ହାଇଦ୍ରାବାଦ: ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଗଷ୍ଟ 8 ରେ ଉଭୟ ନିର୍ବନ୍ଧର ଫଟୋ ସେୟାର କରି ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ । ବର୍ତ୍ତମାନ ନାଗା ଏବଂ ଶୋଭିତା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ନିର୍ବନ୍ଧ ହେବା ପର ଠାରୁ ଫ୍ୟାନ୍ସ ଏହି କପଲଙ୍କ ବିବାହକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନାଗା ଏବଂ ଶୋଭିତାଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି ।
ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ କେବେ?
ରିପୋର୍ଟ ଅନୁସାରେ, ତେବେ ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ଚଳିତ ବର୍ଷ ହେବ । ନାଗା ଏବଂ ଶୋଭିତାଙ୍କ ବିବାହ 4 ଡିସେମ୍ବର 2024 ରେ ହେବାକୁ ଯାଉଛି । କୁହାଯାଉଛି ଯେ ନାଗା ଏବଂ ଶୋଭିତାଙ୍କ ବିବାହରେ ପରିବାର, ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ଯୋଗଦେବେ । କହିରଖୁଛୁ କି, ନିକଟରେ ନାଗାର୍ଜୁନଙ୍କ ବାପା ଅକ୍କିନେନି ନାଗେଶ୍ୱରା ରାଓଙ୍କୁ ସ୍ମରଣ କରାଯାଇଥିଲା ଏବଂ ସାଉଥ ସୁପରଷ୍ଟାର ମଧ୍ୟ ଏକ ମହାନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏଠାରେ ନାଗାର୍ଜୁନ ତାଙ୍କ ବୋହୂ ଶୋଭିତାଙ୍କୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ପରିଚିତ କରାଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।