ଓଡିଶା

odisha

ETV Bharat / entertainment

ଛୁରାମାଡ଼ ମାମଲାରେ ସାମ୍ନାକୁ ଆସିଲା ସତ ! ସୈଫଙ୍କ ବୟାନ ରେକର୍ଡ କଲା ପୋଲିସ - SAIF ALI KHAN STATEMENT ON ATTACK

ଜାନୁଆରୀ ୧୬ରେ ହୋଇଥିବା ଛୁରାମାଡ଼ ମାମଲାରେ ସୈଫ ଅଲି ଖାନଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ । ସେ କ'ଣ କହିଛନ୍ତି ? ଜାଣନ୍ତୁ,

SAIF ALI KHAN STATEMENT ON ATTACK
SAIF ALI KHAN STATEMENT ON ATTACK (ANI)

By ETV Bharat Entertainment Team

Published : Jan 24, 2025, 1:08 PM IST

ହାଇଦ୍ରାବାଦ:ସୈଫ ଅଲି ଖାନଙ୍କୁ ଛୁରାମାଡ଼ ମାମଲା । ମୁମ୍ବାଇ ପୋଲିସ ବଲିଉଡ ଅଭିନେତା ସୈଫଙ୍କ ବୟାନ ରେକର୍ଡ କରିଛି । ଗତ ସପ୍ତାହ ଜାନୁଆରୀ ୧୬ ତାରିଖରେ ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ଜଣେ ବାଂଲାଦେଶୀ ନାଗରିକଙ୍କ ଦ୍ୱାରା ହୋଇଥିବା ଛୁରାମାଡ଼ର ଶିକାର ହୋଇଥିଲେ । ଯାହା ପରେ ସେ ଲୀଲାବତୀ ହସ୍ପିଟାଲରେ 5 ଦିନ ଧରି ଚିକିତ୍ସାଧୀନ ରହିଥିଲେ୍ । ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗୁରୁବାର ଦିନ ସୈଫ ମୁମ୍ୱାଇ ପୋଲିସକୁ ବୟାନ ଦେଇଛନ୍ତି । ସେଦିନ ରାତିରେ କ'ଣ ଘଟିଥିଲା ତାହା ପ୍ରକାଶ କରିଛନ୍ତି । ଆଜି (ଶୁକ୍ରବାର) ଦିନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ସୈଫଙ୍କ ବୟାନ ରେକର୍ଡ କଲା ପୋଲିସ

ପୋଲିସ କମିଶନର ସତ୍ୟନାରାୟଣ ଚୌଧୁରୀଙ୍କ ଅନୁଯାୟୀ, ଗୁରୁବାର ଅଭିନେତା ସୈଫ ଅଲି ଖାନଙ୍କ ତାଙ୍କ ବାସଭବନ 'ସତଗୁରୁ ଶରଣ'ରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା । ଆଇଏଏନଏସ ଅନୁସାରେ, ସୈଫ ଘଟଣାଟି ମନେ ପକାଇ କହିଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ କରୀନା କପୁର ଖାନ ସତଗୁରୁ ଶରଣ ବିଲଡିଂର ୧୧ତମ ମହଲାରେ ସେମାନଙ୍କ ଶୟନ କକ୍ଷରେ ଥିଲେ । ସେ ତାଙ୍କ ସାନ ପୁଅ ଜାହାଙ୍ଗୀର (ଜେହ) ଓ ତାଙ୍କ ଦେଖାଶୁଣା କରୁଥିବା ନାନିଙ୍କ ଚିତ୍କାର ଶୁଣିଲେ । ତାଙ୍କ ଚିତ୍କାର ଶୁଣି, ସେ ଏବଂ କରୀନା ତାଙ୍କ ପୁଅର କୋଠରୀକୁ ଧାଇଁଗଲେ, ଯେଉଁଠାରେ ସେମାନେ ଅଭିଯୁକ୍ତକୁ ଦେଖିଥିଲେ ।

