ETV Bharat / sports

ବିବାହ କରିବେ ସଟଲର୍ ପିଭି ସିନ୍ଧୁ, IT ପ୍ରଫେସନାଲଙ୍କ ସହ ପଡ଼ିବ ହାତଗଣ୍ଠି - PV SINDHU WEDDING

ଆଇଟି ପ୍ରଫେସନାଲଙ୍କ ହାତ ଧରିବେ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଡିସେମ୍ବର ୨୨ରେ ଅଲିମ୍ପିକ ମେଡାଲିଷ୍ଟଙ୍କ ବିବାହ ଉତ୍ସବ ।

pv sindhu
pv sindhu (Getty Image)
author img

By ETV Bharat Odisha Team

Published : Dec 3, 2024, 1:33 PM IST

ହାଇଦ୍ରାବାଦ: ଖୁବଶୀଘ୍ର ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁଙ୍କ ବାଜିବ ସାହାନାଇ । କନିଆ ବେଶରେ ସଜେଇ ହୋଇ ବେଦୀରେ ହାତକୁ ଦି ହାତ ହେବେ । ଆସନ୍ତା 22 ତାରିଖରେ ରାଜସ୍ଥାନ ଉଦୟପୁରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । 20 ତାରିଖରୁ ବିବାହ ପ୍ରସ୍ତୁତି ଆରମ୍ଭ ହେବ । ଡିସେମ୍ବର 24 ରେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି । ହାଇଦ୍ରାବାଦର ଆଇଟି ପ୍ରଫେସନାଲ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିବାକୁ ଯାଉଛନ୍ତି ସିନ୍ଧୁ ।

ବିବାହ କରିବେ ସିନ୍ଧୁ:

ସିନ୍ଧୁଙ୍କ ବାପା ପି.ଭି. ରମନା ପିଟିଆଇକୁ କହିବା ଅନୁଯାୟୀ, ଏକ ମାସ ପୂର୍ବରୁ ବିବାହ ସ୍ଥିର ହୋଇଥିଲା । ପରିବାର ଲୋକେ ଚାହୁଁଥିଲେ ଯେ ବିବାହ ଏହି ମାସରେ ହେଉ, କାରଣ ସିନ୍ଧୁ ଆସନ୍ତା ବର୍ଷ ଜାନୁଆରୀରୁ ବ୍ୟସ୍ତ ରହିବ । ସିନ୍ଧୁଙ୍କ ବାପା କହିଛନ୍ତି, "ଉଭୟ ପରିବାର ପରସ୍ପରକୁ ଜାଣିଥିଲେ । କିନ୍ତୁ ଏକ ମାସ ପୂର୍ବରୁ ବିବାହ ସ୍ଥିର ହୋଇଛି । ଚଳିତ ମାସରେ ବିବାହ ହେବା ଠିକ୍, କାହିଁକିନା ଜାନୁଆରୀ ମାସରୁ ସେମାନଙ୍କର କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ହୋଇଯିବ । ତେଣୁ ଉଭୟ ପରିବାର ଡିସେମ୍ବର 22 ରେ ବିବାହ ସମାରୋହ କରିବାକୁ ନିଷ୍ପତ୍ତି ନେଇଥିଲେ । ଡିସେମ୍ବର 24ରେ ହାଇଦ୍ରାବାଦରେ ବିବାହ ଭୋଜି (ରିସେପ୍ସନ) ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ-ବ୍ୟାଡମିଣ୍ଟନରେ ମଉଳିଗଲା ଭାରତର ପଦକ ଆଶା, ପ୍ରି-କ୍ବାର୍ଟର ଫାଇନାଲରେ ହାରିଗଲେ ସିନ୍ଧୁ - Paris Olympics 2024

ଏହା ମଧ୍ୟ ପଢନ୍ତୁ-ସିଙ୍ଗାପୁର ଓପନ ଟାଇଟେଲ ବିଜେତା ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

କିଏ ହେବେ ସିନ୍ଧୁଙ୍କ ସ୍ୱାମୀ ?

