ୍ଟ୍ରି କରିଛି । ଓସ୍କାର 2025ରେ 'କଙ୍ଗୁୱା' ପ୍ରତିଯୋଗୀ ତାଲିକାରେ ସ୍ଥାନ ପାଇଛି, ଯାହା 323 ଟି ବିଶ୍ୱ ଚଳଚ୍ଚିତ୍ର ସହ ପ୍ରତିଦ୍ୱନ୍ଦ୍ୱିତା କରିବ । କେବଳ ସୂରିୟାଙ୍କ କଙ୍ଗୁୱା ନୁହେଁ ଏହି 5 ଟି ଭାରତୀୟ ଫିଲ୍ମ ମଧ୍ୟ ଓସ୍କାର ଦୌଡ଼ରେ ସାମିଲ ଅଛି ।
BREAKING: Kanguva ENTERS oscars 2025🏆 pic.twitter.com/VoclfVtLBL
— Manobala Vijayabalan (@ManobalaV) January 7, 2025
'କଙ୍ଗୁୱା' ଓସ୍କାରରେ ଏଣ୍ଟ୍ରି
2 ବର୍ଷର ବିରତି ପରେ ତାମିଲ ସୁପରଷ୍ଟାର ସୂରିୟା ଏହି ଚଳଚ୍ଚିତ୍ର ସହ ପ୍ରତ୍ୟାବର୍ତ୍ତନ କରିଥିଲେ । ସିରୁଥାଇ ସିଭାଙ୍କ ନିର୍ଦ୍ଦେଶିତ ଫିଲ୍ମ କଙ୍ଗୁୱା 14 ନଭେମ୍ବର 2024 ରେ ମୁକ୍ତିଲାଭ କରିଥିଲା । ପ୍ରାୟ 350 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅନେକ ବଡ ଆକ୍ସନ୍ ସିନ୍ ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକଙ୍କ ଉପରେ ଅଧିକ ପ୍ରଭାବ ପକାଇ ନଥିଲା ଏବଂ ଫ୍ଲପ୍ ହୋଇଯାଇଥିଲା । ବକ୍ସ ଅଫିସରେ ଫ୍ଲପ୍ ହେବା ପରେ ଫିଲ୍ମଟି ଓସ୍କାର 2025 ରେ ପ୍ରବେଶ କରିଛି । 323 ଟି ବିଶ୍ୱ ଚଳଚ୍ଚିତ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରି ‘କଙ୍ଗୁୱା’ ଏହାକୁ ଟଶ୍ରେଷ୍ଠ ପିକ୍ଚର' ବର୍ଗରେ ସ୍ଥାନ ପାଇଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଟ୍ରାକର ମନୋବାଲା ବିଜୟବାଲାନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କଙ୍ଗୁୱା ଓସ୍କାର 2025ରେ ଏଣ୍ଟ୍ରି ନେଇ ସୂଚନା ଦେଇଛନ୍ତି । ଏହି ଖବର ଆସିବା ପରେ ସୂରିୟା ଏବଂ ବବିଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଓସ୍କାର ରେସରେ ଏହି 5 ଫିଲ୍ମ ବି ସାମିଲ
କେବଳ ସୂରିୟାଙ୍କ କଙ୍ଗୁୱା ନୁହେଁ ଏହି 5 ଟି ଭାରତୀୟ ଚଳଚ୍ଚିତ୍ରର ନାମ ଓସ୍କାର ଦୌଡ଼ରେ ସାମିଲ ଅଛି । ଯାହା ନିମ୍ନଲିଖିତ-
1. ଦ ଗଟ ଲାଇଫ୍
2. ସ୍ୱତନ୍ତ୍ର ଭୀର ସାଭାର୍କର
3. ଅଲ ଉଇ ଇମାଜିନ ଏଜ ଲାଇଟ
4. ଗାର୍ଲ୍ସ ୱିଲ ବି ଗାର୍ଲ୍ସ
5. ଅନୁଜା
ଏହା ମଧ୍ୟ ପଢନ୍ତୁ: ଓସ୍କାର ଭୋଟ୍ କମିଟିର ସଦସ୍ୟ ହେଲେ ତାମିଲ ସୁପରଷ୍ଟାର ସୂରିୟା
ଓଟିଟିରେ ରିଲିଜ କଙ୍ଗୁୱା
କହିରଖୁଛୁ କି, କଙ୍ଗୁଭା ଭାରତୀୟ ବକ୍ସ ଅଫିସରେ 100 କୋଟି ଟଙ୍କା ମଧ୍ୟ ଆୟ କରିନାହିଁ । ଫିଲ୍ମ 96 କୋଟି ଟଙ୍କା ରୋଜଗାର କରିଥିବାବେଳେ ଏହାର ନିର୍ମାତାମାନେ ଦାବି କରିଥିଲେ ଯେ କଙ୍ଗୁଭା ଫିଲ୍ମ 2000 କୋଟି ଟଙ୍କା ରୋଜଗାର କରିବ । ଏଥି ସହିତ, 8 ଡିସେମ୍ବର 2024 ରେ OTT ରେ ମୁକ୍ତିଲାଭ କରିଥିବା ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