ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ 'କଲ୍କି' ଜଲୱା, ୧୬ ଦିନରେ ୧୦୦୦ କୋଟି କ୍ଲବରେ ସାମିଲ - Kalki 2898 AD Box Office Collection - KALKI 2898 AD BOX OFFICE COLLECTION

Kalki 2898 AD Box Office Collection Day 16: ବକ୍ସ ଅଫିସରେ 'କଲ୍କି ୨୮୯୮AD' ଧୂଆଁଧାର ପ୍ରଦର୍ଶନ କରିଛି । ଲୋକଙ୍କୁ ଏହି ଫିଲ୍ମ ବେଶ ଆକୃଷ୍ଟ କରିଛି । ଫିଲ୍ମ ୧୬ ଦିନ ମଧ୍ୟରେ ବିଶ୍ୱରେ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ 'କଲ୍କି' ଜଲୱା, ୧୬ ଦିନରେ ବିଶ୍ୱରେ ୧୦୦୦ କୋଟି କ୍ଲବରେ ହେଲା ସାମିଲ
ବକ୍ସ ଅଫିସରେ 'କଲ୍କି' ଜଲୱା, ୧୬ ଦିନରେ ବିଶ୍ୱରେ ୧୦୦୦ କୋଟି କ୍ଲବରେ ହେଲା ସାମିଲ (ETV Bharat Odisha)

By ETV Bharat Odisha Team

Published : Jul 14, 2024, 1:22 PM IST

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି ସାଉଥ ସୁପରଷ୍ଟାରପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'କଲ୍କି 2898 AD' । ଫିଲ୍ମ ରିଲିଜ ହେବା ଦିନ ଠାରୁ ଭଲ ପ୍ରଦର୍ଶନ କରୁଛି । ଯାହାଫଳରେ ଥିଏଟରକୁ ଛୁଟୁଛି ଦର୍ଶକଙ୍କ ସୁଅ । ପ୍ରଥମ ଦିନରୁ ଫିଲ୍ମ ବମ୍ପର କଲେକ୍ସନ କରିଥିବା ବେଳେ ୧୬ ଦିନ ପରେ ବି ଫିଲ୍ମର କମିନି କ୍ରେଜ । ଏହିପରି ଫିଲ୍ମ ଏବେ ସାରା ବିଶ୍ୱରେ ୧୦୦୦ କୋଟି ପାର୍ କରି ରେକର୍ଡ ସୃଷ୍ଟି କରିଛି । ଏନେଇ ନିର୍ମାତା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

'କଲ୍କି' ବିଶ୍ୱ ବକ୍ସ ଅଫିସ କଲେକ୍ସନ

ଫିଲ୍ମରେ ପ୍ରଭାସଙ୍କ ଅଭିନୟ ଏବଂ ଅମିତାଭ ବଚ୍ଚନଙ୍କ 'ଅଶ୍ୱତ୍ଥାମା' ଚରିତ୍ର ଲୋକଙ୍କ ବେଶ ଆକୃଷ୍ଟ କରିଛି । ଏହା ବ୍ୟତୀତ ଦୀପିକା ପାଦୁକୋନଙ୍କ ଗର୍ଭାବସ୍ଥାରେ ଅଭିନୟ ମଧ୍ୟ ଲୋକଙ୍କ ହୃଦୟ ଜିତିଛି । ଏହିପରି ସାରା ବିଶ୍ୱରେ ଫିଲ୍ମ ତେଲୁଗୁ, ତାମିଲ, ହିନ୍ଦୀ, ମଲାୟାଲମ, କନ୍ନଡ ଭାଷାରେ ରିଲିଜ ହୋଇଥିବାବେଳେ ପରଦାରେ ରାଜ୍ କରିଛି ଫିଲ୍ମ । ତେବେ ରିଲିଜର ୧୬ ଦିନ ମଧ୍ୟରେ ବିଶ୍ୱ ବକ୍ସ ଅଫିସରେ ୧୦୦୦ କୋଟି ପାର୍ କରି ସଫଳତା ହାସଲ କରିଛି ।

'କଲ୍କି' ଭାରତୀୟ ବକ୍ସ ଅଫିସ କଲେକ୍ସନ

ସାକ୍ନିଲ୍କଙ୍କ ଅନୁଯାୟୀ, 'କଲ୍କି 2898 AD' ୧୬ତମ ଦିନରେ ଭାରତୀୟ ବକ୍ସ ଅଫିସରେ ୫.୨ କୋଟି ଟଙ୍କା ଆୟ କରିଛି । ଏହାସହ 'କଲ୍କି 2898 AD' ଚଳଚ୍ଚିତ୍ରର ମୋଟ ଭାରତୀୟ ବକ୍ସ ଅଫିସରେ ୫୪୮ କୋଟିରେ ପହଞ୍ଚିଛି । ଶନିବାର ଦିନ ଏହି ଫିଲ୍ମ ୫୫୦ କୋଟି ଟଙ୍କା ମାର୍କ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏଥିସହ ଫିଲ୍ମ ଖୁବଶୀଘ୍ର ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ରେକର୍ଡ ଭାଙ୍ଗିବ । କାରଣ 'ଆନିମଲ' ମୋଟ ୫୫୩ କୋଟି ଘରୋଇ କଲେକ୍ସନ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାବାସୀଙ୍କୁ ମୁର୍ଖ କହିଦେଲେ ମୁକେଶ ! ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ

'କଲ୍କି 2898 AD' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details