ଭେଙ୍କଟ ଦତ୍ତା ସାଇ ପୋସାଇଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି । ଯାହାର ନୂଆ ଲୋଗୋ ଗତ ମାସରେ ପ୍ରକାଶ ପାଇଥିଲା । ସାଇ ପୋସାଇଡେକ୍ସ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶକ ଜି.ଟି ଭେଙ୍କଟେଶ୍ ରାଓଙ୍କ ପୁଅ। ସାଇ ଲିବରାଲ୍ ଆର୍ଟ ଆଣ୍ଡ ସାଇନ୍ସ / ଲିବରାଲ୍ ଷ୍ଟଡିଜ ଅଫ ଲିବରାଲ ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେସନରୁ ଡିପ୍ଲୋମା କରିଛନ୍ତି । ସେ

2018 ରେ FLAME ୟୁନିଭରସିଟି ବ୍ୟାଚେଲର୍ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନରୁ BBA ଆକାଉଣ୍ଟିଂ ଏବଂ ଫାଇନାନ୍ସ ପାଠ ପଢ଼ା ସମାପ୍ତ କରିଥିଲେ । ପରେ ବେଙ୍ଗାଳୁରୁରେ ଅନ୍ତର୍ଜାତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜିରୁ ଡାଟା ସାଇନ୍ସ ଏବଂ ମେସିନ ଲର୍ଣ୍ଣିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

ପିଭି ସିନ୍ଧୁଙ୍କ କ୍ୟାରିୟର:

ହାଇଦ୍ରାବାଦରେ ଜନ୍ମିତ ପର୍ସୁଲା ଭେଙ୍କଟ ସିନ୍ଧୁ, ପିଭି ସିନ୍ଧୁଙ୍କ ନାମରେ ପରିଚିତ । ସିନ୍ଧୁ ଅଲମ୍ପିକ୍ସ ସହିତ ଅନେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଭାରତର ରାଷ୍ଟ୍ରୀୟ ଧ୍ବଜା ଉଡାଇଛନ୍ତି । ସେ ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିୟନ ହୋଇଥିବା ଏକମାତ୍ର ଭାରତୀୟ ମହିଳା ଖେଳାଳି ଓ ଅଲମ୍ପିକ୍ସରେ ଲଗାତାର ଦୁଇଟି ପଦକ ଜିତିଥିବା ଭାରତର ଦ୍ବିତୀୟ ବ୍ୟକ୍ତିଗତ ଆଥଲେଟ୍‌ । ସେ ପ୍ରଥମେ 2016 ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ, ପରେ 2020 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ବ୍ୟତିତ 2017 ରେ ପ୍ରଥମ ଥର ପାଇଁ ବିଶ୍ୱ ମାନ୍ୟତାରେ 2 ନମ୍ବର ସ୍ଥାନରେ ରହିଥିଲେ ସିନ୍ଧୁ ।

ସୋମବାର ଦିନ ପିଭି ସିନ୍ଧୁ ସୟଦ ମୋଦି ଆନ୍ତର୍ଜାତୀୟ ସୁପର 300 ଟୁର୍ଣ୍ଣାମେଣ୍ଟ ଫାଇନାଲ ଜିତିଛନ୍ତି । ତୃତୀୟ ଥର ପାଇଁ ସୟଦ ମୋଦି ଟାଇଟଲ ଜିତିଛନ୍ତି ସେ । ସିନ୍ଧୁ ଜୁଲାଇ 2022 ରେ ସିଙ୍ଗାପୁର ଓପନ ଜିତି ଇତିହାସ ସୃଷ୍ଟି କରିଥିଲେ । ଏହା ପରେ ସେ 2023 ରେ ସ୍ପେନ୍ ମାଷ୍ଟର୍ସ 300 ଏବଂ 2024 ରେ ମାଲେସିଆ ମାଷ୍ଟର୍ସ 500 ର ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ଫାଇନାଲ ମ୍ୟାଚରେ ହାରି ଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.