ETV Bharat / state

ଓଡ଼ିଶାରେ ଆହୁରି ୩ ଦିନ ବର୍ଷା, ୨୪ ଘଣ୍ଟାରେ ୧୩ ଜିଲ୍ଲାକୁ ଆଲର୍ଟ - IMD ODISHA WEATHER LATEST UPDATE

ଓଡ଼ିଶାରେ ଲାଗି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଏଭଳି ପାଗ ଆହୁରି ୩ ଦିନ ଯାଏଁ ଲାଗି ରହିବ । ଏସବୁ ଜିଲ୍ଲାରେ ହେବ ବର୍ଷା ।

IMD ODISHA WEATHER LATEST UPDATE
IMD ODISHA WEATHER LATEST UPDATE (ETV Bharat Odisha)
author img

By ETV Bharat Odisha Team

Published : Dec 2, 2024, 5:33 PM IST

ଭୁବନେଶ୍ବର: କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଫେଙ୍ଗାଲ (ଫେଞ୍ଜାଲ) । ବର୍ତ୍ତମାନ ତାମିଲନାଡୁ, କେରଳ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସେହିପରି ଓଡ଼ିଶାରେ ପାଗ ମେଘୁଆ ରହିବା ସହ ଅନେକ ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଏଭଳି ପାଗ ଆହୁରି ୩ ଦିନ ଅର୍ଥାତ ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଓଡ଼ିଶାରେ ଆଗାମୀ ୨୪ ଘଣ୍ଟାରେ ୧୩ ଜିଲ୍ଲା, ଆସନ୍ତାକାଲି ୮ ଜିଲ୍ଲା, ୪ ତାରିଖରେ ୭ ଜିଲ୍ଲା ଓ ୫ ତାରିଖରେ ୪ ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଏସବୁ ଜିଲ୍ଲାରେ ବର୍ଷା:

ଭୁୂବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟେରେ ୧୩ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ସେସବୁ ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ।

IMD ODISHA WEATHER LATEST UPDATE (ETV Bharat Odisha)

୨୪ ଘଣ୍ଟାରେ ୧୩ ଜିଲ୍ଲାରେ ବର୍ଷା

  • ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼

ଡିସେମ୍ବର ୩, ୪ ଓ ୫ ତାରିଖରେ କେଉଁ ଜିଲ୍ଲାରେ ବର୍ଷା ?

ଆସନ୍ତାକାଲି ମଧ୍ୟ ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ । ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ରହିବ । ସେହିପରି ୪ ତାରିଖରେ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ଲାଗି ରହିପାରେ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ନବରଙ୍ଗପୁର, କୋରାପୁଟ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ ମାଲକାନଗିର । ୫ ତାରିଖ ବେଳକୁ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବ । ୫ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଉଛି ବାତ୍ୟା ଫେଙ୍ଗାଲ, ଆଗାମୀ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ସୁଦୃଶ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଝିପିଝିପି ବର୍ଷା, କେରଳରେ ରେଡ ଆଲର୍ଟ

ଏହି ଜାଗାରେ ସର୍ବାଧିକ ବର୍ଷା:

ଆଗାମୀ ୪ରୁ ୫ ଦିନ ପାଇଁ ଓଡ଼ିଶାରେ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଶୀତ ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଏହାସହ କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ପାତ୍ରପୁରରେ ସର୍ବାଧିକ ବର୍ଷା ୪୨.୪ ମିମି ରେକର୍ଡ ହୋଇଛି । ୨୪ ଜିଲ୍ଲାରେ ହାରାହାରି ୧.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୦.୫ ଡିଗ୍ରୀ ଓ ନୟାଗଡ଼ ସର୍ବନିମ୍ନ ୧୪.୦ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୨୦.୬ ଓ କଟକରେ ୧୯.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ -

ଲ୍ୟାଣ୍ଡଫଲ କଲା ବାତ୍ୟା 'ଫେଙ୍ଗାଲ', ଓଡ଼ିଶାରେ ଡିସେମ୍ବର ୩ ଯାଏଁ ବର୍ଷା

ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.