ହାଇଦ୍ରାବାଦ:ବି-ଟାଉନର ଷ୍ଟାର ଦମ୍ପତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ । ଗଣେଶ ଚତୁର୍ଥୀ ଅବସରରେ ଏହି ଦମ୍ପତିଙ୍କ ଘରକୁ ଲକ୍ଷ୍ମୀ ଆସିଥିଲେ । ସେପ୍ଟେମ୍ୱର 8ରେ ଦୀପିକା ବେବି ଗାର୍ଲକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଏହି ଦମ୍ପତି ଝିଅ ଜନ୍ମର ଦେଢ ମାସ ପରେ ଅର୍ଥାତ୍ ଦିୱାଲି ଅବସରରେ (ନଭେମ୍ୱର 1)ରେ ଝିଅର ପ୍ରଥମ ଝଲକ ଦେଖାଇଛନ୍ତି ଏବଂ ଝିଅର ନାଁ ର ମଧ୍ୟ ଖୁଲାସା କରିଛନ୍ତି ।
ବେବିର ପ୍ରଥମ ଝଲକ ଦେଖାଇଲେ ଦୀପିକା-ରଣଭୀର
ଦୀପିକା ପାଦୁକୋନ ଏବଂ ରଣଭୀର ସିଂ 31 ଅକ୍ଟୋବର 2024 ରେ ନିଜ ଝିଅ ସହ ପ୍ରଥମ ଦିୱାଲୀ ପାଳନ କରିଛନ୍ତି । 1 ନଭେମ୍ବରରେ ଅଭିନେତ୍ରୀ ତାଙ୍କ ରାଜକୁମାରୀଙ୍କ ପ୍ରଥମ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଦମ୍ପତିଙ୍କ ଛୋଟ ରାଜକୁମାରୀ ଫଟୋରେ ପାରମ୍ପାରିକ ଲୁକରେ ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଦେଢ ମାସର ଶିଶୁ କନ୍ୟା ଲାଲ୍ ସାଲୱାର୍ ସୁଟ୍ ପିନ୍ଧିଥିବାର ଜଣାପଡିଛି । ଫଟୋରେ ଦୀପିକା ତାଙ୍କ ଝିଅର ଚେହେରା ଦେଖାଇ ନାହାଁନ୍ତି । ଏଥିରେ କେବଳ ତାଙ୍କର ସୁନ୍ଦର ପାଦ ଦେଖିବାକୁ ମିଳିଛି ।
ଏହି ନାଁ ରଖିଲେ ଦୀପଭୀର
ଦୀପିକା ଏବଂ ରଣଭୀର ତାଙ୍କ ଝିଅର ନାଁ ରଖିଛନ୍ତି ଦୁଆ ପାଦୁକୋନ ସିଂ । ଏଥିସହ ସେ ଏହାର ଅର୍ଥ ମଧ୍ୟ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଦୀପିକା ଏବଂ ରଣଭୀର କ୍ୟାପସନରେ ଲେଖିଛନ୍ତି, 'ଦୁଆ ପାଦୁକୋନ ସିଂ । ‘ଦୁଆ’: ଯାହାର ଅର୍ଥ ହେଉଛି ପ୍ରାର୍ଥନା । ସେ ଆମର ପ୍ରାର୍ଥନାର ଉତ୍ତର । ଆମର ହୃଦୟ ପ୍ରେମ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ ।' ଏହି ଫଟୋ ସେୟାର ହେବା ମାତ୍ରେ ସେଲିବ୍ରିଟି ସମେତ ଫ୍ୟାନ୍ସ ଦମ୍ପତି ଶୁଭେଚ୍ଛା ଜଣାଇବା ସହ ବେବି ନାଁ ଶୁଣି ଖୁସିବ୍ୟକ୍ତ କରିଛନ୍ତି । ଆଲିଆ ଭଟ୍ଟ ଠାରୁ ଭୂମି ପେଡନକର ଯାଏଁ ସମସ୍ତ ତାରକା ଏବଂ ଫ୍ୟାନ୍ସ ଲାଲ ହାର୍ଟ ଇମୋଜି ଦେବା ସହ ପ୍ରଶଂସା କରିଛନ୍ତି ।