ETV Bharat / state

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତାକାଲି ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ - PRESIDENT MURMU ODISHA VISIT

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ୪ରେ ପୁରୀରେ ନୌସେନା ଦିବସରେ ହେବେ ସାମିଲ ।

President Draupadi Murmu
President Draupadi Murmu (ETV Bharat Odisha)
author img

By ETV Bharat Odisha Team

Published : Dec 2, 2024, 3:49 PM IST

Updated : Dec 3, 2024, 6:14 AM IST

President Draupadi Murmu Odisha Visit, ଭୁବନେଶ୍ବର: ଆଜି ଠାରୁ 5 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତରେ ସେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । 4 ତାରିଖରେ ପୁରୀରେ ଆୟୋଜିତ ନୌସେନା ଦିବସ (Navy Day-2024) ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଭୁବନେଶ୍ୱରରେ କୋର୍ଟ କମ୍ପ୍ଲେକ୍ସର ଉଦଘାଟନରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ହୋଇଛି । ସେହି ଆଧାରରେ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

  • ରାଷ୍ଟ୍ରପତିଙ୍କ ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ :

ନିର୍ଦ୍ଧାରିତ ସମୟ ଅନୁସାରେ, ଆଜି ଅପରାହ୍ନ ୨.୩୦ ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରୁ ବାହାରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରେ ଦିଲ୍ଲୀ ଅପରାହ୍ନ ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ପରେ ବିମାନ ବନ୍ଦରରୁ ସିଧାସଳଖ କାରକେଡ ଯୋଗେ ୫.୩୦ମିନଟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରୁ ୬.୨୫ରେ ରାଜଭବନରେ ପହଞ୍ଚି ରାତ୍ରିଯାପନ କରିବେ‌ । ପରଦିନ ଅର୍ତାତ ୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ସ୍ବତନ୍ତଚ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ ପଡିଆରେରେ ପହଞ୍ଚିବେ । ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ପହଞ୍ଚି ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।

  • ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି :

ପରେ ମଧ୍ୟହ୍ନ ୧୨.୧୦ରେ ରାଜଭବନରେ ପହଞ୍ଚି ସେଠାରେ ମଧ୍ୟାହ୍ନ ଭୋଜନ ସହ ବିଶ୍ରାମ ନେବ । ପରେ ୩.୫୫ରେ ନୌସେନା ଦିବସରେ ଯୋଗ ଦେବା ପାଇଁ ବାହାରିବେ । ଏନେଇ ପୁରୀ ରାଜଭବନ ପରିସରରେ ଗାର୍ଡ ଅଫ ଅନର ସହ ସେଠାରୁ ସେ ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ବ୍ଲୁ ଫ୍ଲାଗ ବିଚରେ ହେଉଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୪୦.୦୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ନୌସେନାର ଚିତ୍ତାକର୍ଷକ କୋଶଳ ପ୍ରଦର୍ଶନ ଓ ବିଭିନ୍ନ ପ୍ରତିରକ୍ଷାରେ ବ୍ୟବହୃତ ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ଦେଖିବେ । ୦୫.୪୫ରେ କାର୍ଯକ୍ରମ ସାରି ୦୫.୫୫ରେ ପୁରୀ ରାଜଭବନକୁ ଫେରି ରାତ୍ରିଯାପନ କରିବେ । ପରେ ୫ ତାରିଖ ଦିନ ୦୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡରୁ ବାହାରି ୧୦.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଯାଇ ୧୦.୫୫ରେ ଓୟୁଏଟି କ୍ୟାମ୍ପସରେ ୪୦ତମ ସମାବର୍ତନ ଉତ୍ସବ ସମାରୋହରେ ଯୋଗଦେବେ । ପରେ ମଧ୍ୟାହ୍ନ ୧୨ଟାରେ ରାଜଭବନ ଫେରି ସେଠାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ସାରି ଅପରାହ୍ନ ୫ଟାରେ ରାଜଭବନରୁ ବାହାରି ୫.୨୦ରେ କଳ୍ପନା ସ୍ଥିତ ଭୁବନେଶ୍ୱର କୋର୍ଟର ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ଏଥି ସହ ସେଠାରେ ଏକ ସାଧାରଣ ସଭାରେ ଯୋଗଦାନ କରି ୬.୩୦ରେ ରାଜଭବନରେ ପହଁଚି ରାତ୍ରି ଯାପନ କରିବେ‌ । ପରେ ୬ ତାରିଖରେ ସକାଳ ୦୯.୦୫ରେ ରାଜଭବନରୁ ବାହାରି ଏଜି ଛକ ସ୍ଥିତ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ୦୯.୧୫ ପର୍ଯ୍ୟନ୍ତ ସେଠାରେ ମହାପର୍ବ ନିର୍ବାଣ ଦିବସରେ ଯୋଗଦେବା । ପରେ ୦୯.୨୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ କଲିକତା ବିମାନ ବନ୍ଦର ଅଭିମୁଖେ ଗସ୍ତ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକ, 8 ଟା 45ରୁ ସାଧାରଣ ଦର୍ଶନ ବନ୍ଦ

