ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପାଇଁ ବଢିବାରେ ଲାଗିଛି ଅଡୁଆ । ଅଭିନେତ୍ରୀଙ୍କୁ ମିଳିଛି ହତ୍ୟା ଧମକ । ସୂଚନା ଅନୁସାରେ, ସାଂସଦ ହେବା ପରେ ଅଭିନେତ୍ରୀ ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି' ସହ ପରଦାକୁ ଫେରୁଥିବା ବେଳେ ଫିଲ୍ମ ରିଲିଜ ନ ହେଉଣୁ ବିବାଦରେ ଫସିଛନ୍ତି କଙ୍ଗନା । ଏହି ଫିଲ୍ମକୁ ନେଇ ଜୋରଦାର ବିରୋଧ କରାଯାଉଥିବା ବେଳେ ଏବେ ଫିଲ୍ମ ପାଇଁ ଅଭିନେତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ହିଂସା ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ସେମାନେ କଙ୍ଗନାଙ୍କୁ ହତ୍ୟା ଧମକ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଆକ୍ସନ ନେଇଛନ୍ତି କଙ୍ଗନା ।
କଙ୍ଗନାଙ୍କୁ ହତ୍ୟା ଧମକ
ଏହି ଭିଡିଓ X (ପୂର୍ବରୁ ଟ୍ୱିଟର) ରେ ଭାଇରାଲ ହେଉଛି । ଏହି ଭିଡିଓରେ କିଛି ଯୁବକ କଙ୍ଗନାଙ୍କୁ ଚପଲରେ ପିଟିବା ସହ ତାଙ୍କ ମୁଣ୍ଡ କାଟିଦେବାକୁ ଧମକ ଦେଉଥିବାର ନଜର ଆସିଛନ୍ତି । ଭିଡିଓରେ, ସେମାନେ କହୁଛନ୍ତି, ''ଯଦି ଆପଣ ଏମରଜେନ୍ସି ଚଳଚ୍ଚିତ୍ର ରିଲିଜ କରନ୍ତି, ତେବେ ଆପଣଙ୍କୁ ସର୍ଦ୍ଦାରମାନେ ଚପଲରେ ପିଟିବେ । ଚାପୁଡା ବି ଖାଇବେ । ମୋ ଦେଶ ଉପରେ ମୋର ବିଶ୍ୱାସ ଅଛି ଯେ ମୁଁ ଜଣେ ଗର୍ବିତ ଭାରତୀୟ ଏବଂ ଯଦି ମୁଁ ତୁମକୁ କୌଣସି ସ୍ଥାନରେ ଦେଖେ, ବିଶେଷ କରି ମହାରାଷ୍ଟ୍ରରେ, ଆମେ ଆମର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ମୁସଲମାନ ଭାଇମାନଙ୍କ ସହ ଆପଣଙ୍କୁ ଏକ ଚପଲରେ ରେ ସ୍ୱାଗତ କରିବୁ ।''
ଭିଡିଓ ଶେଷରେ ଆଉ ଜଣେ ବ୍ୟକ୍ତି ଧମକ ଦେଇ କହୁଛନ୍ତି, ''ଇତିହାସ ପରିବର୍ତ୍ତନ ହୋଇପାରିବ ନାହିଁ । ଯଦି ଫିଲ୍ମରେ ଶିଖମାନଙ୍କୁ ଆତଙ୍କବାଦୀ ରୂପରେ ଦର୍ଶାଯାଇଛି, ତେବେ ମନେ ରଖନ୍ତୁ ଆପଣ ଯେଉଁ ବ୍ୟକ୍ତି(ସ୍ୱର୍ଗତ ଇନ୍ଦିରା ଗାନ୍ଧୀ)ଙ୍କ ଚିତ୍ରଣ କରୁଛନ୍ତି । ତାଙ୍କ ସହ କଣ ହୋଇଥିଲା । ଭୁଲନ୍ତୁ ନାହିଁ ସତୱନ୍ତ ସିଂହ ଏବଂ ବେୱନ୍ତ ସିଂହ କିଏ ଥିଲେ । ଯଦି ଆମେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ତେବେ ଆମେ ଜୀବନ ନେବାକୁ ବି ପଛାଇବୁ ନାହିଁ । ସୂଚନା ଥାଉ କି, 'ଏମରଜେନ୍ସି' ଫିଲ୍ମରେ କଙ୍ଗନା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି।
ଧମକ ପରେ ଆକ୍ସନ ମୋଡରେ କଙ୍ଗନା
ଏହି ଧମକ ଭିଡିଓ ସେୟାର କରି କଙ୍ଗନା ଡିଜିପି ମହାରାଷ୍ଟ୍ର, ହିମାଚଳ ପୋଲିସ ଏବଂ ପଞ୍ଜାବ ପୋଲିସକୁ ଟ୍ୟାଗ କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ''ଦୟାକରି ଏହି ପ୍ରସଙ୍ଗରେ ଦୃଷ୍ଟି ଦିଅନ୍ତୁ ।
ପୂର୍ବରୁ 'ଏମରଜେନ୍ସି' ଫିଲ୍ମକୁ ବିରୋଧ