ସୈଫ ଅଲି ଖାନ ପୋଲିସକୁ କହିଥିଲେ ଯେ ନାନି ଭୟଭୀତ ହୋଇ ଚିତ୍କାର କରୁଥିଲେ । ଯେତେବେଳେ ସେମାନେ ଜେହଙ୍କ କୋଠରୀକୁ ଗଲେ, ସେମାନେ ଦେଖିଲେ ଯେ ଜେହ କାନ୍ଦୁଛନ୍ତି । ଅଭିନେତା ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଷ ସେହି ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଫଳରେ ଅଭିଯୁକ୍ତ ସୈଫଙ୍କ ପିଠି, ବେକ ଏବଂ ହାତରେ ଅନେକ ଥର ଛୁରାମାଡ଼ କରିଥିଲା । ଆହତ ହେବା ସତ୍ତ୍ୱେ, ଅଭିନେତା ଅଭିଯୁକ୍ତକୁ କୋଠରୀ ଭିତରକୁ ଠେଲି ଦେଇଥିଲେ । ଏହି ସମୟରେ, ନାନି ଜେହଙ୍କ ସହ ବାହାରକୁ ଦୌଡ଼ି ପଳାଇଥିଲେ । ଶବ୍ଦ ଶୁଣିବା ପରେ, ଯେତେବେଳେ ଅନ୍ୟ କର୍ମଚାରୀ ରମେଶ, ହରି, ରାମୁ ଏବଂ ପାସୱାନ ତଳକୁ ଆସିଲେ, ସେମାନେ ଦେଖିଲେ ଯେ ଅଭିଯୁକ୍ତ ଯେଉଁ କୋଠରୀରେ ବନ୍ଦ ଥିଲେ ତାହା ସେଠାରେ ନଥିଲା ଏବଂ ସମଗ୍ର ଘର ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନଥିଲେ । ସେ ଫେରାର୍ ହୋଇଥିବା ଜାଣିବାକୁ ପାଇଥିଲେ । ସେପଟେ ଆକ୍ରମଣ ପରେ, ଅଭିନେତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅଟୋ ସାହାଯ୍ୟରେ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା।

ଚୋରି ଉଦ୍ୟମରେ ଘରେ ପଶିଥିଲା ଅଭିଯୁକ୍ତ

ଅଭିଯୁକ୍ତକୁୁ 3 ଦିନ ପରେ ପୋଲିସ ଗିରଫ କରିଥିଲା ​​ଏବଂ ତାଙ୍କୁ ମହମ୍ମଦ ସରିଫୁଲ ଇସଲାମ ଶାହଜାଦ ଏବଂ ସେ ଜଣେ ବାଂଲାଦେଶୀ ବୋଲି ଚିହ୍ନଟ କରାଯାଇଛି । ସେ ଗତ ବର୍ଷ ବାଂଲାଦେଶରୁ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ । ମୁମ୍ବାଇ ପୋଲିସର ଅତି କମରେ 20 ଟି ଟିମ୍ ତାଙ୍କୁ ତିନି ଦିନ ପରେ ଜାନୁଆରୀ 19 ତାରିଖରେ ମୁମ୍ବାଇ ନିକଟସ୍ଥ ଥାଣେରୁ ଗିରଫ କରିଥିଲେ। ପୋଲିସର କହିବା ଅନୁଯାୟୀ, ଅଭିନେତାଙ୍କ ଫ୍ଲାଟରେ ପ୍ରବେଶ କରିଥିବା ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଏପରି କରିଥିଲେ। ସତ୍ୟନାରାୟଣ ଚୌଧୁରୀ କହିଛନ୍ତି, 'ଏହା ପୂର୍ବରୁ, ବାନ୍ଦ୍ରା ପୋଲିସ ଦ୍ୱାରା କରୀନା କପୁରଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା ।'

ଏହା ମଧ୍ୟ ପଢନ୍ତୁ:ଅଟୋ ଡ୍ରାଇଭରକୁ ଭେଟି ଧନ୍ୟବାଦ ଜଣାଇଲେ ସୈଫ ଅଲି ଖାନ, କହିଲେ 'ଜୀବନରେ ଯେତେବେଳେ ବି ମୋର ଆବଶ୍ୟକ..'

ପୋଲିସ ଅଭିଯୁକ୍ତର ପ୍ରିଙ୍ଗରପ୍ରିଣ୍ଟ ପାଇଛି

ବୁଧବାର ଦିନ, ମୁମ୍ବାଇ ପୋଲିସ ଅଭିନେତାଙ୍କ ଘରୁ ଅଭିଯୁକ୍ତଙ୍କ ଅନେକ ପ୍ରିଙ୍ଗରପ୍ରିଣ୍ଟ ପାଇଥିଲା । ପୋଲିସ ଅଭିଯୁକ୍ତରପ୍ରିଙ୍ଗରପ୍ରିଣ୍ଟକୋଠାର ସିଡ଼ି, ଶୌଚାଳୟ ଦ୍ୱାର ଏବଂ ତାଙ୍କ ପୁଅ ଜେହଙ୍କ ରୁମର ଦ୍ୱାର ହ୍ୟାଣ୍ଡେଲରେ ପାଇଥିଲା । ପୋଲିସ କହିଛି ଯେ ବାନ୍ଦ୍ରାରେ ସୈଫଙ୍କ ଫ୍ଲାଟରୁ ନିଆଯାଇଥିବା ପ୍ରିଙ୍ଗରପ୍ରିଣ୍ଟ ଶେହଜାଦର ପ୍ରିଙ୍ଗରପ୍ରିଣ୍ଟ ସହିତ ମେଳ ଖାଉଛି । ପୋଲିସର ବୟାନ ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତା (BNC)ର ଧାରା 311, 312, 331(4), 331(6) ଏବଂ 331(7) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ରବିବାର ବାନ୍ଦ୍ରା ଛୁଟିଦିନ କୋର୍ଟ ଅଭିଯୁକ୍ତକୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details