ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ବିକ୍ରାନ୍ତ ମାସି ଅବସର ନେଇଥିବା ସୂଚନା ଦେଇ ସମଗ୍ର ଇଣ୍ଡଷ୍ଟ୍ରିରେ ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଆଜି (ଡିସେମ୍ବର ୨)ରେ ସେ ସକାଳେ ଏକ ପୋଷ୍ଟ ସେୟାର କରି ସେ ଅଭିନୟ କ୍ୟାରିଅରରୁ ସନ୍ୟାସ ନେବା ସୂଚନା ଦେଇଛନ୍ତି। ତାଙ୍କର ଏପରି ସୂଚନା ଦେବା ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଆପଣ ଜାଣନ୍ତି କି, ବିକ୍ରାନ୍ତ ମାସେ ପ୍ରଥମ ଅଭିନେତା ନୁହଁନ୍ତି ଯିଏ ନିଜ କ୍ୟାରିୟରର ଶିଖରରେ ପହଞ୍ଚିବା ପରେ ଅଭିନୟରୁ ବିରତି ନେଇଛନ୍ତି। ଏହାପୂର୍ବରୁ, ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ଅଛନ୍ତି, ଯେଉଁମାନେ ଅଭିନୟରେ ବେଶ ସଫଳତା ହାସଲ କରିଥିଲେ ହେଁ ଏହି କ୍ୟାରିଅରକୁ 'ବାଏ ବାଏ' କହିଛନ୍ତି । ଜାଣନ୍ତୁ ସେହି ତାରକାମାନେ କିଏ ?
1. ଥାଲାପତି ବିଜୟ
ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଅନେକ ହିଟ୍ ଫିଲ୍ମ ଦେବା ସହ ଲୋକପ୍ରିୟ ତାରକା ହୋଇପାରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ତାରକା ନିଜର କ୍ୟାରିୟର ଭାବରେ ରାଜନୀତିକୁ ବାଛିଛନ୍ତି । ଚଳିତ ବର୍ଷ(2023) ଅଭିନେତା ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଏବଂ ନିଜ ଦଳର ନାଁ 'ତାମିଲାଗା ଭେଟ୍ରି କାଝାଗାମ' (ଟିଭିକେ) ମଧ୍ୟ ଘୋଷଣା କରିଥିଲେ। ରାଜନୀତିରେ ଏଣ୍ଟ୍ରି ପରେ ସେ ଆକ୍ଟିଂ କ୍ୟାରିଅରରୁ ସନ୍ୟାସ ଘୋଷଣା କରିଛନ୍ତି । ନିକଟରେ ନିଜ ଶେଷ ଫିଲ୍ମ ଅନଟାଇଟଲ୍ଡ ଫିଲ୍ମ 'ଥାଲାପତି 69' ମଧ୍ୟ ଘୋଷଣା କରିଥିଲେ । ଯାହା 2025ରେ ଆସିପାରେ ।
2. ଟ୍ୱିଙ୍କଲ୍ ଖନ୍ନା
ଟ୍ୱିଙ୍କଲ ଖନ୍ନାଙ୍କ ନାମ ଏକଦା ବଲିଉଡର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ଥିଲା । ଏକ ସାନଦାର ଆରମ୍ଭ ଏବଂ ବକ୍ସ ଅଫିସରେ ସଫଳତା, ଏପରିକି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟକୁ ନେଇ ଫ୍ୟାନ୍ସ ପାଗଳ ଥିଲେ । କିନ୍ତୁ ଅକ୍ଷୟ କୁମାରଙ୍କ ସହ 2001ରେ ବିବାହ ପରେ ଅଭିନେତ୍ରୀ ଚଳଚ୍ଚିତ୍ର କ୍ୟାରିୟରରୁ ନିଜକୁ ଦୂରେଇ ରଖିଆସିଛନ୍ତି ।
3. ଆୟେଶା ଟାକିଆ
ଆୟେଶା ଟାକିଆଙ୍କୁ ଶେଷ ଥର ପାଇଁ 2011ରେ ରିଲିଜ ନାଗେଶ କୁକୁନୋରଙ୍କ ରୋମାଣ୍ଟିକ୍ ଡ୍ରାମା 'ମୋଡ୍'ରେ ରଣବିଜୟ ସିଂ ଏବଂ ତନଭି ଆଜମିଙ୍କ ସହ ଦେଖିବାକୁ ମିଳିଥିଲା। ଏହା ପରେ ସେ ଫିଲ୍ମ ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି ।
ଆୟେଶା ଟାକିଆ 2009ରେ ଅବୁ ଫରହାନ୍ ଆଜମିଙ୍କୁ ବିବାହ କରିଥିଲେ ।
4. ଆସିନ୍ ଥୋଟମକ୍କଲ
