ଓଡିଶା

odisha

ETV Bharat / entertainment

ଜୀବନ ହାରିଲେ କନ୍ନଡ଼ ନିର୍ଦ୍ଦେଶକ ଗୁରୁପ୍ରସାଦ, ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ - KANNADA DIRECTOR GURUPRASAD DEATH

ଜଣାଶୁଣା କନ୍ନଡ ନିର୍ଦ୍ଦେଶକ ଗୁରୁପ୍ରସାଦଙ୍କ ଦେହାନ୍ତ ହୋଇଛି । ବେଙ୍ଗାଲୁର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

kannada director guruprasad death
kannada director guruprasad death (Photo: ETV Bharat)

By ETV Bharat Entertainment Team

Published : Nov 4, 2024, 10:01 AM IST

ହାଇଦ୍ରାବାଦ:ସାଉଥ ଇଣ୍ଡଷ୍ଟ୍ରିକୁ ଝଟକା । ଆଉ ନାହାନ୍ତି ଜଣାଶୁଣା କନ୍ନଡ ନିର୍ଦ୍ଦେଶକ ଗୁରୁପ୍ରସାଦ । ବେଙ୍ଗାଲୁର ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ସେ ଜୀବନ ହାରିଛନ୍ତି । ତାଙ୍କ ଆପାର୍ଟମେଣ୍ଟରୁ ପ୍ରବଳ ଗନ୍ଧ ଆସୁଥିବା ପଡ଼ୋଶୀମାନେ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଅନୁସନ୍ଧାନ ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ହୋଇଥିଲା । ତେବେ ତାଙ୍କ ଦେହାନ୍ତରେ ପରିବାର, ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ନିର୍ଦ୍ଦେଶକ ଗୁରୁପ୍ରସାଦ ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ଖବର ଅନୁଯାୟୀ, ମଦନାୟକନହଲ୍ଲୀ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପଡୋଶୀମାନେ ଫିଲ୍ମ ନିର୍ମାତାଙ୍କ ଘରୁ ଏକ ଦୁର୍ଗନ୍ଧ ବାହାରୁଥିବା ପୋଲିସକୁ ସୂଚନା ଦେଇଥିଲେ । ଫ୍ଲାଟ ଭିତରକୁ ଯିବାବେଳେ ଅଧିକାରୀମାନେ ଗୁରୁପ୍ରସାଦଙ୍କ ମୃତଦେହ ଉଦ୍ଧାର କରିଥିଲେ । ଯାହା ପରେ ସେ ଜୀବନ ହାରିଥିବା ସହ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ରିପୋର୍ଟ ଅନୁସାରେ, ଗୁରୁପ୍ରସାଦ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଏଥିସହ ନିର୍ଦ୍ଦେଶକ ନିକଟରେ ପୁନଃ ବିବାହ ମଧ୍ୟ କରିଥିଲେ । ତେବେ ବ୍ୟକ୍ତିଗତ ଏବଂ ଆର୍ଥିକ ସଙ୍କଟ ପାଇଁ ସେ ଡିପ୍ରେସନରେ ରହିଥିଲେ । ଯେଉଁଥିପାଇଁ ସେ ଏଭଳି ଚରମ ନିଷ୍ପତି ନେଇଥିବା କୁହାଯାଉଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ଫୋରେନସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁପ୍ରସାଦଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବାବେଳେ ମାମଲାର ତଦନ୍ତ ମଧ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:'କଙ୍ଗୁୱା' ରିଲିଜ ପୂର୍ବରୁ ଏଡିଟର୍ ନିଶାଦ ୟୁସୁଫଙ୍କ ସନ୍ଦେହଜନକ ମୃତ୍ୟୁ, ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ଗୁରୁପ୍ରସାଦଙ୍କ ଫିଲ୍ମ

ନିର୍ଦ୍ଦେଶକ ହେବା ବ୍ୟତୀତ ଗୁରୁପ୍ରସାଦ ଜଣେ ଅଭିନେତା ମଧ୍ୟ ରହିଛନ୍ତି । 2006 ମସିହାରେ ସେ 'ମାତା' ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିଟ୍ ହୋଇଥିଲା, ଯାହା ପରେ ସେ ସାଉଥରେ ଲୋକପ୍ରିୟତା ହାସଲ କରିଥିଲେ । ପରେ 2009 ମସିହାରେ ସେ 'ଏଡେଲୁ ମଞ୍ଜୁନାଥା' ତିଆରି କରିଥିଲେ, ଏହି ସଫଳତା ପରେ ସେ କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରୁ ଶ୍ରେଷ୍ଠ ସ୍କ୍ରିନ୍ ସ୍କ୍ରିପ୍ ପୁରସ୍କାର ପାଇଥିଲେ । ଗୁରୁପ୍ରସାଦ ଡାଇରେକ୍ଟର ସ୍ପେଶାଲ୍, ଏରାଡେନ୍ ସାଲା ଏବଂ ରଙ୍ଗନାୟାକା ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେ ମାତା, ଏଡେଲୁ ମଞ୍ଜୁନାଥ, କାଲ ମଞ୍ଜା, ହୁଡୁଗୁରୁ, ଡାଇରେକ୍ଟର ସ୍ପେଶାଲ, ୱିଷ୍ଟଲ, ଜିଗର୍ଥାଣ୍ଡା, କୁଶକା, ବଡି ଭଗବାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ସୁପର ରେଙ୍ଗା ଏବଂ ହୁଡୁଗୁରୁ ପାଇଁ ସଂଳାପ ମଧ୍ୟ ଲେଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details