ETV Bharat / state

ବିଧାନସଭାରେ ପାଣି ପ୍ରସଙ୍ଗ: ତାରାଙ୍କ ପରିସ୍ରା ଉପାଖ୍ୟାନ, ବଦ୍ରି ଦେଲେ ବିସ୍ଫୋରକ ବୟାନ - DRINKING WATER ISSUE IN ASSEMBLY

ପାନୀୟ ଜଳ ସଂକଟ ନେଇ ବିଧାନସଭା ସରଗରମ । ପାଣି ଯୋଗାଇ ନପାରିବାରୁ ହାରିଗଲୁ କହିଲେ ବିଜେଡି ବିଧାୟକ ବଦ୍ରି ପାତ୍ର ।

ODISHA ASSEMBLY WINTER SESSION
ODISHA ASSEMBLY WINTER SESSION (ETV BHARAT ODISHA)
author img

By ETV Bharat Odisha Team

Published : Dec 3, 2024, 2:38 PM IST

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶରେ ଉଠିଲା ବୋରିଗୁମ୍ମା ବ୍ଲକର ମେଗା ପ୍ରକଳ୍ପ କଥା । ହାସ୍ୟରେ କମ୍ପିଲା ଗୃହ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପିଲା ପରିସ୍ରା ଉପାଖ୍ୟାନ ଶୁଣି ଗୃହରେ ହାସ୍ୟ ରୋଳ । ତାରା ପ୍ରସାଦ ବାହିନୀ ପ୍ରଶ୍ନ କରିଥିଲେ ଯେ, ''2016-17 ରେ ବୋରିଗୁମ୍ମା ବ୍ଲକର ମେଗା ପ୍ରକଳ୍ପ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ଯାଏଁ ସରିନି । ଯେଉଁଠି ପାଣି ଆସୁଛି, ପିଲା ପରିସ୍ରାଠାରୁ ବି କମ୍ ପାଣି ଆସୁଛି ।

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର:

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ କହିଥିଲେ ଯେ, ' 98 ପ୍ରତିଶତ ବିଲ ନେଇ ସାରିଛି ଠିକା କମ୍ପାନୀ । ତେଣୁ ସେହି ଠିକା କମ୍ପାନୀ ବିରୋଧରେ କଣ କାର୍ଯ୍ୟନୁଷ୍ଠାନ ନିଆଯିବ ' । ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଥିଲେ ତାରା । ଏହାର ଜବାବରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାୟକ କହିଥିଲେ ଯେ, ''ବହୁତ କମ୍ ସମୟ ଭିତରେ ବୋରିଗୁମ୍ମା ବ୍ଲକରରେ ଠିକାଦାର କମ୍ପାନୀ କାମ କରିଥିଲା । ଏ ନେଇ ଏହି ମାସ ଶେଷ ସୁଦ୍ଧା ସମସ୍ତେ ମିଶି ଆଲୋଚନା କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ । ''

ବଦ୍ରିଙ୍କ ବିସ୍ଫୋରକ ବୟାନ:

ଗୃହ ଚାଲିଥିବା ବେଳେ ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ବିସ୍ଫୋରକ ବୟାନ ଦେଇଥିଲେ । ପାଣି ଦେଇ ପାରିଲୁ ନାହିଁ ବୋଲି ନିର୍ବାଚନରେ ହାରିଲୁ ବୋଲି ବଦ୍ରି କହିଛନ୍ତି । ସେ କହିଛନ୍ତି, " ପାନୀୟ ଜଳ କଷ୍ଟ ଆକ୍ରୋଶ ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ । ମୁଁ ନିଜେ ଏହା ଗତ ନିର୍ବାଚନର ଅନୁଭବ କରିଛି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ଲୋକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା । ପ୍ରତି ଘରକୁ ଜଳ ସଂଯୋଗୀକରଣ ହୋଇନାହିଁ । କିଛି ଜଳ ପ୍ରକଳ୍ପ ପୂରଣ ନହେବାରୁ କିଛି ସ୍ଥାନରେ ଆକ୍ରୋଶଗ ଶିକାର ହୋଇ ହାରିଛନ୍ତି କିଛି ପୂର୍ବତନ ବିଧାୟକ। ''

"ଠିକାଦାର ମଲେଇ ନେଇ ପଳେଇଛନ୍ତି"

ପାନୀୟ ଜଳର ଉତ୍କଟ ସମସ୍ୟା ନେଇ ସରଗରମ ହେଲା ଗୃହ । ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କଲେ ପାନୀୟ ଜଳ ମନ୍ତ୍ରୀ । ପୂର୍ବ ସରକାର ସମୟରେ ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି,'' ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି | ଯେଉଁମାନେ ଠିକା ନେଇଥିଲେ, ସେମାନେ 58 ପ୍ରତିଶତ ପଇସା ନେଇ ପଳାଇଛନ୍ତି । ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି, କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଅଛି । ''

ମିଳୁନି ପିଇବା ପାଣି: ରାମଚନ୍ଦ୍ର କାଡ଼ାମ

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କୁ ପ୍ରଶ୍ନ କରିଥିଲେ ଯେ, ''କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ । ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ତେଣୁ ମନ୍ତ୍ରୀ କହିବେ କି ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକ ଏହି ବର୍ଷ ଶେଷ ସୁଦ୍ଧା ସରିବା ପାଇଁ ପଦକ୍ଷେପ ନେବେ କି ?