ଏହା ମଧ୍ୟ ପଢ଼ନ୍ତୁ...ନୌସେନା ଦିବସ: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଲାଣି ପୁରୀ

  • ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି:

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ କାରକେଡ ବ୍ୟବସ୍ଥା କରାଯାଇଛି । ଏହାସହ ସୁରକ୍ଷାକୁ ନେଇ ବ୍ୟାରିକେଡ ସହ ଟ୍ରାଫିକ ପରିଚାଳନା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରଯାଇଛି । କମିସନରେଟ ପୋଲିସର ପାଖାପାଖି ୬୯ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଏୟାରପୋର୍ଟ, ରାଜଭବନ, କଳ୍ପନା ଛକ, ଏଜି ଛକ ସହ ଚନ୍ଦ୍ରଶେଖରପୁରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ସମ୍ପୂର୍ଣ୍ଣ କାର୍ଯକ୍ରମ ଉପରେ ନଜର ରଖିବ ପୋଲିସ ।

  • ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲାଗିବ ନାକା :

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ୫ଟି ସ୍ଥାନରେ ନାକା ଲାଗିବ । ଅର୍ଥାତ୍ ସ୍ବତନ୍ତ୍ର ପୋଲିସ ଟିମ୍ ରାତ୍ରି ୯ଟାରୁ ସକାଳ ୬ ପର୍ଯ୍ୟନ୍ତ ରାସ୍ତା ଉପରେ ସମସ୍ତ ଯାନବାହାନ ଓ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବେ‌ । ଏନେଇ ଟଙ୍କପାଣି ରାସ୍ତାରେ ବଡଗଡ ଥାନା ପକ୍ଷରୁ ପଣ୍ଡା ପାର୍କ ବସ୍ତି ଓ ଆଦର୍ଶ କଲୋନୀ, ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ ଉତ୍କଳ ହସ୍ପିଟାଲ ନିକଟରେ ୨ଟି ନାକା, ଏୟାରପୋର୍ଟ ଗୋଲେଇ ଛକରେ ନାକା ସହ ସହ ଗୋପବନ୍ଧୁ ଛକରେ କ୍ୟାପିଟାଲ ଥାନା ପକ୍ଷରୁ ନାକା ଲଗାଯିବ । ଏହାସହ ସହରରେ ବିଭିନ୍ନ ହୋଟେଲ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ଏୟାରପୋର୍ଟରେ ମଧ୍ୟ ସ୍ବତନ୍ତ୍ର ନଜର ରହିବ ।

  • ଏମାନେ ରହିବେ ତୟାର:

ରାଷ୍ଟ୍ରପତିଙ୍କ କାରକେଡରେ ସ୍ବତନ୍ତ୍ର ଏକ ଆମ୍ବୁଲାନସ ସହ ସେଥିରେ "O" ପଜିଟିଭ ବ୍ଲଡ ଓ ଅନ୍ୟାନ୍ୟ ଔଷଧ ସାମଗ୍ରୀ ସହ ଏକ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ରହିବେ । କୌଣସି ମେଡିକାଲ ଆପତ୍ତିଜନକ ଅସୁବିଧା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏନେଇ ବ୍ୟବସ୍ଥା ସହ ଅନ୍ୟ ୨ଟି ଘରୋଇ ହସ୍ପିଟାଲ ମଧ୍ୟ ଏନେଇ ପ୍ରସ୍ତୁତ ରହିବେ । ଏଥି ସହ ମହାମହିମଙ୍କ ଟିଫିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଯାଞ୍ଚ ପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସହ ବିଭିନ୍ନ ସ୍ଥାନରେ ପୋଲିସ ଟିମ୍ ମଧ୍ୟ ନିୟୋଜିତ କରାଯାଇଛି । ସେହିପରି ଅଗ୍ନିଶମ ଟିମ୍ ଓ ଓଡ୍ରାଫର ଏକ ଟିମ୍ ମଧ୍ୟ ଏନେଇ ଆଗୁଆ ପ୍ରସ୍ତୁତ ରହିବେ । କୌଣସି ସ୍ଥାନରେ କିଛି ଗଛ ପଡିଲେ ବା କୌଣସି ଅପ୍ରିତିକର ପରିସ୍ଥିତି ହେଲେ ମୁକାବିଲା ପାଇଁ ତୟାର୍ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 3, 2024, 6:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.