ETV Bharat / state

ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ - ODISHA ASSEMBLY

ଶୀତ ଅଧିବେଶରେ ଗୃହକୁ ଗରମ କଲା ଆଳୁ ତାତି । ରାଜ୍ୟ ସରକାଙ୍କୁ ଘେରିଲେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ।

POTATO CRISIS
POTATO CRISIS (ETV BHARAT ODISHA)
author img

By ETV Bharat Odisha Team

Published : Dec 2, 2024, 3:32 PM IST

ଭୁବନେଶ୍ବର/କଟକ: ବିଧାନସଭା ଶୂନ୍ୟକାଳରେ ଉଠିଲା ରାଜ୍ୟରେ ଆଳୁ ସଙ୍କଟ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଜି ବିଧାନସଭାରେ ଶୂନ୍ୟକାଳରେ ଦୁଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ଆଳୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

'ନାନାବାୟା କଥା କହୁଛନ୍ତି ସରକାର':

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଗୃହରେ ଆଳୁ ସଙ୍କଟ ଏବଂ ଚଢ଼ା ଦରକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ପ୍ରମିଳା କହିଥିଲେ," ସରକାର ଏବେ ଆଳୁକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ମନ୍ତ୍ରୀ କାଲି କହିଲେ ମୁଁ 30 ଟଙ୍କାରେ ଆଳୁ କିଣିଛି, ସେ କେଉଁ ଦୋକାନରୁ କିଣିଲେ, ଆଜି 60 ଟଙ୍କା କିଲୋ ହୋଇଗଲା । ସରକାର କେବଳ ନାନାବାୟା କଥା କହୁଛନ୍ତି । କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ ।''

ପ୍ରମିଳା ଆହୁରି ମଧ୍ୟ କହିଥିଲେ," କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି । କଣ ଡବଲ ଇଞ୍ଜିନ ସରକାର ଟାଣି ପାରୁନାହିଁ । ଆପଣଙ୍କ ଡବଲ ଇଞ୍ଜିନ ସରକାର ହୋଇ କାହିଁକି ଇଞ୍ଜିନ ଟାଣିପାରୁନାହିଁ "। ସରକାର ଆଳୁ ପାଇଁ କାହାକୁ ଚିଠି ଲେଖିଛନ୍ତି ? ସ୍ପଷ୍ଟୀକରଣ ଦିଅନ୍ତୁ ସରକାର ? ଉତ୍ତର ପ୍ରଦେଶରୁ ଆଳୁରେ ୫୦ କେଜିରେ ୧୦ କେଜି ଆଳୁ ପଚା ବାହାରୁଛି, ଏଭଳି କହି କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

ଏହା ମଧ୍ୟ ପଢନ୍ତୁ-ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ ଆଳୁ, କଳାବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଏହା ମଧ୍ୟ ପଢନ୍ତୁ-‘ପଶ୍ଚିମବଙ୍ଗକୁ ମାଗିବୁନି ଆଳୁ, ୨ ବର୍ଷରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା’

ଶସ୍ତା ମନ୍ୟବ୍ୟରୁ କ୍ଷାନ୍ତ ରୁହନ୍ତୁ ମନ୍ତ୍ରୀ: କଂଗ୍ରେସ

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଆଳୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ । ସରକାର ଆସିବା ପରେ ଆଳୁ ସହ ଅନ୍ୟ ସବୁ ଦରଦାମ ମଧ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ଆଣିଛନ୍ତି ରାମଚନ୍ଦ୍ର କାଡ଼ାମ । ସେ କହିଛନ୍ତି," ଆଳୁ ଆସୁଛି, ଆସୁଛି ବୋଲି କହୁଛନ୍ତି କିନ୍ତୁ ଆଳୁ ଚାରିମାସ ହେଲା ଆଳୁ ଆସିପାରୁନାହିଁ । ଖାଉଟି ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଉଛନ୍ତି, ମନ୍ତ୍ରୀ ଏଥିରୁ କ୍ଷାନ୍ତ ରୁହନ୍ତୁ ।"

ନବୀନଙ୍କ ପାଇଁ ସମାଧାନ ହୋଇଥିଲା ଆଳୁ ସଙ୍କଟ: ଗୌତମ ବୁଦ୍ଧ

ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଆଳୁ ସଙ୍କଟ ଏବଂ ଦାମ ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ,''ଆଳୁ ଦର ବୃଦ୍ଧି ପାଇଛି । ଆଳୁ ଦର ବୃଦ୍ଧି ନେଇ ଲୋକେ କ୍ରୋଧିତ। ଆଉ କାହାଣୀ ଶୁଣାନ୍ତୁ ନାହିଁ। ଜୁଲାଇ ମାସରୁ ଆଳୁ ସଙ୍କଟ ରହିଛି । ଆଜି ପର୍ଯ୍ୟନ୍ତ ସମାଧାନ କରିପାରୁ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ କଥା ହୋଇଛନ୍ତି କି ନାହିଁ ସନ୍ଦେହ ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦିଦିଙ୍କୁ ଚିଠି ଲେଖିଥିଲେ ବୋଲି ସେତେବେଳେ ସମସ୍ୟା ସମାଧାନ ହୋଇଥିଲା । କିନ୍ତୁ ସରକାର ପଡୋଶୀ ରାଜ୍ୟସହିତ ସମ୍ପର୍କ ରଖିପାରୁନାହାନ୍ତି । "

ଆଳୁ ଦରକୁ ନେଇ ଅସନ୍ତୋଷ ଗ୍ରାହକ:

ବଜାରରେ ଆଳୁ ଦର ଆଜି ୪୫ ଟଙ୍କା । କିଛି ସ୍ଥାନରେ ୫୦ ଟଙ୍କା ପାର ମଧ୍ୟ କରିଛି ଆଳୁ ଦର । ଯାହାକୁ ନେଇ ଗ୍ରାହକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବାରେ ଲାଗିଛି । ଆଳୁ ଏପରି ଏକ ପରିବା, ଯାହା ପ୍ରତ୍ୟେକ ପରିବାର ପାଇଁ ଆବଶ୍ୟକ । ହେଲେ ଯେଉଁ ପରି ଭାବରେ ବେଙ୍ଗଲରୁ ଆଳୁ ଗାଡି ଆସିବା ବନ୍ଦ କରିବା ଓ ବଜାରରେ ଦର ଦାମ ଆକାଶ ଛୁଆଁ ରହିବା ତାକୁ ନେଇ ସରକାରଙ୍କୁ ଦାୟୀ କରିଛନ୍ତି ଖାଉଟି । ଆଗମୀ ଦିନରେ ଯଦି ଏପରି ସ୍ଥିତି ଲାଗି ରହେ ତେବେ ରୋଷେଇ ଘରୁ ଆଳୁ ଶୂନ୍ୟ ହୋଇଯିବ ବୋଲି କହିଛନ୍ତି ଗ୍ରାହକ ।

ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ଉତ୍ତର ପ୍ରଦେଶ ଆଳୁ ନିମ୍ନମାନର !

ସେହିପରି ଖୁଚୁରା ବ୍ୟବସାୟୀ ମଧ୍ୟ ଖାଉଟିଙ୍କ ପରି ନିଷ୍ପେସିତ ହେଉଛନ୍ତି । ବଜାରକୁ ଉତ୍ତର ପ୍ରଦେଶ ଆଳୁ ଆସିବା ପରେ ଲୋକମାନେ ଆଳୁ କିଣିବା ପାଇଁ ନାପସନ୍ଦ କରୁଛନ୍ତି । କାହିଁକି ନା ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ଉତ୍ତର ପ୍ରଦେଶ ଆଳୁ ନିମ୍ନମାନର ବୋଲି ଅଭିଯୋଗ ହେଉଛି । ତେଣୁ ବଙ୍ଗ ଆଳୁ ନ ଆସିବା ହେତୁ ଉଚ୍ଚା ଦରରେ ଆଳୁ ବିକ୍ରି ଯୋଗୁ ଖାଉଟି ଦୋକାନ ଆସୁ ନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଆଳୁ ଆସିଛି:

ରାଜ୍ୟରେ ଆଳୁ ସଙ୍କଟ ଉପରେ ସରକାର ହସ୍ତକ୍ଷେପ କରିବା ପରେ ଆଜି ଛତ୍ରବଜାରକୁ ଆସିଛି ଗୋଟିଏ ଉତ୍ତର ପ୍ରଦେଶ ଗାଡି । ସେହିପରି ବେଙ୍ଗଲରୁ ମଧ୍ୟ ଗଳାବାଟ ଦେଇ ୪ଟି ଆଳୁ ଗାଡି ଛତ୍ରବଜାରକୁ ଆସିଛି । କିନ୍ତୁ ସମୁଦ୍ରକୁ ଶଙ୍ଖେ ଭଳି ବଜାରରେ ଆଳୁ ଦର ଯଥା ପୂର୍ବ ତଥା ପର । ତେଣୁ ଯୋଗାଣ ବିଭାଗ ପକ୍ଷରୁ ଛତ୍ରବଜାରରେ ମାରାଥନ ଚଢ଼ାଉ ଜାରି ରହିଛି । ଯେଉଁ ଖୁଚୁରା ବ୍ୟବସାୟୀ ନିର୍ଦ୍ଧାରିତ ଦରଠୁ ଉଚ୍ଚରେ ବିକ୍ରି କରୁଛନ୍ତି ସେମାନଙ୍କୁ ତାଗିଦ୍‌ କରିବା ସହ ଫାଇନ କାଟିବା ନେଇ ଚେତାବନୀ ଦେଇଛନ୍ତି ଯୋଗାଣ ବିଭାଗ ଅଧିକାରୀ । ଅନ୍ୟପଟେ ଓଡିଶାରେ ଆଳୁ ଅମଳ ହେବା ପାଇଁ ଆଉ ଗୋଟିଏ ମାସ ବାକି ରହିଛି । ଏଭଳି ସ୍ଥିତିରେ ଉତ୍ତର ପ୍ରଦେଶରୁ ଯେଉଁ ଆଳୁ ଆସୁଛି ତାହା ଅଧିକାଂଶ ଖରାପ ରହୁଛି । ତେଣୁ ବେଙ୍ଗଲ ଆଳୁକୁ ଅପେକ୍ଷା କରିଛନ୍ତି ଲୋକେ । କିନ୍ତୁ ଅଧିକ ମାତ୍ରାରେ ଆଳୁ ଗାଡି ନ ଆସିଲେ ଦର ଦାମ ସ୍ୱଭାବିକ ହେବା ଉପରେ ମଧ୍ୟ ପ୍ରଶ୍ନ ଉଠିବା ସ୍ୱଭାବିକ । ପାଞ୍ଚ ମାସ ପୂର୍ବରୁ ରାଜ୍ୟରେ ଆସିଥିଲା ଆଳୁ ସଙ୍କଟ । ଯାହାର ସଫଳ ମୁକାବିଲା କରିଥିଲେ ରାଜ୍ୟ ସରକାର । ହେଲେ ବର୍ତ୍ତମାନ ସ୍ଥିତିରେ କେବେ ସୁଧାର ଆସିବ ସେନେଇ ଅପେକ୍ଷା ।

ଇଟିଭି ଭାରତ, କଟକ/ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.