ଓଡିଶା

odisha

'ହାପି ବର୍ଥ ଡେ ବେବିକେକ୍ସ', ରୋମାଣ୍ଟିକ ଅନ୍ଦାଜରେ ସ୍ୱାମୀ ମାଇକେଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଇଲିଆନା - Ileana DCruz Birthday Wish To Hobby

By ETV Bharat Entertainment Team

Published : Sep 13, 2024, 2:34 PM IST

Ileana DCruz Birthday Wish To Michael: ସାଉଥରୁ ବଲିଉଡ ଯାତ୍ରା କରିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଆଜି ତାଙ୍କ ସ୍ୱାମୀ ମାଇକେଲ ଡୋଲାନଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

ileana dcruz wishes her husband michael dolan
ileana dcruz wishes her husband michael dolan (ANI)

ହାଇଦ୍ରାବାଦ:ଅଭିନେତ୍ରୀଇଲିଆନା ଡି’କ୍ରୁଜଙ୍କ ସ୍ୱାମୀ ମାଇକେଲ ଡୋଲାନଙ୍କ ଆଜି ଜନ୍ମଦିନ । ଏହି ଅବସରରେ ଅଭିନେତ୍ରୀ ଖାସ୍ ଅନ୍ଦାଜରେ ତାଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି । ଇଲିଆନା ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ କିଛି ରୋମାଣ୍ଟକ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରୋମାଣ୍ଟିକ ଅନ୍ଦାଜରେ ସ୍ୱାମୀ ମାଇକେଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଇଲିଆନା (instagram)

ସ୍ୱାମୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା

ଆଜି, ସେପ୍ଟେମ୍ବର 13 ରେ, ଇଲିଆନା ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ମାଇକେଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଷ୍ଟୋରୀରେ କାରରେ ଇଲିଆନା ଏବଂ ମାଇକେଲ ବ୍ଲାକ ଆଣ୍ଡ ହ୍ୱାଇଟ୍ ସେଲଫି ନେଉଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବା ଇଲିଆନା କ୍ୟାପସନରେ 'ଶୁଭ ଜନ୍ମଦିନ ବେବିକେକ୍ସ' ଲେଖିଛନ୍ତି । ଦ୍ୱିତୀୟ ଷ୍ଟୋରୀରେ ଇଲିଆନା ଏବଂ ମାଇକେଲ ସୁଇମିଂ ପୋଲରେ ନଜର ଆସିଛନ୍ତି । ଏହି ଫଟୋ ସେୟାରକରି ଲେଖିଛନ୍ତି, 'ତୁମେ ସବୁକିଛି ଭଲ କର । ମୁଁ ତୁମକୁ ଭଲ ପାଏ ।'

ବିବାହ ନେଇ ଖୁଲାସା କରିନାହାନ୍ତି ଇଲିଆନା

ସୂଚନାଥାଉ କି, ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଇଲିଆନା ପ୍ରାଇଭେସି ରଖିବା ପସନ୍ଦ କରିଛନ୍ତି । ସେ ନିଜ ବିବାହ ନେଇ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି । କିନ୍ତୁ ନିକଟରେ ଗଣମାଧ୍ୟମ ସହିତ ଏକ ବାର୍ତ୍ତାଳାପରେ ସେ ପ୍ରକାଶ କରିଥିଲେ ଯେ ଡୋଲାନଙ୍କ ସହ ତାଙ୍କ ଦାମ୍ପତ୍ୟ ଜୀବନ ପୂର୍ଣ୍ଣ ହେଉଛି ଏବଂ କେବଳ କିଛି ଶବ୍ଦରେ ସଂକ୍ଷେପରେ କହିବା କଷ୍ଟକର । ହେଲେ ଇଲିଆନାଙ୍କ ବିବାହ କେବେ ହୋଇଛି ସେନେଇ କୌଣସି ସୂଚନା ଦେଇନାହାନ୍ତି । ଏଥିସହ ସେ ସେ ଏକ ପୁତ୍ର ସନ୍ତାନର ମାଆ ହୋଇସାରିଛନ୍ତି ।

୨୦୨୩ରେ ମାଆ ହୋଇଥିଲେ ଇଲିଆନା

ଅଗଷ୍ଟ ୧, ୨୦୨୩ରେ ଇଲିଆନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅ ଜନ୍ମର ୫ଦିନ ପରେ ଅଭିନେତ୍ରୀ ତାଙ୍କ ପୁଅର ଝଲକ ଦେଖାଇବା ସହ ନାଁ ପ୍ରକାଶ କରିଥିଲେ । ସେ ତାଙ୍କ ପୁଅର ନାମ କୋଆ ଫିନିକ୍ସ ଡୋଲାନ୍ ରଖିଥିବା ଖୁଲାସା କରିଥିଲେ । ଏହି ସମୟରେ ସେ ଡୋନାଲଙ୍କ ମନୋକ୍ରମ ଫଟୋ ସେୟାର କରି ଉଭୟଙ୍କ ସମ୍ପର୍କକୁ ଅଫିସିଆଲ କରିଥିଲେ । ପରେ ଚଳିତ ଜୁନି 8ରେ ସେ ନିଜ ଶିଶୁର ମୁହଁ ଲୋକଲୋଚନକୁ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ:୨୦୨୩ରେ ମାଇକେଲଙ୍କୁ ବିବାହ କରିଛନ୍ତି ଇଲିଆନା ! ନିଜ ସମ୍ପର୍କ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ଇଲିଆନା ଡି’ କ୍ରୁଜଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀ 2021 ମସିହାରେ ମୁକ୍ତିଲାଭ କରିଥିବା ଅଭିଷେକ ବଚ୍ଚନଙ୍କ ଅଭିନୀତ କ୍ରାଇମ୍‌ ଡ୍ରାମା ଫିଲ୍ମ 'ଦି ବିଗ୍ ବୁଲ୍‌'ରେ ମୀରା ରାଓଙ୍କ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ଇଲିଆନା ଆଗାମୀ ଚଳଚ୍ଚିତ୍ର 'ଦୋ ଔର ଦୋ ପ୍ୟାର' ସହ ନଜର ଆସିବେ । ଯେଉଁଥିରେ ସେ ବିଦ୍ୟା ବାଲାନ, ପ୍ରତୀକ ଗାନ୍ଧୀ ଏବଂ ସେଙ୍ଘିଲ ରାମମୂର୍ତ୍ତି ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିବେ । ଏହି ଚଳଚ୍ଚିତ୍ରଟି ଶିରିସା ଗୁହା ଠକୁରତା ନିର୍ଦ୍ଦେଶନା ଦେଇଥିବା ବେଳେ ଏପଲାଉସ ଏଣ୍ଟରଟେନମେଣ୍ଟ 'ଦୋ ଔର ଦୋ ପ୍ୟାର' ଫିଲ୍ମ ପ୍ରସ୍ତୁତ କରିଛନ୍ତି । ମାର୍ଚ୍ଚ ୨୯, ୨୦୨୪ରେ ଫିଲ୍ମ ରିଲିଜ ହେବ । ଏଥିସହ ଇଲିଆନାଙ୍କ ଆଗାମୀ ପ୍ରୋଜେକ୍ଟଗୁଡ଼ିକରେ ଅନଫେୟର ଆଣ୍ଡ ଲଭଲି ଏବଂ ଲଭର୍ସ ମଧ୍ୟ ସାମିଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details