ଓଡିଶା

odisha

ETV Bharat / entertainment

ବିକ୍ରାନ୍ତ ମାସିଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ' ଦେଖିବେ ପ୍ରଧାନମନ୍ତ୍ରୀ ମୋଦି

ବିକ୍ରାନ୍ତ ମାସିଙ୍କ 'ଦ ସାବରମତି ରିପୋର୍ଟ' ଫିଲ୍ମ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି । ଜାଣନ୍ତୁ କେବେ ଓ କେଉଁଠି ?

pm narendra modi to watch the sabarmati report
pm narendra modi to watch the sabarmati report (ANI/ Film poster)

By ETV Bharat Entertainment Team

Published : 4 hours ago

ହାଇଦ୍ରାବାଦ:ବଲିଉଡ ଅଭିନେତା ବିକ୍ରାନ୍ତ ମାସି ଆଜି 2 ଡିସେମ୍ବରରେ ଅଭିନୟରୁ ଅବସର ଘୋଷଣା କରି ଆଶ୍ଚର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ଏକ ଖୁସି ଖବର ଆସିଛି । ନଭେମ୍ୱର 15ରେ ରିଲିଜ ହୋଇଥିବା ବିକ୍ରାନ୍ତଙ୍କ ଅଭିନୀତ ଫିଲ୍ମ 'ଦ ସାବରମତି ରିପୋର୍ଟ' ସଂସଦରେ ସ୍ପେସାଲ ସ୍କ୍ରିନିଂ କରାଯିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ଫିଲ୍ମ ଦେଖିବେ ଏବଂ ତାଙ୍କ ସହ ଫିଲ୍ମ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସାମିଲ ହେବେ ।

କେବେ ଏବଂ କେଉଁଠାରେ ଫିଲ୍ମ ଦେଖିବେ ମୋଦି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ସନ୍ଧ୍ୟା 4 ଟାରେ ବାଲ ଯୋଗୀ ଅଡିଟୋରିୟମରେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗଦେବେ। ଏହି ଅଡିଟୋରିୟମ୍ ସଂସଦ ଗୃହ ପରିସରରେ ଅଛି । କହିରଖୁଛୁ କି, ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଫିଲ୍ମକୁ ନେଇ ଖୁବ୍ ପ୍ରଶଂସା କରିଥିଲେ। ସେ ଟ୍ୱିଟ୍ କରି କହିଥିଲେ, 'ବହୁତ ଭଲ, ଭଲ କଥା ଯେ ସତ୍ୟ ସାମ୍ନାକୁ ଆସିଛି, ତାହା ମଧ୍ୟ ସାଧାରଣ ଲୋକଙ୍କ ସାମ୍ନାରେ। ଏକ ମିଥ୍ୟା କାହାଣୀ କିଛି ଦିନ ଧରି ରହିପାରେ କିନ୍ତୁ ଶେଷରେ ସତ୍ୟ ବାହାରି ଆସେ ।

ଏହି ରାଜ୍ୟରେ ଫିଲ୍ମ ପାଇଁ ହୋଇଛି ଟ୍ୟାକ୍ସ ଫ୍ରି

କେନ୍ଦ୍ର ମନ୍ତ୍ରୀ ଶାହାଙ୍କ ସହ ଅନେକ ରାଜ୍ୟର ମନ୍ତ୍ରୀ ମଧ୍ୟ ଫିଲ୍ମର ଖୁବ ପ୍ରଶଂସା କରିଛନ୍ତି । ସୂଚନା ଥାଉ କି, ଏହି ଫିଲ୍ମକୁ ଅନେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି । ପ୍ରଥମେ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ଏବଂ ଗୁଜରାଟ ପରେ ସପ୍ତମ ରାଜ୍ୟ ଭାବେ ଓଡ଼ିଶାରେ ଏହି ଚଳଚ୍ଚିତ୍ର ଉପରେ କର ମୁକ୍ତ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:2025 ପୂର୍ବରୁ ଫ୍ୟାନ୍ସଙ୍କୁ ଝଟକା; ଅଭିନୟରୁ ସନ୍ୟାସ ଘୋଷଣା କଲେ ବିକ୍ରାନ୍ତ ମାସି

ସତ ଘଟଣା ଉପରେ ଆଧାରିତ 'ଦ ସାବରମତି ରିପୋର୍ଟ'

'ଦ ସାବରମତି ରିପୋର୍ଟ' ଫିଲ୍ମ ବିଷୟରେ କହିବାକୁ ଗଲେ, 2002 ଗୋଧ୍ରା ଟ୍ରେନ୍ ଜଳିବା ଘଟଣାର ଚିତ୍ରଣ ହୋଇଛି ଏହି ହିନ୍ଦୀ ଚଳଚ୍ଚିତ୍ର । ବାଲାଜୀ ଟେଲିଫିଲ୍ସ ଲିମିଟେଡର ଡିଭିଜନ୍ ବାଲାଜୀ ମୋସନ୍ ପିକ୍ଚର୍ସ, ଏ ବିକିର୍ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ । ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ପ୍ରମୁଖ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଂଜନ ଚାନ୍ଦେଲ ଏବଂ ଶୋଭା କପୁର, ଏକତା ଆର କପୁର, ଅମୁଲ ଭି ମୋହନ ଏବଂ ଅନସୁଲ ମୋହନ ଫିଲ୍ମ ନିର୍ମାତା ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ 'ଦ ସାବରମତି ରିପୋର୍ଟ'କୁ ଟ୍ୟାକ୍ସ ଫ୍ରି କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା କପୁର

ଅଭିନୟରୁ ବିରତି ଘୋଷଣା କଲେ ବିକ୍ରାନ୍ତ

ଆଜି, ସୋମବାର ସକାଳେ ବିକାନ୍ତ ମାସି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସେ 2025 ପରେ ଅଭିନୟ କ୍ୟାରିଅର ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିକ୍ରାନ୍ତ ଟେଲିଭିଜନରେ 'ଧୁମ ମଚାଓ ଧୁମ ସୋ' ସହିତ ଅଭିନୟ ଆରମ୍ଭ କରିଥିଲେ । ସେ 2009 ରେ 'ବାଲିକା ବଧୂ' ମାଧ୍ୟମରେ ସୁନାମ ଅର୍ଜନ କରିଥିଲେ । ଏହା ପରେ ସେ 2013 ରେ 'ଲୁଟେରା' ସହ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ । 2017 ରେ 'ଏ ଡେଥ୍ ଇନ ଦ ଗଞ୍ଜ'ରେ ବିକ୍ରାନ୍ତ ତାଙ୍କର ପ୍ରଥମ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ଏହା ପୂର୍ବରୁ ସେ' ଗିନି ୱେଡ୍ସ ସନ୍ନି ',' ହସିନ୍ ଦିଲରୁବା',' ଲଭ୍ ହଷ୍ଟେଲ' ଏବଂ '12th ଫେଲ୍' ରେ ଦମଦାରକ ଅଭିନୟ କରି ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଛନ୍ତି । 2025ରେ ଶେଷଥର ପାଇଁ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details