ଓଡିଶା

odisha

ETV Bharat / entertainment

ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ', ଏହି କାଟାଗୋରୀରେ ମନୋନୀତ - Laapataa Ladies in Oscar 2025 - LAAPATAA LADIES IN OSCAR 2025

Laapataa Ladies in Oscar 2025: ଓସ୍କାର ଆୱାର୍ଡ 2025 ରେସରେ କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ'ର ଏଣ୍ଟ୍ରି । ଏହି ଫିଲ୍ମଟି ଶ୍ରେଷ୍ଠ ବିଦେଶୀ ଭାଷା (Best Foreign Film) ବର୍ଗ ପାଇଁ ମନୋନୀତ ହୋଇଛି । ଅଧିକ ପଢନ୍ତୁ,

ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ', ଏହି କାଟାଗୋରୀରେ ମନୋନୀତ
ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ', ଏହି କାଟାଗୋରୀରେ ମନୋନୀତ (ETV Bharat Odisha)

By ETV Bharat Entertainment Team

Published : Sep 23, 2024, 1:31 PM IST

ହାଇଦ୍ରାବାଦ: ପୁରା ହେଲା କିରଣ ରାଓଙ୍କ ସ୍ୱପ୍ନ । ଓସ୍କାର ଆୱାର୍ଡ 2025 ରେ ଏଣ୍ଟ୍ରି କଲା ତାଙ୍କ ଫିଲ୍ମ 'ଲାପତା ଲେଡିଜ' । ଶ୍ରେଷ୍ଠ ବିଦେଶୀ ଚଳଚ୍ଚିତ୍ର ବର୍ଗ ପାଇଁ ଏହା ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନେ ଏକାଡେମୀ ପୁରସ୍କାରରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ନେଇ ଘୋଷଣା କରିଛନ୍ତି । 'ଲାପତା ଲେଡିଜ' ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ପ୍ରଶଂସା ପାଇବା ସହ ଅନେକ ପୁରସ୍କାର ହାସଲ କରିଛି । ବର୍ତ୍ତମାନ ଏହା ଓସ୍କାର 2025 ରେ ଅଫିସିଆଲ୍ ଏଣ୍ଟ୍ରି କରିଛି । କହିରଖୁଛୁ କି, ଆମୀର ଖାନଙ୍କ ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମକୁ ତାଙ୍କ ପୂର୍ବ ପତ୍ନୀ କିରଣ ରାଓ ନିର୍ଦ୍ଦେଶନା ଦେଇଛନ୍ତି ।

ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ'

ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ମାର୍ଚ୍ଚ 1ରେ ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକମାନେ ଏହାକୁ ଖୁବ୍ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ନିତାଂଶି ଗୋୟଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ଛାୟା କଦମ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଏକ କମେଡି-ଡ୍ରାମା ଚଳଚ୍ଚିତ୍ର ଯେଉଁଥିରେ ଗ୍ରାମାଞ୍ଚଳର କାହାଣୀ ପ୍ରଦର୍ଶିତ ହୋଇଛି, ଯାହା ଅତ୍ୟନ୍ତ ମଜାଳିଆ ଅଟେ । ନିକଟରେ ଫିଲ୍ମକୁ ନେଇ କିରଣ ରାଓ କହିଥିଲେ ଯେ ଲାପତା ଲେଡିଜ୍ ଓସ୍କାର ଯିବା ତାଙ୍କ ସ୍ୱପ୍ନ ପୁରା ହେବ । ତେବେ ବର୍ତ୍ତମାନ ଫିଲ୍ମ ଓସ୍କାରରେ ଏଣ୍ଟ୍ରି ହୋଇଥିବା ଘୋଷଣା ହୋଇଛି ।

ଏହା ମଧ୍ୟ ପଢନ୍ତୁ:କିରଣ ରାଓଙ୍କ ଖୁଲାସା, 'ଲାପତା ଲେଡିଜ' ପାଇଁ ଅଡିସନ ଦେଇ ରିଜେକ୍ଟ ହୋଇଥିଲେ ଆମୀର

ଏହି ଫିଲ୍ମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଶଂସିତ

ରିଲିଜ୍ ପୂର୍ବରୁ 2023 ମସିହାରେ 'ଲାପତା ଲେଡିଜ' ଟରୋଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ (TIFF) ପ୍ରଦର୍ଶିତ ହୋଇଥିଲା । ଫିଲ୍ମ ଦେଖି ଉପସ୍ଥିତ ଦର୍ଶକଙ୍କ ଠାରୁ ଏହା ଷ୍ଟାଣ୍ଡିଂ ଅଡିସନ ପାଇଥିଲା । ରିପୋର୍ଟ ଅନୁସାରେ, 5 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ 21କୋଟିରୁ ଅଧିକ ଆୟ କରିଥିଲା । କିନ୍ତୁ ଫିଲ୍ମ ଲୋକଙ୍କୁ ମନୋରଞ୍ଜ କରିବାରେ ସଫଳ ହୋଇଥିଲା ଏବଂ ପ୍ରଶଂସା ସାଉଁଟିଥିଲା ।ବର୍ତ୍ତମାନ ଏହା ଓସ୍କାରରେ ଜଲୱା ଦେଖାଇବାକୁ ପ୍ରସ୍ତୁତ । ସୂଚନା ଥାଉ କି, ମାର୍ଚ୍ଚ ୨, ୨୦୨୫ (ରବିବାର)ରେ ୯୭ତମ ଓସ୍କାର ଅନୁଷ୍ଠିତ ହେବ, ଯାହା ମାର୍ଚ୍ଚ ୩ ସକାଳ ସମୟରେ ଭାରତରେ ପ୍ରସାରଣ କରାଯିବ ।

ଏହା ମଧ୍ୟ ପଢନ୍ତୁ:୯୭ତମ ଓସ୍କାର ପୁରସ୍କାରର ପ୍ରସ୍ତୁତି ଆରମ୍ଭ, ଏହି ଦିନ ହେବ ଆୟୋଜନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details