ହାଇଦ୍ରାବାଦ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ସାଉଥ ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ । ଦୀର୍ଘ ଦିନ ଧରି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୀର୍ତ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ସମ୍ପର୍କକୁ ଅଫିସିଆଲ ଘୋଷଣା କରିଛନ୍ତି । କିର୍ତ୍ତୀ ସୁରେଶ ଦୀର୍ଘ ଦିନର ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆଣ୍ଟୋନି ଥାଟିଲଙ୍କ ସହ ଇନଷ୍ଟାଗ୍ରାମରେ ସେମାନଙ୍କର ପ୍ରଥମ ଫଟୋ ସେୟାର କରି ସମ୍ପର୍କକୁ ନିଶ୍ଚିତ କରିଛନ୍ତି । 15 ବର୍ଷ ଧରି ଉଭୟଡେଟିଂ କରୁଥିବା ବେଳେ ନିଜର ସମ୍ପର୍କ ନିଶ୍ଚିନ୍ତ କରିଛନ୍ତି । ଏହି ଘୋଷଣା ପରେ କପଲଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।
ଆଣ୍ଟୋନି ଥାଟିଲଙ୍କ ସହ ସମ୍ପର୍କରେ ଲଗାଇଲେ ମୋହର
ଇନଷ୍ଟାଗ୍ରାମରେ ଆଣ୍ଟୋନିଙ୍କ ସହ ତାଙ୍କର ସମ୍ପର୍କକୁ ସାର୍ବଜନୀନ କରି କୀର୍ତ୍ତି ଲେଖିଛନ୍ତି: "15 ବର୍ଷ ଏବଂ ଗଣନା, ଏହା ସର୍ବଦା ହୋଇଆସୁଛି । AntoNY x KEerthy (Iykyk) । ନଜର ଇମୋଜି ଏବଂ ଲାଲ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ସେୟାର ହୋଇଥିବା ଏହି ଫଟୋରେ ଦିୱାଲୀ ସମୟରେ କ୍ଲିକ୍ ହୋଇଥିବା ଜଣାପଡିଛି । ଏଥିରେ ଆଣ୍ଟୋନି ଫାୟାରକ୍ରାକ ଧରିଥିବାବେଳେ କିର୍ତ୍ତୀ ତାଙ୍କ କାନ୍ଧରେ ହାତ ରଖି ଛିଡା ହୋଇଥିବା ନଜର ଆସିଛନ୍ତି । ଦୁହେଁ ଆକାଶକୁ ଚାହିଁ ରହିଛନ୍ତି । ଏହି ଘୋଷଣା ହେବା ମାତ୍ରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଉଛନ୍ତି ।
ଆଣ୍ଟୋନି ଥାଟିଲ୍ କିଏ?