ଏହା ମଧ୍ୟ ପଢନ୍ତୁ-ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ

ଏହା ମଧ୍ୟ ପଢନ୍ତୁ-ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ, କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଏହା ମଧ୍ୟ ପଢନ୍ତୁ-‘ପଶ୍ଚିମବଙ୍ଗକୁ ମାଗିବୁନି ଆଳୁ, ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା’

ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ :

ମନ୍ତ୍ରୀ ରବି ନାଏକ କହିଛନ୍ତି ''ଯେଉଁ ଚୁକ୍ତି ହୋଇଛି, 5 ବର୍ଷ ରକ୍ଷଣାବେକ୍ଷଣ କରିବେ । ପାଣି ପାଇପ ପାଇଁ ନଷ୍ଟ ହୋଇଥିବା ରାସ୍ତା କାମ ମଧ୍ୟ କରିବେ । ଯେଉଁଠାରେ ଫ୍ଲୋରାଇଡ ପାଣି ବାହାରୁଛି, ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାମକୁ ଅନୁଧ୍ୟାନ କରିବା ପାଇଁ ପଞ୍ଚାୟତର ସରପଞ୍ଚ ମାନଙ୍କୁ ସରକାର କ୍ଷମତା ଦେଇଛନ୍ତି । ଏହାକୁ ବିଧାୟକ ମାନେ ତଦାରଖ କରିବାର ଆବଶ୍ୟକତା ଅଛି । ''

ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି :

ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଥିଲା ବିଧାୟକମାନଙ୍କ ଦରମା ବୃଦ୍ଧି ଏବଂ ପୂର୍ବତନ ବିଧାୟକମାନଙ୍କର ପେନସନ ବୃଦ୍ଧି ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବି ବୋଲି କହିଛନ୍ତି ବାଚସ୍ପତି । ବଜାର ଦରଦାମ କେତେ, ସ୍ବାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ । ତେଣୁ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା । ତେଣୁ ପେନସନ ସହ ବିଧାୟକମାନଙ୍କର ଦରମା ବଢ଼ାଇବାକୁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

୨୭ ନମ୍ବରରେ ଓଡ଼ିଶା:

ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା, ଦେଶରେ 27 ନମ୍ବର ସ୍ଥାନରେ ଅଛି । ତେଣୁ ନୂଆ କମିଟି ଯଦି ଆବଶ୍ୟକ, ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ । ବିଧାୟକ ମାନଙ୍କ ଦରମା 2 ଲକ୍ଷ 50 ହାଜର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ 70 ହାଜର କରାଯାଉ ବୋଲି ପୂର୍ବରୁ କମିଟି ସୁପାରିଶ କରିଛି । ବିଧାୟକ ଉନ୍ନୟନ ପାଣ୍ଠି 3 କୋଟି ଟଙ୍କା ଦିଆଯାଉଛି । କିନ୍ତୁ ୩ କୋଟି ଟଙ୍କା ଯଥେଷ୍ଟ ନୁହେଁ, ଏମଏଲଏ ଲ୍ୟାଡ 5 କୋଟି ଟଙ୍କା କରାଯାଉ ବୋଲି ଦାବି କରିଥିଲେ ପ୍ରମିଳା ।

ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ସହ ବିଧାୟକ ଉନ୍ନୟନ ପାଣ୍ଠି ବୃଦ୍ଧି କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ ଦାବି କରିଥିଲେ । ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ଏହି ଦାବି ଗୁଡ଼ିକୁ ସମର୍ଥନ କରିଥିଲେ । ନୂଆ କମିଟି ନକରି ପୁରୁଣା କମିଟିର ସୁପାରିଶ ଅନୁସାରେ କରନ୍ତୁ ବୋଲି କହିଲେ ଭାସ୍କର ।

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ବୃଦ୍ଧି ଦାବି:

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ, ''ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ । ଅବସର ପରେ ବି କୋଠା ଘରେ ରହୁଛନ୍ତି । କିନ୍ତୁ ବିଧାୟକମାନଙ୍କର ହୃଦୟ ନିର୍ମଳ, ପକେଟ ଖାଲି । ନିର୍ବାଚନ ମଣ୍ଡଳୀର ଲୋକେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ବିଧାୟକମାନଙ୍କୁ ଦାବି ଜଣାଉଛନ୍ତି । ତେଣୁ ଏମଏଲଏ ଲ୍ୟାଡ ବୃଦ୍ଧି କରି 5 କୋଟି କରାଯାଉ । ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ବୀମା ମଧ୍ୟ 20 ଲକ୍ଷକୁ ବୃଦ୍ଧି କରାଯାଉ । '' ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ବିଧାୟକମାନଙ୍କ ଆନୁଷଙ୍ଗିକ ଖର୍ଚ୍ଚ ଅନୁସାରେ ଦରମା ବହୁତ କମ । ତେଣୁ କମିଟି ସୁପାରିସ ଅନୁସାରେ ବିଧାୟକ ମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ । ''

ବାଚସ୍ପତି ସୁରମା ପାଢ଼ୀଙ୍କ ଉତ୍ତର:

" ବିଧାୟକମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହେଲା । ତେଣୁ ବିଧାୟକମାନଙ୍କ ଦରମା, ପୂର୍ବତନ ବିଧାୟକମାନଙ୍କ ପେନସନ ଓ ଏମଏଲଏ ଲ୍ୟାଡ ବୃଦ୍ଧି ଦାବି ସମୟର ଆବଶ୍ୟକତା ଅଛି ।" ତେଣୁ ନିଶ୍ଚିତ ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଲେ ବାଚସ୍ପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.