ହାଇଦ୍ରାବାଦ:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ହରଭଜନ ସିଂ ତାଙ୍କର ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି। ସେ ପୁଣିଥରେ ବଡ ପରଦାରେ ଏକ ଧମାକା କରିବାକୁ ଯାଉଛନ୍ତି । ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି । ଏହାକୁ ଫ୍ୟାନ୍ସ ପସନ୍ଦ କରିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ଏହି ଫିଲ୍ମରେ ହରଭଜନ ସିଂ ନଜର ଆସିବେ
ହରଭଜନ ସିଂ ଫିଲ୍ମ 'ସାଭିୟର'ରେ ନଜର ଆସିବେ । ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ଏହା ଘୋଷଣା କରିଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, 'ନିର୍ଦ୍ଦେଶକ ଜନ୍ ଏବଂ ତାଙ୍କ ଟିମ୍ ସହ ପୁଣି ଥରେ କାମ କରିବାକୁ ଉତ୍ସାହିତ, ଏହି ଚଳଚ୍ଚିତ୍ର ସମସ୍ତଙ୍କ ପାଇଁ ଏକ ବଡ଼ ମନୋରଞ୍ଜନ ହେବ, ପ୍ରସ୍ତୁତ ରୁହ' । ଫିଲ୍ମର ନାମ 'ସାଭିୟର' ହୋଇଥିବା ବେଳେ ଏହି ଚଳଚ୍ଚିତ୍ରରେ ହରଭଜନ ଜଣେ ଡାକ୍ତର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ନାମ ଡକ୍ଟର ଜେମ୍ସ ମଲହୋତ୍ରା। ଯଦିଓ ଫିଲ୍ମଟି କେବେ ରିଲିଜ୍ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ, ଖୁବ୍ ଶୀଘ୍ର ଏକ ଅପଡେଟ୍ ସେ ସେୟାର କରିବେ ବୋଲି ଆଶା କରାଯାଉଛି ।
ପୂର୍ବରୁ ଏହି ଫିଲ୍ମରେ କାମ କରିଛନ୍ତି ହରଭଜନ ସିଂ
ଘରୋଇ ଟି -20 ଲିଗରେ ଚେନ୍ନାଇ ପାଇଁ ଖେଳୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ତାମିଲ ଦର୍ଶକଙ୍କ ମଧ୍ୟରେ ପ୍ରିୟ ଷ୍ଟାର ହୋଇଥିଲେ। ହରଭଜନ ସିଂ ମଧ୍ୟ ଅନେକ ତାମିଲ କବିତା ଲେଖିଥିଲେ। ଏହା ପରେ ହରଭଜନ ସିଂ ତାମିଲ ଚଳଚ୍ଚିତ୍ରରେ କାମ କରିବାକୁ ଅଫର ପାଇଲେ ଏବଂ ସେ ତାଙ୍କ ଅଭିନୟ ସହିତ କୋଲିଉଡ ଦର୍ଶକଙ୍କ ହୃଦୟ ଜିତିଥିଲେ । ହରଭଜନ ସିଂ ତାମିଲ ଚଳଚ୍ଚିତ୍ର 'Friendship'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଯାହାର ନିର୍ଦ୍ଦେଶନା ଦେଇଥିଲେ ଜନ୍ ପଲ୍ ରାଜ ଏବଂ ଶ୍ୟାମ ସୂର୍ଯ୍ୟା । ତାମିଲ ଚଳଚ୍ଚିତ୍ର 'ଡିକ୍କିଲୋନା'ରେ ହରଭଜନ ସିଂ ମଧ୍ୟ ଏକ କ୍ୟାମିଓ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିରେ ସନ୍ଥନମ୍ ମୁଖ୍ୟ ଭୂମିକାରେ ଥିଲେ । ହରଭଜନ ସିଂ କିଛି ହିନ୍ଦୀ ଚଳଚ୍ଚିତ୍ରରେ କ୍ୟାମିଓ ରୋଲରେ ଅଭିନୟ କରିଛନ୍ତି । ତେବେ ବର୍ତ୍ତମାନର ଏହି ଚଳଚ୍ଚିତ୍ରଟି ତାଙ୍କ ତାମିଲ ପ୍ରଶଂସକମାନଙ୍କ ପାଇଁ ଏକ ଉପହାର ଅଟେ ।
ଏହା ମଧ୍ୟ ପଢନ୍ତୁ:କ୍ରିକେଟର ଯୁବରାଜ ସିଂଙ୍କ ହେବ ବାୟୋପିକ, ଏହି ନିର୍ମାତା କରିବେ ଫିଲ୍ମ
ହରଭଜନ ସିଂଙ୍କ କ୍ରିକେଟ୍ କ୍ୟାରିୟର
ହରଭଜନ ସିଂ ଭାରତ ପାଇଁ 236 ଟି ଦିନିକିଆ, 103 ଟେଷ୍ଟ ଏବଂ 28 ଟି -20 ମ୍ୟାଚ ଖେଳିଛନ୍ତି। ସେ ଟର୍ବାନେଟର ଭାବରେ ମଧ୍ୟ ଜଣାଶୁଣା । ସେ ଟେଷ୍ଟ କ୍ରିକେଟରେ 417 ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ସେ ODI ରେ 269 ୱିକେଟ୍ ନେଇଛନ୍ତି। ଭଜି T20ରେ ମଧ୍ୟ ତାଙ୍କ ନାମରେ 25 ଟି ୱିକେଟ୍ ନେଇଛନ୍ତି। ଟେଷ୍ଟରେ ତାଙ୍କ ନାମରେ 2 ଶତକ ହାସଲ କରିଛନ୍ତି। ସେ ବ୍ୟାଟ୍ ସହ 3000 ରୁ ଅଧିକ ରନ୍ ମଧ୍ୟ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