ETV Bharat / lifestyle

ପାର୍ଲର ଭଳି ଗ୍ଲୋ ଚାହାଁନ୍ତି ? ଘରେ ଏମିତି ବନାନ୍ତୁ ଷ୍ଟ୍ରବେରୀ ଫେସ ମାସ୍କ - STRAWBERRY BEAUTY BENEFITS

ମୁହଁରେ ଗ୍ଲୋ ଆଣିବାକୁ ଚାହୁଁଛନ୍ତି ? ବଜାରରୁ ଷ୍ଟ୍ରବେରୀ ଆଣି ଘରେ ଏମିତି ବନାନ୍ତୁ ଫେସ୍ ମାସ୍କ । ଅଧିକ ପଢନ୍ତୁ

ମୁହଁରେ ଗ୍ଲୋ ଆଣିବ ଏହି ଲାଲ୍ ଟହଟହ ଫଳ
ମୁହଁରେ ଗ୍ଲୋ ଆଣିବ ଏହି ଲାଲ୍ ଟହଟହ ଫଳ (ETV Bharat)
author img

By ETV Bharat Lifestyle Team

Published : Dec 3, 2024, 3:38 PM IST

ଷ୍ଟ୍ରବେରୀ ଦୁନିଆର ସବୁଠୁ ସ୍ବାସ୍ଥ୍ୟକର ଫଳ ମଧ୍ୟରେ ଗଣାଯାଏ । କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ମାତ୍ରା ଅନ୍ୟ ଫଳଗୁଡିକ ତୁଳନାରେ ଅଧିକ । ଏଥିପାଇଁ ଷ୍ଟ୍ରବେରୀ ଖାଇବା କେବଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ନୁହେଁ, ବରଂ ତ୍ବଚା ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଏହା ସ୍କିନକୁ ଲମ୍ବା ସମୟ ପର୍ଯ୍ୟନ୍ତ ଯୁବା ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ । ତ୍ବଚାରେ ବୟସର ଛାପ ନଜର ଆସିବାରୁ ରୋକିଥାଏ । ଆପଣ ଷ୍ଟ୍ରବେରୀ ଖାଇପାରିବେ ନଚେତ୍ ଏହାକୁ ନିଜ ତ୍ବଚାରେ ଲଗାଇପାରିବେ । ଏଥିରେ ତ୍ବଚାରେ ଚମକ ଆସିଥାଏ ।

ଷ୍ଟ୍ରବେରୀ ସାଧାରଣତଃ ଶୀତ ଦିନେ ବଜାରରେ ଅଧିକ ମିଳିଥାଏ । ଏହା ପାଟିକୁ ଅତି ସୁଆଦିଆ ସହ ସ୍କିନ ପାଇଁ ଉପଯୋଗୀ । ଆଜି ଜାଣିବା ମୁହଁରେ ଷ୍ଟ୍ରବେରୀ ଲଗାଇବାର ଫାଇଦା ଓ ଏହାକୁ କେମିତି ଲଗାଇବେ ।

ମୁହଁରେ ଗ୍ଲୋ ଆଣିବ ଏହି ଲାଲ୍ ଟହଟହ ଫଳ
ମୁହଁରେ ଗ୍ଲୋ ଆଣିବ ଏହି ଲାଲ୍ ଟହଟହ ଫଳ (ETV Bharat)

ତ୍ବଚାରେ ଗ୍ଲୋ ଆଣିବା ପାଇଁ ଏମିତି ପ୍ରସ୍ତୁତ କରନ୍ତୁ ଷ୍ଟ୍ରବେରୀ ଫେସ୍ ମାସ୍କ:

  • 3ରୁ 4ଟି ଷ୍ଟ୍ରବେରୀ ନେଇ ପାଣିରେ ଧୋଇଦିଅନ୍ତୁ ଏବଂ ଏହାକୁ ପେଶି ପେଷ୍ଟ ବନାନ୍ତୁ ।
  • ଷ୍ଟ୍ରବେରୀ ପେଷ୍ଟରେ ଏକ ଚାମଚ ଫ୍ରେସ୍ ମଲାଇ କିମ୍ବା ମିଲ୍କ କ୍ରିମ ମିଶାନ୍ତୁ ।
  • ପୁଣି ଏକ ଚାମଚ ମହୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏବେ ଏହି ପେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ । ଧ୍ୟାନ ରଖିବେ, ଫେସ୍ ପ୍ୟାକ ଲଗାଇବା ପୂର୍ବରୁ ଆପଣ ମୁହଁରୁ ମେକ-ଅପ୍ ଭଲ ଭାବେ ସଫା କରିଥିବେ । ଏହି ଫେସ୍ ପ୍ୟାକ ଲଗାଇବା ବେଳେ ମୁହଁ ପୁରା ସଫା ଥିବା ଆବଶ୍ୟକ ।
  • ଷ୍ଟ୍ରବେରୀ ଫେସ୍ ମାସ୍କକୁ ମୁହଁରେ 40ରୁ 60 ମିନିଟ୍ ଯାଏଁ ରଖନ୍ତୁ ।
  • ମାସ୍କ ଶୁଖିଯିବା ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ ।

ଏହାବ୍ୟତୀତ ଶୀତ ଦିନେ ସ୍କିନକୁ ଭଲ ଭାବେ ସଫା କରିବା ପାଇଁ ଆପଣ ଷ୍ଟ୍ରବେରୀରୁ ହୋମମେଡ ସ୍କ୍ରବ ପ୍ରସ୍ତୁତ କରିପାରିବେ । ଶୀତରେ ସ୍କିନରେ ଡ୍ରାଏନେସ୍ ବଢିଯାଏ । ଫଳରେ ସ୍କିନ ରୁକ୍ଷ ହେବା ସହ ଗ୍ଲୋ କମିଯାଏ । ଡେଡ୍ ସ୍କିନ ସେଲ୍ସ ମୁହଁରେ ଜମା ହେଉଥିବାରୁ ରଙ୍ଗ ଫିକା ଦିଶେ । ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ସ୍କିନକୁ ଏକ୍ସଫଲିଏଟ କରିପାରିବେ । ଏଥିପାଇଁ ଘରେ ଷ୍ଟ୍ରବେରୀରୁ ନ୍ୟାଚୁରାଲ ସ୍କ୍ରିବ ତିଆରି କରିପାରିବେ ।

Ref-https://pmc.ncbi.nlm.nih.gov/articles/PMC4581226/#:~:text=Our%20results%20confirm%20that%20strawberries,cells%20against%20UVA%20induced%20damage.

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଭିତରେ ରୋମାଣ୍ଟିକ ସ୍ପଟ୍ ଖୋଜୁଛନ୍ତି ? ଏହି ଖବର ପ୍ରେମୀଯୁଗଳଙ୍କ ପାଇଁ

ଏହା ମଧ୍ୟ ପଢନ୍ତୁ: ଅଟା ନୁହେଁ ଚାଉଳ ଚୂନାରେ ବନାନ୍ତୁ ନରମ ରୁଟି

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଦିନକୁ କେତେ ଗ୍ଲାସ ପାଣି ପିଇବେ ? ଜାଣନ୍ତୁ ଡାକ୍ତରଙ୍କଠାରୁ

(Disclaimer- ଏଠାରେ ଦିଆଯାଇବା ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.