ଆସିନ୍ 2001 ରୁ 2015 ପର୍ଯ୍ୟନ୍ତ ଅଭିନୟରେ ସକ୍ରିୟ ଥିଲେ । ସେ ଆମୀର ଖାନଙ୍କ ସହ 'ଗଜିନି', ସଲମାନ ଖାନଙ୍କ ସହ 'ରେଡି', 'ହାଉସଫୁଲ 2', 'ବୋଲ ବଚ୍ଚନ', 'ଖିଲାଡି 786' ଏବଂ 'ଅଲ ଇଜ ୱେଲ' ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ କାମ କରିଥିଲେ। ଆସିନ ତାଙ୍କ ବିବାହ ପୂର୍ବରୁ ଅଭିନୟ ଛାଡିଥିଲେ ।
5. ତନୁଶ୍ରୀ ଦତ୍ତା
2010 ମସିହାର ଚଳଚ୍ଚିତ୍ର 'ଆପାର୍ଟମେଣ୍ଟ' ରେ 'ଆଶିକ୍ ବନୟା ଆପନେ' ଏବଂ 'ଭାଗମ୍ ଭାଗ' ଫେମ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପରେ ସେ ଅଭିନୟ ଜଗତକୁ ବିଦାୟ ନେଇଥିଲେ। ତଥାପି, ମି ଟୁ କେସ୍ ସମେତ ଅନେକ ସାମାଜିକ ପ୍ରସଙ୍ଗରେ ତାଙ୍କ ବିବୃତ୍ତି ପାଇଁ ସେ ଶିରୋନାମାରେ ରହିଛନ୍ତି ।
6. ମୁକେଶ ଖନ୍ନା
ମୁକେଶ ଖନ୍ନା ଯିଏକି ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ଶିରୋନାମାରେ ଥାଆନ୍ତି । 'ଶକ୍ତିମାନ' ଭୂମିକା ପାଇଁ ଅନେକ ଲୋକ ତାଙ୍କୁ ଜାଣନ୍ତି ଯେତେବେଳେ କେହି କେହି ତାଙ୍କୁ ମହାଭାରତରେ ଭୀଷ୍ମ ପିତାମହାଙ୍କ ଭୂମିକା ପାଇଁ ପସନ୍ଦ କରନ୍ତି । କ୍ୟାରିୟରର ଶିଖରରେ ବିବାଦୀୟ ବିବୃତ୍ତି ହେତୁ ଅଭିନେତା ନିଜକୁ ଚଳଚ୍ଚିତ୍ରଠାରୁ ଦୂରେଇ ରଖିଥିଲେ। ତେବେ ନିକଟରେ ସେ 'ଶକ୍ତିମାନ' ଦ୍ୱିତୀୟ ସିଜିନ ଘୋଷଣା କରିଛନ୍ତି।
7. ସନା ଖାନ୍
ଅଭିନେତ୍ରୀ ସାନା ଖାନ ଟିଭି ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ସେ ଜୟ ହୋରେ ସଲମାନ ଖାନଙ୍କ ସହ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା, ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ ହେବା ମାତ୍ରେ ସନା ହଠାତ୍ ତାଙ୍କ ଧର୍ମ ପାଇଁ ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ସେ ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସରେ ମଧ୍ୟ ନଜର ଆସିଥିଲେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ ଅଭିନେତ୍ରୀ ଅନସ ସୟିଦଙ୍କୁ ବିବାହ କରିଥିଲେ । ନିକଟରେ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ଗର୍ଭବତୀ ଘୋଷଣା କରିଛନ୍ତି।
ଏହା ମଧ୍ୟ ପଢନ୍ତୁ: 2025 ପୂର୍ବରୁ ଫ୍ୟାନ୍ସଙ୍କୁ ଝଟକା; ଅଭିନୟରୁ ସନ୍ୟାସ ଘୋଷଣା କଲେ ବିକ୍ରାନ୍ତ ମାସି
8. ନୀଲମ କୋଠାରି
80 ଏବଂ 90 ଦଶକରେ ରୂପା ପରଦାରେ ଶାସନ କରୁଥିବା ନୀଲମ କୋଠାରି ସୋନି 'ହତ୍ୟା', 'ତାକତୱର', 'ହମ୍ ସାଥ୍ ସାଥ୍ ହେଁ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ସହ ପୁରା ବଲିଉଡକୁ ଥରାଇ ଦେଇଥିଲେ । ହେଲେ ପରେ ସେ ଅଭିନେତ୍ରୀ ଚଳଚ୍ଚିତ୍ରରୁ ଦୂରେଇ ଯାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